ଅର୍ଚ୍ଚନାଙ୍କ ପରେ ହଂସିତା 

ଭୁବନେଶ୍ୱର,୧୪।୧(ଜିତେନ୍ଦ୍ର କୁମାର ନାୟକ): ଦୁଇ ବର୍ଷ ତଳେ ଅର୍ଚ୍ଚନା ନାଗଙ୍କ କାରନାମା ନେଇ ରାଜ୍ୟ ହୁଲ୍‌ସ୍ଥୂଲ୍‌ ହୋଇଥିଲା। କଳାହାଣ୍ଡିରୁ ଆସିଥିବା ଅର୍ଚ୍ଚନା ୨୦୧୫ରେ ଭୁବନେଶ୍ୱର ଆସି ଘରୋଇ ସିକ୍ୟୁରିଟି ସଂସ୍ଥାରେ ଚାକିରି କରିଥିଲେ। ପରବର୍ତ୍ତୀ ସମୟରେ ବାଲେଶ୍ୱରର ଜଗବନ୍ଧୁ ଚାନ୍ଦଙ୍କୁ ବିବାହ କରି ସେ  ବଡ଼ ବଡ଼ ଲୋକଙ୍କୁ ହନି ଟ୍ରପ୍‌ କରି ତାଙ୍କ ସାମ୍ରାଜ୍ୟ ବିସ୍ତାର କରିଥିଲେ। ରାଜନେତା, ବ୍ୟବସାୟୀ, ଫିଲ୍ମ ଜଗତର ପ୍ରଭାବଶାଳୀ ଲୋକଙ୍କୁ ଫସେଇ ସେ ଅର୍ଥ ରୋଜଗାର କରୁଥିଲେ ବୋଲି ଅଭିଯୋଗ […] The post ଅର୍ଚ୍ଚନାଙ୍କ ପରେ ହଂସିତା  appeared first on Dharitri Odia News.

ଅର୍ଚ୍ଚନାଙ୍କ ପରେ ହଂସିତା 
ଭୁବନେଶ୍ୱର,୧୪।୧(ଜିତେନ୍ଦ୍ର କୁମାର ନାୟକ): ଦୁଇ ବର୍ଷ ତଳେ ଅର୍ଚ୍ଚନା ନାଗଙ୍କ କାରନାମା ନେଇ ରାଜ୍ୟ ହୁଲ୍‌ସ୍ଥୂଲ୍‌ ହୋଇଥିଲା। କଳାହାଣ୍ଡିରୁ ଆସିଥିବା ଅର୍ଚ୍ଚନା ୨୦୧୫ରେ ଭୁବନେଶ୍ୱର ଆସି ଘରୋଇ ସିକ୍ୟୁରିଟି ସଂସ୍ଥାରେ ଚାକିରି କରିଥିଲେ। ପରବର୍ତ୍ତୀ ସମୟରେ ବାଲେଶ୍ୱରର ଜଗବନ୍ଧୁ ଚାନ୍ଦଙ୍କୁ ବିବାହ କରି ସେ  ବଡ଼ ବଡ଼ ଲୋକଙ୍କୁ ହନି ଟ୍ରପ୍‌ କରି ତାଙ୍କ ସାମ୍ରାଜ୍ୟ ବିସ୍ତାର କରିଥିଲେ। ରାଜନେତା, ବ୍ୟବସାୟୀ, ଫିଲ୍ମ ଜଗତର ପ୍ରଭାବଶାଳୀ ଲୋକଙ୍କୁ ଫସେଇ ସେ ଅର୍ଥ ରୋଜଗାର କରୁଥିଲେ ବୋଲି ଅଭିଯୋଗ ଆସିଥିଲା। ଖୁବ୍‌ କମ୍‌ ସମୟ ମଧ୍ୟରେ ସେ ଅନେକ କୋଟି ଟଙ୍କାର ମାଲିକାଣୀ ପାଲଟି ଯାଇଥିଲେ। ସେତେବେଳେ ରାଜ୍ୟରେ ବିଜୁ ଜନତା ଦଳ (ବିଜେଡି) ସରକାର ଚାଲୁଥିଲା। ସରକାରୀ ଦଳର ଏକାଧିକ ନେତାଙ୍କ ନାମ ଅର୍ଚ୍ଚନାଙ୍କ ସହ ସମ୍ପୃକ୍ତି ଥିବା ନେଇ ବିରୋଧୀ ଭାଜପା ସେତେବେଳେ ଅଭିଯୋଗ କରିଥିଲା। ଘଟଣାକ୍ରମେ ଅର୍ଚ୍ଚନା ଗିରଫ ହୋଇଥିଲେ ଓ ପରବର୍ତ୍ତୀ ସମୟରେ ସେ ଜାମିନ ପାଇଥିଲେ। ଜେଲରୁ ବାହାରିବା ପରେ ସେ ସମସ୍ତଙ୍କ ମୁଖା ଖୋଲିବେ ବୋଲି ଗଣମାଧ୍ୟମକୁ କହିଥିଲେ। ହେଲେ ଏ ଯାବତ ସେ ମୁହଁ ଖୋଲିପାରି ନ ଥିବାରୁ ସେହି ଘଟଣା ଶିଥିଳ ହେବା ସହ ତାହା ଜନମାନସରୁ ଦୂରେଇ ଯାଇଛି।
ନିକଟରେ ଆଉ ଜଣେ ହାଇପ୍ରୋଫାଇଲ ମହିଳା ହଂସିତା ଅଭୀଲିପ୍ସାଙ୍କ ଠକେଇ ପଦାକୁ ଆସିବା ପରେ ରାଜ୍ୟ ରାଜନୀତି ଚଳଚଞ୍ଚଳ ହୋଇଛି। କନ୍ଧମାଳରୁ ଆସିଥିବା ଏହି ମହିଳା ଖୁବ୍‌ କମ୍‌ ସମୟରେ ଭୁବନେଶ୍ୱରରେ ନିଜ କାୟା ବିସ୍ତାର କରିଥିଲେ। ସେ ବିବାହିତ ହୋଇ ମଧ୍ୟ ଠିକଣା ବଦଳାଇ ଅନିଲ ମହାନ୍ତିଙ୍କ ସହ ମିଶି ସ୍ବାମୀ-ସ୍ତ୍ରୀର ପରିଚୟ ଦେଇ ଠକେଇ ମାଧ୍ୟମରେ ପର୍ଯ୍ୟାପ୍ତ ଅର୍ଥ ଉପାର୍ଜନ କରିଥିବା ଖବର ପଦାକୁ ଆସିଛି।
ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ, ହଂସିତା ନିଜକୁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ. ମିଶ୍ରଙ୍କ ଝିଅ ଓ ଅନିଲଙ୍କୁ ଜ୍ୱାଇଁ ପରିଚୟ ଦେଇ ଅନେକ ହାଇପ୍ରୋଫାଇଲ ବ୍ୟକ୍ତିଙ୍କୁ ଠକି ଚାଲିଥିଲେ। ଗତ ମାସ ଶେଷ ଆଡ଼କୁ ସେମାନଙ୍କ କଳାକାରନାମା ଆସିବା ପରେ ବହୁ ଗୁମୁର କଥା ପଦାକୁ ଆସୁଛି। ଏବେ ରାଜ୍ୟରେ ଭାଜପା ସରକାର ଚାଲିଛି। କେତେକ ଭାଜପା ନେତା କହୁଛନ୍ତି ହଂସିତା-ଅନିଲ ଯୋଡ଼ିଙ୍କ ସହ ବିଜେଡି ନେତାଙ୍କ ସମ୍ପୃକ୍ତି ରହିଛି। ବର୍ତ୍ତମାନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଓ ଭିଜିଲାନ୍ସ ବିଭାଗ ଏହି ଘଟଣାର ତଦନ୍ତ କରୁଛି। ଭାଜପା ୭ ମାସ ହେବ ଶାସନକୁ ଆସିଲାଣି। ତେଣୁ ପ୍ରତି କଥାରେ ଏବକାର ଅପରାଧ କିମ୍ବା ଠକେଇ ସକାଶେ ପୂର୍ବ ସରକାରଙ୍କୁ ଦାୟୀ କରାଯିବା ସାଧାରଣରେ ଗ୍ରହଣୀୟ ହେଉନାହିଁ। କାରଣ ଅପରାଧ କରିଥିବା ବ୍ୟକ୍ତିଙ୍କ ବିରୋଧରେ ସରକାର ଚାହିଁଲେ କାର୍ଯ୍ୟାନୁଷ୍ଠାନ ନେଇପାରିବେ। କିନ୍ତୁ ପରସ୍ପରକୁ ଦୋଷ ଦିଆନିଆ ଚାଲିଲେ ନିଷ୍କର୍ଷରେ ପହଞ୍ଚତ୍ବା କଷ୍ଟକର ହୋଇପଡ଼ିବ।
କେତେକେ କହିଲେଣି ଯେ ଏଭଳି ହାଇପ୍ରୋଫାଇଲ ଠକେଇ ଘଟଣା ଜଣାପଡ଼ିଲେ କିଛି ଦିନ ତାହା ଉପରେ ଜୋରଦାର ଚର୍ଚ୍ଚା ହୋଇଥାଏ। ପରେ ସେସବୁ ଧୀରେ ଧୀରେ ଲୋକଲୋଚନରୁ ଦୂରେଇ ଯାଇଥାଏ। ଆଗରୁ ଅର୍ଚ୍ଚନା, ଏବେ ହଂସିତା ଓ ପରେ ଆଉ କିଏ ଆସିପାରନ୍ତି।

The post ଅର୍ଚ୍ଚନାଙ୍କ ପରେ ହଂସିତା  appeared first on Dharitri Odia News.