ଅରୁଣାଚଳ ପ୍ରଦେଶ ଏବଂ ସିକିମରେ ବଦଳିଲା ଭୋଟ ଗଣତି ତାରିଖ, ଏହି ଦିନ ଆସିବ ରେଜଲ୍ଟ
ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶ ଓ ସିକ୍କିମରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଫଳାଫଳ ତାରିଖରେ ପରିବର୍ତ୍ତନ କରିଛନ୍ତି ନିର୍ବାଚନ କମିଶନ। ଏହି ଦୁଇ ରାଜ୍ୟରେ ଜୁନ୍ ୨ ତାରିଖରେ ଅନୁଷ୍ଠିତ ହେବ ଭୋଟ ଗଣତି । ପୂର୍ବରୁ ଏହି ତାରିଖ ଜୁନ ୪ ତାରିଖ ଥିଲା। ରାଜ୍ୟରେ ସରକାରଙ୍କ କାର୍ଯ୍ୟକାଳ ଜୁନ୍ ୨ ତାରିଖରେ ଶେଷ ହେଉଥିବାରୁ ଭୋଟ ଗଣତି ତାରିଖରେ ପରିବର୍ତ୍ତନ କରାଯାଇଛି। ଯାହା ଫଳରେ ନୂତନ ସରକାର ଗଠନ ପାଇଁ ଠିକ ସମୟରେ ଫଳାଫଳ […]

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶ ଓ ସିକ୍କିମରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଫଳାଫଳ ତାରିଖରେ ପରିବର୍ତ୍ତନ କରିଛନ୍ତି ନିର୍ବାଚନ କମିଶନ। ଏହି ଦୁଇ ରାଜ୍ୟରେ ଜୁନ୍ ୨ ତାରିଖରେ ଅନୁଷ୍ଠିତ ହେବ ଭୋଟ ଗଣତି । ପୂର୍ବରୁ ଏହି ତାରିଖ ଜୁନ ୪ ତାରିଖ ଥିଲା। ରାଜ୍ୟରେ ସରକାରଙ୍କ କାର୍ଯ୍ୟକାଳ ଜୁନ୍ ୨ ତାରିଖରେ ଶେଷ ହେଉଥିବାରୁ ଭୋଟ ଗଣତି ତାରିଖରେ ପରିବର୍ତ୍ତନ କରାଯାଇଛି। ଯାହା ଫଳରେ ନୂତନ ସରକାର ଗଠନ ପାଇଁ ଠିକ ସମୟରେ ଫଳାଫଳ ଆସି ପାରିବ ଏବଂ ପୂର୍ବ ସରକାରଙ୍କ କାର୍ଯ୍ୟକାଳ ଶେଷ ହୋଇଥିବ। ସିକ୍କିମ ଏବଂ ଅରୁଣାଞ୍ଚଳରେ ଏପ୍ରିଲ ୧୯ରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ହେବ । ଉଭଯ ରାଜ୍ଯରେ ଲୋକସଭା ଆସନ ପାଇଁ ମଧ୍ଯ ଏପ୍ରିଲ ୧୯ ରୁ ମତଦାନ ହେବାକୁ ଯାଉଛି। ସାତୋଟି ପର୍ଯ୍ୟାୟରେ ହେବ ଭୋଟ୍ । ପ୍ରଥମ ପର୍ୟ୍ୟାୟରେ ଅରୁଣାଚଳର ଦୁଇଟି ଲୋକସଭା ଆସନ ଏବଂ ସିକିମରେ ଗୋଟିଏ ଆସନ ପାଇଁ ଏପ୍ରିଲ୍ ୧୯ ରେ ଭୋଟ୍ ଗ୍ରହଣ ହେବ। ଏକାସାଙ୍ଗରେ ସେମାନେ ନିଜ ରାଜ୍ୟ ସରକାର ଚୟନ କରିବାକୁ ଭୋଟ୍ ଦେବେ। ଲୋକସଭା ଫଳାଫଳ ଜୁନ୪ରେ ଆସିବ।