ଅର୍ଥ ହେରଫେର ମାମଲା : ହାଇକୋର୍ଟ ଗଲେ ଶିଳ୍ପା-କୁନ୍ଦ୍ରା ଦମ୍ପତ୍ତି
ନନ୍ଦିଘୋଷ ବ୍ୟୁରୋ: ଅର୍ଥ ହେରଫେର ମାମଲାରେ ବଲିଉଡ ଅଭିନେତ୍ରୀ ଶିଲ୍ପା ସେଟ୍ଟୀ ଓ ସ୍ଵାମୀ ରାଜ କୁନ୍ଦ୍ରାଙ୍କୁ ଘର ଖାଲି... The post ଅର୍ଥ ହେରଫେର ମାମଲା : ହାଇକୋର୍ଟ ଗଲେ ଶିଳ୍ପା-କୁନ୍ଦ୍ରା ଦମ୍ପତ୍ତି appeared first on .
ନନ୍ଦିଘୋଷ ବ୍ୟୁରୋ: ଅର୍ଥ ହେରଫେର ମାମଲାରେ ବଲିଉଡ ଅଭିନେତ୍ରୀ ଶିଲ୍ପା ସେଟ୍ଟୀ ଓ ସ୍ଵାମୀ ରାଜ କୁନ୍ଦ୍ରାଙ୍କୁ ଘର ଖାଲି କରିବାକୁ ଇଡି ନୋଟିସକୁ ହାଇକୋର୍ଟରେ ଚ୍ଯାଲେଂଜ। ବମ୍ବେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି ସେଲିବ୍ରିଟି ଦମ୍ପତ୍ତି ଶିଲ୍ପା ସେଟ୍ଟୀ ଓ ରାଜ କୁନ୍ଦ୍ରା। ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଶିଳ୍ପା ସେଟ୍ଟୀ ଓ ରାଜ କୁନ୍ଦ୍ରାଙ୍କୁ ଘର ଖାଲି କରିବାକୁ ନୋଟିସ ଜାରି କରିଛି। ମୁମ୍ବାଇର ଜୁହୁ ଅଂଚଳରେ ରହିଛି ସେଲିବ୍ରିଟି ଦମ୍ପତ୍ତିଙ୍କ ବାସଭବନ ଏବଂ ପବନା ହ୍ରଦ ନିକଟରେ ରହିଛି ଫାର୍ମ ହାସୁସ। କ୍ରିପ୍ଟୋ କରେନ୍ସି ଠକେଇ ଯୋଜନାରେ ଅସ୍ଥାୟୀ ଭାବେ ଏହି ଦୁଇ ବାସଭବନକୁ ଜବତ କରିଥିଲା ଇଡି। ଏହି ଘରକୁ ଖାଲି କରିବାକୁ ଇଡିର ନୋଟିସକୁ ଚ୍ଯାଲେଂଜ କରି ବମ୍ବେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି ଉଭୟ। ମାମଲାରେ ଆସନ୍ତକାଲି ପରବର୍ତ୍ତୀ ଶୁଣାଣି ହେବ। ଗତ ୩ ତାରିଖରେ ରାଜ କୁନ୍ଦ୍ରାଙ୍କୁ ଉଚ୍ଛେଦ ନୋଟିସ ଜାରି କରିଥିଲା ଇଡି। ୨୦୧୮ରୁ ଏହି ମାମଲା ଜାରି ରହିଛି। କ୍ରିପ୍ଟୋ କଏନ ସ୍କିମ ଜରିଆରେ ଗ୍ରାହକଙ୍କୁ ୬ କୋଟି ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି।
The post ଅର୍ଥ ହେରଫେର ମାମଲା : ହାଇକୋର୍ଟ ଗଲେ ଶିଳ୍ପା-କୁନ୍ଦ୍ରା ଦମ୍ପତ୍ତି appeared first on .