ଅରବପତିଙ୍କ ସହର ଭାବେ ମୁମ୍ବାଇ ପୁଣି ଏସିୟାର ନମ୍ବର ୱାନ୍

ମୁମ୍ବାଇ ୨୬।୩: ପ୍ରାୟ ୭ ବର୍ଷ ପରେ ମୁମ୍ବାଇ ହରାଇଥିବା ସମ୍ମାନ ପୁଣି ଫେରିପାଇଛି। ଅରବପତିଙ୍କ ସହର ରୂପେ ମୁମ୍ବାଇ ଏସିଆର ୧ ନମ୍ବର ସ୍ଥାନ ହାସଲ କରିଛି। ଧନିକଙ୍କ ମାମଲାରେ ନ୍ୟୁୟର୍କ ପରେ ମୁମ୍ବାଇ ଏବେ ବିଶ୍ୱର ତୃତୀୟ ସ୍ଥାନରେ ରହିଛି। ନ୍ୟୁୟର୍କ ସହରରେ ୧୧୯ ଜଣ ବିଲିୟେନିୟର ରହନ୍ତି। ସେହିପରି ୯୭ ଅରବପତିଙ୍କ ସହ ଲଣ୍ଡନ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ମୁମ୍ବାଇ ଏବେ ବିଶ୍ୱର ତୃତୀୟ ସହରରେ ପରିଣତ ହୋଇଛି। ହାରୁନ ଲିଷ୍ଟ ଅନୁସାରେ ଅଧିକାଂଶ ସହର ୨୬ନୂଆ ଆରବପତିଙ୍କୁ ଯୋଡିବା କାରଣରୁ ଚୀନ୍‌ର ରାଜନୈତିକ ଓ ସାଂସ୍କୃତିକ ରାଜଧାନୀଠାରୁ ଆଗରେ ରହିବାରେ ସଫଳ ହୋଇଛନ୍ତି। ବେଜିଂରେ ଗୋଟିଏ ବର୍ଷରେ ୧୮ ବିଲିୟେନିୟର କୋଟିପତିକୁ ଖସି ଆସିଛନ୍ତି। ଅର୍ଥାତ ଏହି ୧୮ ଜଣ ଧନପତି କୁବେର ଅରବପତିଙ୍କ ସୂଚୀରୁ ବାଦ ପଡିଛନ୍ତି। ଏବେ ବେଜିଂରେ ମାତ୍ର ୯୧ ଜଣ ଅରବପତି ରହୁଛନ୍ତି। ଏଣୁ ଏହି ସହର ବିଶ୍ୱରେ ଚତୁର୍ଥ ଓ ଏସିୟାରେ ଦ୍ୱିତୀୟ ସହରରେ ପରିଣତ ହୋଇଛି। ସେହିପରି ସଂଘାଇ ୮୭ ଜଣ ଅରବପତିଙ୍କ ସହ ସୂଚୀର ପଞ୍ଚମ ସ୍ଥାନରେ ରହିଛି। ମୁମ୍ବାଇରେ ବସବାସ କରୁଥିବା ଅରବପତିମାନଙ୍କ ମୋଟ ସମ୍ପତ୍ତି ମିଶି ୪୪୫ ବିଲିୟନ ଡଲାର ହେଉଛି। ଗତବର୍ଷ ତୁଳନାରେ ଏହା ୪୭ ପ୍ରତିଶତ ଅଧିକ। ଏହି ସମୟରେ ବେଜିଂର ଅରବପତିମାନଙ୍କ ମୋଟ ସମ୍ପତ୍ତି ୨୬୫ ବିଲିୟନ ଡଲାର ମଧ୍ୟରେ ରହିଛି। ଗତବର୍ଷ ତୁଳନାରେ ଏହା ୨୮ ପ୍ରତିଶତ କମ। ମୁମ୍ବାଇ ଉପରେ ଏବେ ଏନର୍ଜୀ

ଅରବପତିଙ୍କ ସହର ଭାବେ ମୁମ୍ବାଇ ପୁଣି ଏସିୟାର ନମ୍ବର ୱାନ୍

ମୁମ୍ବାଇ ୨୬।୩: ପ୍ରାୟ ୭ ବର୍ଷ ପରେ ମୁମ୍ବାଇ ହରାଇଥିବା ସମ୍ମାନ ପୁଣି ଫେରିପାଇଛି। ଅରବପତିଙ୍କ ସହର ରୂପେ ମୁମ୍ବାଇ ଏସିଆର ୧ ନମ୍ବର ସ୍ଥାନ ହାସଲ କରିଛି। ଧନିକଙ୍କ ମାମଲାରେ ନ୍ୟୁୟର୍କ ପରେ ମୁମ୍ବାଇ ଏବେ ବିଶ୍ୱର ତୃତୀୟ ସ୍ଥାନରେ ରହିଛି। ନ୍ୟୁୟର୍କ ସହରରେ ୧୧୯ ଜଣ ବିଲିୟେନିୟର ରହନ୍ତି। ସେହିପରି ୯୭ ଅରବପତିଙ୍କ ସହ ଲଣ୍ଡନ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ମୁମ୍ବାଇ ଏବେ ବିଶ୍ୱର ତୃତୀୟ ସହରରେ ପରିଣତ ହୋଇଛି। 

ହାରୁନ ଲିଷ୍ଟ ଅନୁସାରେ ଅଧିକାଂଶ ସହର ୨୬ନୂଆ ଆରବପତିଙ୍କୁ ଯୋଡିବା କାରଣରୁ ଚୀନ୍‌ର ରାଜନୈତିକ ଓ ସାଂସ୍କୃତିକ ରାଜଧାନୀଠାରୁ ଆଗରେ ରହିବାରେ ସଫଳ ହୋଇଛନ୍ତି। ବେଜିଂରେ ଗୋଟିଏ ବର୍ଷରେ ୧୮ ବିଲିୟେନିୟର କୋଟିପତିକୁ ଖସି ଆସିଛନ୍ତି। ଅର୍ଥାତ ଏହି ୧୮ ଜଣ ଧନପତି କୁବେର ଅରବପତିଙ୍କ ସୂଚୀରୁ ବାଦ ପଡିଛନ୍ତି। ଏବେ ବେଜିଂରେ ମାତ୍ର ୯୧ ଜଣ ଅରବପତି ରହୁଛନ୍ତି। ଏଣୁ ଏହି ସହର ବିଶ୍ୱରେ ଚତୁର୍ଥ ଓ ଏସିୟାରେ ଦ୍ୱିତୀୟ ସହରରେ ପରିଣତ ହୋଇଛି। ସେହିପରି ସଂଘାଇ ୮୭ ଜଣ ଅରବପତିଙ୍କ ସହ ସୂଚୀର ପଞ୍ଚମ ସ୍ଥାନରେ ରହିଛି। 

ମୁମ୍ବାଇରେ ବସବାସ କରୁଥିବା ଅରବପତିମାନଙ୍କ ମୋଟ ସମ୍ପତ୍ତି ମିଶି ୪୪୫ ବିଲିୟନ ଡଲାର ହେଉଛି। ଗତବର୍ଷ ତୁଳନାରେ ଏହା ୪୭ ପ୍ରତିଶତ ଅଧିକ। ଏହି ସମୟରେ ବେଜିଂର ଅରବପତିମାନଙ୍କ ମୋଟ ସମ୍ପତ୍ତି ୨୬୫ ବିଲିୟନ ଡଲାର ମଧ୍ୟରେ ରହିଛି। ଗତବର୍ଷ ତୁଳନାରେ ଏହା ୨୮ ପ୍ରତିଶତ କମ। ମୁମ୍ବାଇ ଉପରେ ଏବେ ଏନର୍ଜୀ ଓ ଫାର୍ମାସ୍ୟୁଟିକଲସ୍ ର ପଇସା ବର୍ଷା ହେଉଛି। ଏଥିରେ ମୁକେଶ ଅମ୍ବାନୀଙ୍କ ଭଳି ଧନୀକ ବେଶ୍ ଲାଭବାନ ହେଉଛନ୍ତି। 

ରିୟଲ ଇଷ୍ଟେଟ୍ ପ୍ଲେୟର ମଙ୍ଗଳ ପ୍ରଭାତ ଲୋଢା ଆଣ୍ଡ ଫ୍ୟାମିଲି ପ୍ରତିଶତ (୧୧୬%) ଦୃଷ୍ଟିରୁ ମୁମ୍ବାଇର ସବୁଠୁ ବଡ ୱେଲଥ୍ ଗେନର ଥିଲେ। ଏଥିରେ ଯଦି ବିଶ୍ୱର ଧନିକଙ୍କ ସୂଚୀ ଉଲ୍ଲେଖ କରାଯାଏ ତେବେ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତିରେ ବେଶ୍ ଗ୍ରୋଥ୍ ହୋଇଛି। ଏଣୁ ବିଶ୍ୱ ଧନୀକଙ୍କ ସୂଚୀରେ ସେ ନିଜକୁ ୧୦ମ ସ୍ଥାନରେ ରଖିବାକୁ ସମର୍ଥ ହୋଇଛନ୍ତି। ଏହାର ଶ୍ରେୟ ମୁଖ୍ୟ ରୂପେ ତାଙ୍କ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ କୁ ଦିଆଯାଇପାରେ। ସେହିପରି ଗୌତମ ଆଦାନୀଙ୍କ ସମ୍ପତ୍ତିରେ ଉଲ୍ଲେଖନୀୟ ବୃଦ୍ଧି ତାଙ୍କୁ ବିଶ୍ୱର ଧନିକଙ୍କ ସୂଚୀର ୧୫ତମ ସ୍ଥାନକୁ ପହଞ୍ଚାଇଛି। 

ଏଚସିଏଲର ଶିବ ନାଦର ଓ ତାଙ୍କ ପରିବାର ସମ୍ପତ୍ତି ଓ ବୈଶ୍ୱିକ ରାଙ୍କିଙ୍ଗ ଉଭୟରେ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛନ୍ତି।   ନାଦର ପରିବାର ୧୬ ସ୍ଥାନ ଉନ୍ନିତ ହୋଇ ୩୪ତମ ସ୍ଥାନକୁ ପହଞ୍ଚି ଯାଇଛନ୍ତି। ଏହାର ବିପରୀତ ସିରମ ଇନିଷ୍ଟିଚ୍ୟୁଟର ସାଇରସ ଏସ୍. ପୁନାୱାଲାଙ୍କ ମୋଟ ସମ୍ପତ୍ତିରେ ମାମୁଲି ହ୍ରାସ ସହ ୮୨ ବିଲିୟନ ଡଲାରରେ ରହିଛି। ଫଳରେ ବିଶ୍ୱ ଧନିକଙ୍କ ସୂଚୀର ୫୫ତମ ସ୍ଥାନକୁ ଖସିଞ୍ଚିଛନ୍ତି। 

ତେବେ ମୁମ୍ବାଇକୁ ପୁଣି ଥରେ ଏସିୟାରେ ୧ ନମ୍ବର ଓ ବିଶ୍ୱରେ ୩ ନମ୍ବର ସ୍ଥାନ ଦେବାରେ ସନ ଫାର୍ମାସ୍ୟୁଟିକଲସ୍ର ଦିଲୀପ ସାଂଘଭୀ ଓ କୁମାର ମଙ୍ଗଳମ ବିରଳାଙ୍କ ଯୋଗଦାନ ରହିଛି। ଡିମାର୍ଟର ସଫଳତା ଯୋଗୁ ରାଧାକିଶନ ଦମାନୀଙ୍କ ସମ୍ପତ୍ତିରେ ମାମୁଲି ହେଲେ ବି ସ୍ଥିର ଅଭିବୃଦ୍ଧି ତାଙ୍କୁ ବିଶ୍ୱ ଧନିକଙ୍କ ସୂଚୀର ୧୦୦ତମ ସ୍ଥାନକୁ ପହଞ୍ଚାଇଛି। ଏହି ଅରବପତିମାନଙ୍କ କାରଣରୁ ମୁମ୍ବାଇ ଆଜି ଅରବପତିଙ୍କ ସହର ମାମଲାରେ ଚୀନକୁ ବି ପଛରେ ପକାଇ ଦେଇଛି।