ଅରୁଣାଚଳରେ ବିଜେପି ବହୁମତ ନିକଟତର; ୧୦ ବିଧାନସଭା ଆସନରେ ବିଜୟ, ୪୦ ସିଟରେ ଲିଡ୍

ଇଟାନଗର: ସରିଲା ୨୦୨୪ ଲୋକସଭା ନିର୍ବାଚନ । ସାରା ଦେଶରେ ଜୁନ ୪ ତାରିଖରେ ଭୋଟ୍ ଗଣତି ହେବ । ହେଲେ ଏହାପୂର୍ବରୁ ରବିବାର ଅରୁଣାଚଳ ପ୍ରଦେଶ ଓ ସିକ୍କିମ ବିଧାନସଭା ଆସନରେ ଭୋଟ୍ ଗଣତି ହୋଇଛି । ଏପ୍ରିଲ୍ ୧୯ ତାରିଖରେ ଅରୁଣାଚଳ ପ୍ରଦେଶର ମୋଟ୍ ୬୦ ଆସନରୁ ୫୦ ବିଧାନସଭା ଆସନରେ ମତଦାନ ହୋଇଥିଲା । ଆଜି ପ୍ରାୟ ୧୩୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ତେବେ ପ୍ରଥମରୁ ୧୦ଟି ଆସନରେ ବିଜେପି ନିର୍ଦ୍ବନ୍ଦ୍ବରେ ବିଜୟ ହୋଇଛି । ମତଗଣନା ଆରମ୍ଭରୁ ଅରୁଣାଚଳ ପ୍ରଦେଶରେ ଭାରତୀୟ ଜନତା ପାର୍ଟି ବହୁମତ ଦିଗରେ ଅଗ୍ରସର ହେଉଛି । ୪୮ଟି ବିଧାନସଭା ଆସନ ଭୋଟ୍ ଗତି ଜାରି ରହିଛି । ଏଥିରୁ ୪୦ ଆସନରେ ବିଜେପି ଲିଡ୍ ନେଇଛି। ସେହିପରି ଏନପିପି ୬ଟିରେ, ଗୋଟିଏ ଆସନରେ କଂଗ୍ରେସ ଆଗରେ ଏବଂ ଅନ୍ୟାନ୍ୟ ପ୍ରାର୍ଥୀ ୬ ଆସନରେ ଆଗରେ ଚାଲୁଛନ୍ତି । ତେବେ ଅରୁଣାଚଳ ପ୍ରଦେଶରେ ବିଜେପି ସ୍ପଷ୍ଟ ବହୁମତ ସହିତ ସରକାର ଗଠନ କରିବ ବୋଲି ଆଶା କରାଯାଉଛି । 

ଅରୁଣାଚଳରେ ବିଜେପି ବହୁମତ ନିକଟତର; ୧୦ ବିଧାନସଭା ଆସନରେ ବିଜୟ, ୪୦ ସିଟରେ ଲିଡ୍

ଇଟାନଗର: ସରିଲା ୨୦୨୪ ଲୋକସଭା ନିର୍ବାଚନ । ସାରା ଦେଶରେ ଜୁନ ୪ ତାରିଖରେ ଭୋଟ୍ ଗଣତି ହେବ । ହେଲେ ଏହାପୂର୍ବରୁ ରବିବାର ଅରୁଣାଚଳ ପ୍ରଦେଶ ଓ ସିକ୍କିମ ବିଧାନସଭା ଆସନରେ ଭୋଟ୍ ଗଣତି ହୋଇଛି । ଏପ୍ରିଲ୍ ୧୯ ତାରିଖରେ ଅରୁଣାଚଳ ପ୍ରଦେଶର ମୋଟ୍ ୬୦ ଆସନରୁ ୫୦ ବିଧାନସଭା ଆସନରେ ମତଦାନ ହୋଇଥିଲା । ଆଜି ପ୍ରାୟ ୧୩୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ତେବେ ପ୍ରଥମରୁ ୧୦ଟି ଆସନରେ ବିଜେପି ନିର୍ଦ୍ବନ୍ଦ୍ବରେ ବିଜୟ ହୋଇଛି । 

ମତଗଣନା ଆରମ୍ଭରୁ ଅରୁଣାଚଳ ପ୍ରଦେଶରେ ଭାରତୀୟ ଜନତା ପାର୍ଟି ବହୁମତ ଦିଗରେ ଅଗ୍ରସର ହେଉଛି । ୪୮ଟି ବିଧାନସଭା ଆସନ ଭୋଟ୍ ଗତି ଜାରି ରହିଛି । ଏଥିରୁ ୪୦ ଆସନରେ ବିଜେପି ଲିଡ୍ ନେଇଛି। ସେହିପରି ଏନପିପି ୬ଟିରେ, ଗୋଟିଏ ଆସନରେ କଂଗ୍ରେସ ଆଗରେ ଏବଂ ଅନ୍ୟାନ୍ୟ ପ୍ରାର୍ଥୀ ୬ ଆସନରେ ଆଗରେ ଚାଲୁଛନ୍ତି । ତେବେ ଅରୁଣାଚଳ ପ୍ରଦେଶରେ ବିଜେପି ସ୍ପଷ୍ଟ ବହୁମତ ସହିତ ସରକାର ଗଠନ କରିବ ବୋଲି ଆଶା କରାଯାଉଛି ।