ଅର୍ଜୁନ୍‌ଙ୍କ ସହ ବ୍ରେକ୍ଅପ୍‌କୁ ନେଇ ପ୍ରଥମ ଥର ଖୁଲାସା କଲେ ମଲାଇକା, କହିଲେ- ଶେଷ ପର୍ଯ୍ୟନ୍ତ ଲଢିବି

ମୁମ୍ଵାଇ ୩୦।୦୬; ବଲିଉଡ୍‌ ସୁନ୍ଦରୀ ଅଭିନେତ୍ରୀ ତଥା ଫିଟ୍‌ନେସ୍‌ କ୍ଵିନ୍‌ ମଲାଇକା ଅରୋରା । ଅଭିନେତା  ଅର୍ଜୁନ କପୁରଙ୍କ ସହ ତାଙ୍କ ସମ୍ପର୍କକୁ ନେଇ କୁବ୍‌ ଚର୍ଚ୍ଚା ହେଉଥିଲା । ହେଲେ ବର୍ତ୍ତମାନ ଦୁହେଁ ଅଲଗା ହୋଇଯାଇଥିବା ନେଇ ଆଲୋଚନା ହେଉଛି । କୁହାଯାଉଛି କି ଦୁହେଁ ଏକ କଷ୍ଟଦାୟକ ସମୟ ଅତିବାହିତ କରୁଛନ୍ତି? ଏଭଳିକିଛି  ପ୍ରଶ୍ନ ବର୍ତ୍ତମାନ ଲୋକଙ୍କ ମନରେ ଆସୁଛି । ସେମାନଙ୍କ ଯେତେବେଳେ ଅର୍ଜୁନ କପୁରଙ୍କ ଜନ୍ମଦିନରେ ତାଙ୍କର ଇଣ୍ଡଷ୍ଟ୍ରୀର ସବୁ ସାଙ୍ଗ ପହଞ୍ଚିଥିଲେ। ସେତେବେଳେ ମଲାଇକାଙ୍କ ଦେଖା ଯାଇ ନଥିଲେ । ଏଥିରୁ ଜଣା ପଡୁଛି କି ଦୁହେଁ ବ୍ରେକ୍‌ଅପ କରିଛନ୍ତି ।ସୋସିଆଲ ମିଡିଆରେ ଅର୍ଜୁନଙ୍କୁ ମଧ୍ୟ ମଲାଇକା ଶୁଭେଚ୍ଛା ଜଣାଇ ନଥିଲେ। ହେଲେ ଅର୍ଜୁନ କପୁର କିମ୍ବା ମଲାଇକା ଅରୋରା ଏପର୍ଯ୍ୟନ୍ତ ବ୍ରେକ୍‌ଅପ୍ ଖବରକୁ ନେଇ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହାଁନ୍ତି। କିନ୍ତୁ ନିକଟରେ ଅଭିନେତ୍ରୀ ପ୍ରେମକୁ ନେଇ ଯାହା କହିଛନ୍ତି ତାହା ଖୁବ୍‌ ଚର୍ଚ୍ଚାରେ ଅଛି। କିଛି ଦିନ ହେବ ଏକ ଗୁଜବ ହେଉଥିଲା କି ସେମାନଙ୍କ ସମ୍ପର୍କରେ ମତଭେଦ ଦେଖାଦେଇଛି। କିନ୍ତୁ ନିକଟରେ ମଲାଇକା ଇଣ୍ଟର୍‌ନେଟ୍‌କୁ ଏକ ଟକ୍ସିସ୍ ସ୍ପେସ୍‌ ବୋଲି କହିଛନ୍ତି। ସେ କହିଛନ୍ତି, “ମୁଁ ମୋ ଚାରିପାଖରେ ଢାଲ ତିଆରି କରିଛି। ବର୍ତ୍ତମାନ ମୁଁ ନେଗେଟିଭିଟିକୁ ମୋ ପାଖରେ ପହଞ୍ଚିବାକୁ ଦେବି ନାହିଁ। କାମର ପରିବେଶ ହେଉ କି ସୋସିଆଲ ମିଡିଆ କିମ୍ବା

ଅର୍ଜୁନ୍‌ଙ୍କ ସହ ବ୍ରେକ୍ଅପ୍‌କୁ ନେଇ ପ୍ରଥମ ଥର ଖୁଲାସା କଲେ ମଲାଇକା, କହିଲେ- ଶେଷ ପର୍ଯ୍ୟନ୍ତ ଲଢିବି

ମୁମ୍ଵାଇ ୩୦।୦୬; ବଲିଉଡ୍‌ ସୁନ୍ଦରୀ ଅଭିନେତ୍ରୀ ତଥା ଫିଟ୍‌ନେସ୍‌ କ୍ଵିନ୍‌ ମଲାଇକା ଅରୋରା । ଅଭିନେତା  ଅର୍ଜୁନ କପୁରଙ୍କ ସହ ତାଙ୍କ ସମ୍ପର୍କକୁ ନେଇ କୁବ୍‌ ଚର୍ଚ୍ଚା ହେଉଥିଲା । ହେଲେ ବର୍ତ୍ତମାନ ଦୁହେଁ ଅଲଗା ହୋଇଯାଇଥିବା ନେଇ ଆଲୋଚନା ହେଉଛି । କୁହାଯାଉଛି କି ଦୁହେଁ ଏକ କଷ୍ଟଦାୟକ ସମୟ ଅତିବାହିତ କରୁଛନ୍ତି? ଏଭଳିକିଛି  ପ୍ରଶ୍ନ ବର୍ତ୍ତମାନ ଲୋକଙ୍କ ମନରେ ଆସୁଛି । ସେମାନଙ୍କ ଯେତେବେଳେ ଅର୍ଜୁନ କପୁରଙ୍କ ଜନ୍ମଦିନରେ ତାଙ୍କର ଇଣ୍ଡଷ୍ଟ୍ରୀର ସବୁ ସାଙ୍ଗ ପହଞ୍ଚିଥିଲେ। ସେତେବେଳେ ମଲାଇକାଙ୍କ ଦେଖା ଯାଇ ନଥିଲେ । ଏଥିରୁ ଜଣା ପଡୁଛି କି ଦୁହେଁ ବ୍ରେକ୍‌ଅପ କରିଛନ୍ତି ।

ସୋସିଆଲ ମିଡିଆରେ ଅର୍ଜୁନଙ୍କୁ ମଧ୍ୟ ମଲାଇକା ଶୁଭେଚ୍ଛା ଜଣାଇ ନଥିଲେ। ହେଲେ ଅର୍ଜୁନ କପୁର କିମ୍ବା ମଲାଇକା ଅରୋରା ଏପର୍ଯ୍ୟନ୍ତ ବ୍ରେକ୍‌ଅପ୍ ଖବରକୁ ନେଇ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହାଁନ୍ତି। କିନ୍ତୁ ନିକଟରେ ଅଭିନେତ୍ରୀ ପ୍ରେମକୁ ନେଇ ଯାହା କହିଛନ୍ତି ତାହା ଖୁବ୍‌ ଚର୍ଚ୍ଚାରେ ଅଛି। କିଛି ଦିନ ହେବ ଏକ ଗୁଜବ ହେଉଥିଲା କି ସେମାନଙ୍କ ସମ୍ପର୍କରେ ମତଭେଦ ଦେଖାଦେଇଛି। କିନ୍ତୁ ନିକଟରେ ମଲାଇକା ଇଣ୍ଟର୍‌ନେଟ୍‌କୁ ଏକ ଟକ୍ସିସ୍ ସ୍ପେସ୍‌ ବୋଲି କହିଛନ୍ତି। ସେ କହିଛନ୍ତି, “ମୁଁ ମୋ ଚାରିପାଖରେ ଢାଲ ତିଆରି କରିଛି। ବର୍ତ୍ତମାନ ମୁଁ ନେଗେଟିଭିଟିକୁ ମୋ ପାଖରେ ପହଞ୍ଚିବାକୁ ଦେବି ନାହିଁ। କାମର ପରିବେଶ ହେଉ କି ସୋସିଆଲ ମିଡିଆ କିମ୍ବା ଟ୍ରୋଲ, ମୁଁ ଏଥିରୁ ନିଜକୁ ଅଲଗା ରଖିଛି ।  

ମଲାଇକା ଆହୁରି କହିଛନ୍ତି ଯେ “ମୁଁ କହିବି ନାହିଁ ଯେ ଏଭଳି ଜିନିଷ ମୋତେ ଆଦୌ ପ୍ରଭାବିତ କରୁନାହିଁ। ମୁଁ ମଧ୍ୟ ମଣିଷ, ତେଣୁ ମୁଁ ମଧ୍ୟ କାନ୍ଦୁଛି, ଭାଙ୍ଗିପଡିଛି ଏବଂ ଟ୍ରୋଲ୍‌ ହେବା ସହିତ ଜଡିତ ଭାବନାକୁ ଅନୁଭବ କରୁଛି, କିନ୍ତୁ ଆପଣ ଏହାକୁ ସର୍ବସାଧାରଣରେ ଦେଖିପାରିବେ ନାହିଁ।” ମୁଁ ଇଣ୍ଟର୍‌ନେଟ୍‌ରେ କିଛି ନେମ୍‌ଲେସ୍, ଫେସ୍‌ଲେସ୍ ବ୍ୟକ୍ତିଙ୍କୁ ଉତ୍ତର ଦେବା ଆବଶ୍ୟକ ମନେ କରେନି।  ପ୍ରେମକୁ ନେଇ ମଲାଇକା କହିଛନ୍ତି ଯାହା ହେଉନା କାହିଁକି ମୁଁ ପ୍ରେମ ପାଇଁ ଶେଷ ଯାଏଁ ଲଢିବି।