ଅରୁଣା ଶାନବାଗଙ୍କ ସହ କ'ଣ ଘଟିଥିଲା ? କୋଲକାତା ମାମଲାର ଶୁଣାଣି ବେଳେ ମନେ ପକାଇଥିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: କୋଲକାତାରେ ଟ୍ରେନି ଡାକ୍ତରଙ୍କ ସହ ଦୁଷ୍କର୍ମ ଏବଂ ହତ୍ୟା ମାମଲାକୁ ସାରା ଦେଶରେ ଆକ୍ରୋଶ ରହିଛି । ସାରା ଦେଶରେ ପୁଣି ଥରେ ମହିଳାଙ୍କ ସୁରକ୍ଷାକୁ ନେଇ ବିତର୍କ ସୃଷ୍ଟି କରିଛି । ଏହାରି ଭିତରେ ମଙ୍ଗଳବାର ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ୮୦ ଦଶକର ଏପରି ଏକ ଘଟଣାକୁ ମନେ ପକାଇଥିଲେ, ଯେଉଁଥିର ଜଣେ ମହିଳାଙ୍କୁ ୪୨ ବର୍ଷ ଧରି ଶବ ପରି ବଞ୍ଚିବାକୁ ବାଧ୍ୟ କରିଥିଲା ।ସୁପ୍ରିମକୋର୍ଟ କହିଥିଲେ ଯେ, କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଘଟିଥିବା ଏହି ବର୍ବରତା ୨୭ ନଭେମ୍ବର ୧୯୭୩ରେ ମୁମ୍ବାଇର କିଙ୍ଗ ଏଡୱାର୍ଡ ମେମୋରିଆଲ ହସ୍ପିଟାଲର ଘଟଣାକୁ ମନେ ପକାଇ ଦେଇଛି । ଏହି ଦୁଇଟି ଘଟଣାର ଗୋଟିଏ ପାର୍ଥକ୍ୟ ହେଉଛି କୋଲକାତା ପୀଡିତାଙ୍କ ମୃତ୍ୟୁ ହୋଇଛି ଏବଂ ମୁମ୍ବାଇରେ ଦୁଷ୍କର୍ମର ଶିକାର ଅରୁଣା ଶାନବାଗ ଦୀର୍ଘ ୪୨ ବର୍ଷ ଧରି ଶବ ପରି ବଞ୍ଚି ରହିବାକୁ ବାଧ୍ୟ ହୋଇଥିଲେ ।ଅରୁଣା ଶାନବାଗ ମୁମ୍ବାଇର କିଙ୍ଗ ଏଡୱାର୍ଡ ମେମୋରିଆଲ ହସ୍ପିଟାଲରେ ଜଣେ ନର୍ସ ଭାବରେ କାର୍ଯ୍ୟ କରୁଥିଲେ । ସେହି ଡାକ୍ତରଖାନାର କାର୍ଯ୍ୟ କରୁଥିବା ସୋହନଲାଲ ବାଲ୍ମିକି ନାମକ ଜଣେ ୱାର୍ଡବୟ ଅତି ନିର୍ମମ ଭାବରେ ଅରୁଣା ଶାନବାଗଙ୍କୁ ଦୁଷ୍କର୍ମ କରିଥିଲା । ମାମଲାରେ ଅଭିଯୁକ୍ତ କ୍ରୁରତାର ସବୁ ସୀମା ଟପି ଯାଇଥିଲା । ଆଉ ଏଥିପାଇଁ ଅରୁଣା ଶାନବାଗ ଦୀର୍ଘ ୪୨ ବର୍ଷ ଧରି ଶବ ଭଳି ବଞ୍ଚିବାକୁ ବାଧ୍ୟ ହୋଇଥିଲେ । ଅଭିଯୁକ୍ତ ସୋହନ
ନୂଆଦିଲ୍ଲୀ: କୋଲକାତାରେ ଟ୍ରେନି ଡାକ୍ତରଙ୍କ ସହ ଦୁଷ୍କର୍ମ ଏବଂ ହତ୍ୟା ମାମଲାକୁ ସାରା ଦେଶରେ ଆକ୍ରୋଶ ରହିଛି । ସାରା ଦେଶରେ ପୁଣି ଥରେ ମହିଳାଙ୍କ ସୁରକ୍ଷାକୁ ନେଇ ବିତର୍କ ସୃଷ୍ଟି କରିଛି । ଏହାରି ଭିତରେ ମଙ୍ଗଳବାର ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ୮୦ ଦଶକର ଏପରି ଏକ ଘଟଣାକୁ ମନେ ପକାଇଥିଲେ, ଯେଉଁଥିର ଜଣେ ମହିଳାଙ୍କୁ ୪୨ ବର୍ଷ ଧରି ଶବ ପରି ବଞ୍ଚିବାକୁ ବାଧ୍ୟ କରିଥିଲା ।
ସୁପ୍ରିମକୋର୍ଟ କହିଥିଲେ ଯେ, କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଘଟିଥିବା ଏହି ବର୍ବରତା ୨୭ ନଭେମ୍ବର ୧୯୭୩ରେ ମୁମ୍ବାଇର କିଙ୍ଗ ଏଡୱାର୍ଡ ମେମୋରିଆଲ ହସ୍ପିଟାଲର ଘଟଣାକୁ ମନେ ପକାଇ ଦେଇଛି । ଏହି ଦୁଇଟି ଘଟଣାର ଗୋଟିଏ ପାର୍ଥକ୍ୟ ହେଉଛି କୋଲକାତା ପୀଡିତାଙ୍କ ମୃତ୍ୟୁ ହୋଇଛି ଏବଂ ମୁମ୍ବାଇରେ ଦୁଷ୍କର୍ମର ଶିକାର ଅରୁଣା ଶାନବାଗ ଦୀର୍ଘ ୪୨ ବର୍ଷ ଧରି ଶବ ପରି ବଞ୍ଚି ରହିବାକୁ ବାଧ୍ୟ ହୋଇଥିଲେ ।
ଅରୁଣା ଶାନବାଗ ମୁମ୍ବାଇର କିଙ୍ଗ ଏଡୱାର୍ଡ ମେମୋରିଆଲ ହସ୍ପିଟାଲରେ ଜଣେ ନର୍ସ ଭାବରେ କାର୍ଯ୍ୟ କରୁଥିଲେ । ସେହି ଡାକ୍ତରଖାନାର କାର୍ଯ୍ୟ କରୁଥିବା ସୋହନଲାଲ ବାଲ୍ମିକି ନାମକ ଜଣେ ୱାର୍ଡବୟ ଅତି ନିର୍ମମ ଭାବରେ ଅରୁଣା ଶାନବାଗଙ୍କୁ ଦୁଷ୍କର୍ମ କରିଥିଲା । ମାମଲାରେ ଅଭିଯୁକ୍ତ କ୍ରୁରତାର ସବୁ ସୀମା ଟପି ଯାଇଥିଲା । ଆଉ ଏଥିପାଇଁ ଅରୁଣା ଶାନବାଗ ଦୀର୍ଘ ୪୨ ବର୍ଷ ଧରି ଶବ ଭଳି ବଞ୍ଚିବାକୁ ବାଧ୍ୟ ହୋଇଥିଲେ ।
ଅଭିଯୁକ୍ତ ସୋହନଲାଲ, ଅରୁଣା ଶାନବାଗଙ୍କୁ କୁକୁର ଚେନରେ ବାନ୍ଧି ହତ୍ୟା କରିବାକୁ ଚେଷ୍ଟା କରିଥିଲା । ଯେଉଁଥିପାଇଁ ଅରୁଣା ଶାନବାଗ ୪୨ ବର୍ଷ ଧରି କୋମାରେ ଥିଲେ । ଅରୁଣା ଶାନବାଗଙ୍କ ଅବସ୍ଥା ଦେଖି ଅନେକ ଲୋକ ଇଚ୍ଛାମୃତ୍ୟୁ ପାଇଁ କୋର୍ଟରେ ଆବେଦନ କରିଥିଲେ କିନ୍ତୁ କୋର୍ଟ ଏଥିରେ ରାଜି ହୋଇନଥିଲେ । ଇଚ୍ଛାମୃତ୍ୟୁ ପାଇଁ ସିଧାସଳଖ ମନା କରିଦେଇଥିଲେ କୋର୍ଟ । ୨୦୧୧ରେ ସୁପ୍ରିମକୋର୍ଟ ମଧ୍ୟ ଇଚ୍ଛାମୃତ୍ୟୁ ମାମଲାକୁ ଖାରଜ କରିଦେଇଥିଲେ । ଶେଷରେ ଶାରୀରିକ ଏବଂ ମାନସିକ ଯନ୍ତ୍ରଣା ସହ୍ୟ କରିବାର ସବୁ ସୀମା ଟପିବା ପରେ ୨୦୧୫ରେ ଅରୁଣାଙ୍କର ମୃତ୍ୟୁ ହୋଇଥିଲା ।