ଅର୍ଜୁନ ପୁରସ୍କାରକୁ ନେଇ ଭାବପ୍ରବଣ ହେଲେ ଶାମି, କହିଲେ ଏହା ଏକ ସ୍ବପ୍ନ ସାକାର ହେବା ଭଳି…
ନୂଆଦିଲ୍ଲୀ,୮।୧: ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମି ଅର୍ଜୁନ ପୁରସ୍କାର ଉପରେ ଏକ ବଡ଼ ବୟାନ ଦେଇଛନ୍ତି। ଦ୍ରୁତ ବୋଲର କହିଛନ୍ତି ଯେ, ଏହା ଏକ ସ୍ବପ୍ନ ସାକାର ହେବା ଭଳି। ମୁଁ ଖୁସି ଯେ ମୋର ନାମ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହୋଇଛି। ସୂଚନାଯୋଗ୍ୟ, ଜାନୁଆରୀ ୯ରେ ଭାରତର ରାଷ୍ଟ୍ରପତି ମହମ୍ମଦ ଶାମିଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରିବେ। ନିକଟରେ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ଜାତୀୟ କ୍ରୀଡ଼ା ପୁରସ୍କାର ୨୦୨୩ ଘୋଷଣା […] The post ଅର୍ଜୁନ ପୁରସ୍କାରକୁ ନେଇ ଭାବପ୍ରବଣ ହେଲେ ଶାମି, କହିଲେ ଏହା ଏକ ସ୍ବପ୍ନ ସାକାର ହେବା ଭଳି… appeared first on Dharitri Odia News.
ନୂଆଦିଲ୍ଲୀ,୮।୧: ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମି ଅର୍ଜୁନ ପୁରସ୍କାର ଉପରେ ଏକ ବଡ଼ ବୟାନ ଦେଇଛନ୍ତି। ଦ୍ରୁତ ବୋଲର କହିଛନ୍ତି ଯେ, ଏହା ଏକ ସ୍ବପ୍ନ ସାକାର ହେବା ଭଳି। ମୁଁ ଖୁସି ଯେ ମୋର ନାମ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହୋଇଛି।
ସୂଚନାଯୋଗ୍ୟ, ଜାନୁଆରୀ ୯ରେ ଭାରତର ରାଷ୍ଟ୍ରପତି ମହମ୍ମଦ ଶାମିଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରିବେ। ନିକଟରେ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ଜାତୀୟ କ୍ରୀଡ଼ା ପୁରସ୍କାର ୨୦୨୩ ଘୋଷଣା କରିଥିଲା। ମହମ୍ମଦ ଶାମିଙ୍କ ବ୍ୟତୀତ ୨୬ ଖେଳାଳିଙ୍କୁ ବିଭିନ୍ନ କ୍ରୀଡ଼ାରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯିବ।
ନିକଟରେ ଶାମି ବିଶ୍ୱକପରେ ଉତ୍କୃଷ୍ଟ ବୋଲିଂ ପ୍ରଦର୍ଶନ କରିଥିଲେ। ଏହି ଟୁର୍ନାମେଣ୍ଟରେ ମହମ୍ମଦ ଶାମି ସର୍ବାଧିକ ଉଇକେଟ୍ ନେଇଥିଲେ। ମହମ୍ମଦ ଶାମିଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁଁ ଟିମ ଇଣ୍ଡିଆ ଫାଇନାଲରେ ପ୍ରବେଶ କରିଥିଲା। ହେେଏ ଫାଇନାଲ ମ୍ୟାଚରେ ଭାରତୀୟ ଦଳକୁ ପରାଜୟର ସାମ୍ନା କରିବାକୁ ପଡିଥିଲା।
The post ଅର୍ଜୁନ ପୁରସ୍କାରକୁ ନେଇ ଭାବପ୍ରବଣ ହେଲେ ଶାମି, କହିଲେ ଏହା ଏକ ସ୍ବପ୍ନ ସାକାର ହେବା ଭଳି… appeared first on Dharitri Odia News.