'ଅରୁଣାଚଳ ପ୍ରଦେଶ ଭାରତର'; ହ୍ବାଇଟ୍ ହାଉସରୁ ଚୀନକୁ ଆମେରିକାର ଟାର୍ଗେଟ୍
ନୂଆଦିଲ୍ଲୀ: ଡ୍ରାଗନ ବିସ୍ତାରବାଦୀ ନୀତି ଉପରେ ଆମେରିକାର ଚେକ୍ । ଅରୁଣାଚଳ ପ୍ରଦେଶକୁ ନେଇ ରୋକଠୋକ୍ ଶୁଣାଇଛି ହ୍ବାଇଟ୍ ହାଉସ୍ । ଭାରତକୁ ସମର୍ଥନ କରି ଅରୁଣାଚଳ ପ୍ରଦେଶ ଭାରତ ଅବିଚ୍ଛିନ୍ନ ଅଙ୍ଗ ବୋଲି କହିଛନ୍ତି ବାଇଡେନ ପ୍ରଶାସନ । ଏହା ସହିତ ପିଏଲଏର ଏଲଏସି ଅନୁପ୍ରେବଶକୁ କଡ଼ା ବିରୋଧ କରୁଛି । ଅରୁଣାଚଳ ପ୍ରଦେଶ ବାସ୍ତବ ନିୟନ୍ତ୍ରଣ ରେଖା ପାର୍ କଲେ ସ୍ଥିତି ଭୟଭଙ୍କର ହେବ ବୋଲି କଡ଼ା ଚେତାବନୀ ଦେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅରୁଣାଚଳ ପ୍ରଦେଶ ଯାତ୍ରା ପରେ ଚୀନ୍ ସେନା ଅରୁଣାଚଳ ତାଙ୍କର ବୋଲି ଦାବି ଦୋହରାଇଥିଲା । ଏହାକୁ ନେଇ ଆମେରିକାର ଜଣେ ଅଧିକାରୀ ଚୀନକୁ ରୋକଠୋକ୍ ଶୁଣାଇ ଦେଇଛନ୍ତି । ଚଳିତ ସପ୍ତାହ ଆରମ୍ଭରେ ଚୀନ୍ ପ୍ରତିରକ୍ଷା ମନ୍ତ୍ରାଳୟର ମୁଖପାତ୍ର କର୍ଣ୍ଣଲ ଝାଙ୍ଗ ଶିୟାଓଙ୍ଗାଙ୍ଗ୍ କହିଥିଲେ ଯେ, ତିବ୍ବତ୍ତର ଦକ୍ଷିଣ ଅଂଶ, ଚୀନ ଭୂ-ଭାଗର ଅଂଶ ବୋଲି କହିଥିଲେ । ଭାରତ ଏହି କ୍ଷେତ୍ରକୁ ଚୀନ୍ ଜାଙ୍ଗନାନ ନାମରେ ନାମିତ କରିଛି । ତେବେ ଚୀନର ଏହି ବିସ୍ତାରବାଦୀ ନୀତି ଉପରେ ବାଇଡେନ ପ୍ରଶାସନ କଡ଼ା ଜବାବ ଦେଇଛି । ସେପଟେ ଭାରତ ସରକାର ଚୀନ ମନଗଢ଼ା କାହାଣୀକୁ ଖାରଜ୍ କରିଛନ୍ତି । ଅରୁଣାଚଳ ପ୍ରଦେଶ ଭାରତର ଅବିଚ୍ଛେଦ୍ୟ ଅଙ୍ଗ । ବାସ୍ତବିକରେ ଏଲଏସିରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି କହିଛନ୍ତି । ଏହା ସବୁ ବେଳେ ଭାରତ ହୋଇ ରହିବ ।
ନୂଆଦିଲ୍ଲୀ: ଡ୍ରାଗନ ବିସ୍ତାରବାଦୀ ନୀତି ଉପରେ ଆମେରିକାର ଚେକ୍ । ଅରୁଣାଚଳ ପ୍ରଦେଶକୁ ନେଇ ରୋକଠୋକ୍ ଶୁଣାଇଛି ହ୍ବାଇଟ୍ ହାଉସ୍ । ଭାରତକୁ ସମର୍ଥନ କରି ଅରୁଣାଚଳ ପ୍ରଦେଶ ଭାରତ ଅବିଚ୍ଛିନ୍ନ ଅଙ୍ଗ ବୋଲି କହିଛନ୍ତି ବାଇଡେନ ପ୍ରଶାସନ । ଏହା ସହିତ ପିଏଲଏର ଏଲଏସି ଅନୁପ୍ରେବଶକୁ କଡ଼ା ବିରୋଧ କରୁଛି । ଅରୁଣାଚଳ ପ୍ରଦେଶ ବାସ୍ତବ ନିୟନ୍ତ୍ରଣ ରେଖା ପାର୍ କଲେ ସ୍ଥିତି ଭୟଭଙ୍କର ହେବ ବୋଲି କଡ଼ା ଚେତାବନୀ ଦେଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅରୁଣାଚଳ ପ୍ରଦେଶ ଯାତ୍ରା ପରେ ଚୀନ୍ ସେନା ଅରୁଣାଚଳ ତାଙ୍କର ବୋଲି ଦାବି ଦୋହରାଇଥିଲା । ଏହାକୁ ନେଇ ଆମେରିକାର ଜଣେ ଅଧିକାରୀ ଚୀନକୁ ରୋକଠୋକ୍ ଶୁଣାଇ ଦେଇଛନ୍ତି । ଚଳିତ ସପ୍ତାହ ଆରମ୍ଭରେ ଚୀନ୍ ପ୍ରତିରକ୍ଷା ମନ୍ତ୍ରାଳୟର ମୁଖପାତ୍ର କର୍ଣ୍ଣଲ ଝାଙ୍ଗ ଶିୟାଓଙ୍ଗାଙ୍ଗ୍ କହିଥିଲେ ଯେ, ତିବ୍ବତ୍ତର ଦକ୍ଷିଣ ଅଂଶ, ଚୀନ ଭୂ-ଭାଗର ଅଂଶ ବୋଲି କହିଥିଲେ । ଭାରତ ଏହି କ୍ଷେତ୍ରକୁ ଚୀନ୍ ଜାଙ୍ଗନାନ ନାମରେ ନାମିତ କରିଛି । ତେବେ ଚୀନର ଏହି ବିସ୍ତାରବାଦୀ ନୀତି ଉପରେ ବାଇଡେନ ପ୍ରଶାସନ କଡ଼ା ଜବାବ ଦେଇଛି ।
ସେପଟେ ଭାରତ ସରକାର ଚୀନ ମନଗଢ଼ା କାହାଣୀକୁ ଖାରଜ୍ କରିଛନ୍ତି । ଅରୁଣାଚଳ ପ୍ରଦେଶ ଭାରତର ଅବିଚ୍ଛେଦ୍ୟ ଅଙ୍ଗ । ବାସ୍ତବିକରେ ଏଲଏସିରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି କହିଛନ୍ତି । ଏହା ସବୁ ବେଳେ ଭାରତ ହୋଇ ରହିବ ।