ଅର୍ଥନୀତି ପାଇଁ ଭଲ ଖବର; କମିଲା କରେଣ୍ଟ ଆକାଉଣ୍ଟ ଡେଫିସିଟ୍

ନୂଆଦିଲ୍ଲୀ: ଦେଶର କରେଣ୍ଟ ଆକାଉଣ୍ଟ ଡେଫିସିଟ୍(ଚାଲୁ ଖାତା କ୍ଷତି) ହ୍ରାସ ପାଇଛି। ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟ ମାସିକରେ(ଅକ୍ଟୋବର-ଡିସେମ୍ବର) ଡେଫିସିଟ୍ ହ୍ରାସ ପାଇଁ ଜିଡିପିର ୧.୨ ପ୍ରତିଶତ ଅର୍ଥାତ୍‌ ୧୦.୫ ଆରବ ଡଲାର ହୋଇଛି। ମଙ୍ଗଳବାର ରିଜର୍ଭ ବ୍ୟାଙ୍କ ଇଣ୍ଡିଆ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୨୦୨୨-୨୩ ଆର୍ଥିକ ବର୍ଷର ତୃତୀୟ ତ୍ରୟ ମାସିକରେ ଚାଲୁ ଖାତା କ୍ଷତି(ସିଏଡି) ୧୬.୮ ଆରବ ଡଲାର ଅର୍ଥାତ୍ ଡିଜିପିର ୨ ପ୍ରତିଶତ ରହିଥିଲା। ହେଲେ ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟ ମାସିକରେ ଏହା ୧୧.୪ ଅରବ ଡଲାର ଅର୍ଥାତ୍ ଜିଡିପିର ୧.୩ ପ୍ରତିଶତ ରହିଛି। ସୂଚନା ଥାଉକି ସିଏଡି ବିଦେଶକୁ ପଠାଯାଇଥିବା ଧନ ଓ ବିଦେଶରୁ ଦେଶକୁ ଆସିଥିବା ଟଙ୍କା ମଧ୍ୟରେ ପାର୍ଥକ୍ୟ ଦର୍ଶାଇଥାଏ।  ଆର୍‌ବିଆଇର ସୂଚନା ଅନୁସାରେ ନେଟ୍ ଏପ୍‌ଡିଆ ଫ୍ଲୋ ୨୦୨୩ ଏପ୍ରିଲ-ଡିସେମ୍ବର ମଧ୍ୟରେ ହ୍ରାସ ପାଇ ୮.୫ ଅରବ ଡଲାର ରହିଛି। ଯାହା ଗତବର୍ଷ ସମାନ ଅବଧିରେ ୨୧.୬ ଆରବ ଡଲାର ରହିଥିଲା। ତେବେ ତ୍ରୟ ମାସିକ ଆଧାରରେ ନେଟ୍ ଏଫ୍‌ଡିଆଇ ଫ୍ଲୋ ଦୁଇଗୁଣାରୁ ଅଧିକ ବଢ଼ିଛି। ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟ ମାସିକରେ ପ୍ରତ୍ୟକ୍ଷ ବିଦେଶୀ ନିବେଶ(ଏଫ୍‌ଡିଆ)ରେ ୪.୨ ଅବ ଡଲାରର ନେଟ୍ ଫ୍ଲୋ ଆକଳନ କରାଯାଇଛି। ଯାହା ୨୦୨୨-୨୩ର ତୃତୀୟ ତ୍ରୟ ମାସିକରେ ୨ ଆରବ ଡଲାର ଥିଲା।  ବିଦେଶୀ ମୁଦ୍ରା ଭଣ୍ଡାରରେ ବୃଦ୍ଧି ଘଟିଛି। ଅକ୍ଟୋବର-ଡିସେମ୍ବରରେ ବିଦେଶୀ ମୁଦ୍ର

ଅର୍ଥନୀତି ପାଇଁ ଭଲ ଖବର; କମିଲା କରେଣ୍ଟ ଆକାଉଣ୍ଟ ଡେଫିସିଟ୍

ନୂଆଦିଲ୍ଲୀ: ଦେଶର କରେଣ୍ଟ ଆକାଉଣ୍ଟ ଡେଫିସିଟ୍(ଚାଲୁ ଖାତା କ୍ଷତି) ହ୍ରାସ ପାଇଛି। ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟ ମାସିକରେ(ଅକ୍ଟୋବର-ଡିସେମ୍ବର) ଡେଫିସିଟ୍ ହ୍ରାସ ପାଇଁ ଜିଡିପିର ୧.୨ ପ୍ରତିଶତ ଅର୍ଥାତ୍‌ ୧୦.୫ ଆରବ ଡଲାର ହୋଇଛି। ମଙ୍ଗଳବାର ରିଜର୍ଭ ବ୍ୟାଙ୍କ ଇଣ୍ଡିଆ ପକ୍ଷରୁ ଏହି ସୂଚନା ଦିଆଯାଇଛି। 


୨୦୨୨-୨୩ ଆର୍ଥିକ ବର୍ଷର ତୃତୀୟ ତ୍ରୟ ମାସିକରେ ଚାଲୁ ଖାତା କ୍ଷତି(ସିଏଡି) ୧୬.୮ ଆରବ ଡଲାର ଅର୍ଥାତ୍ ଡିଜିପିର ୨ ପ୍ରତିଶତ ରହିଥିଲା। ହେଲେ ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟ ମାସିକରେ ଏହା ୧୧.୪ ଅରବ ଡଲାର ଅର୍ଥାତ୍ ଜିଡିପିର ୧.୩ ପ୍ରତିଶତ ରହିଛି। ସୂଚନା ଥାଉକି ସିଏଡି ବିଦେଶକୁ ପଠାଯାଇଥିବା ଧନ ଓ ବିଦେଶରୁ ଦେଶକୁ ଆସିଥିବା ଟଙ୍କା ମଧ୍ୟରେ ପାର୍ଥକ୍ୟ ଦର୍ଶାଇଥାଏ। 

 

ଆର୍‌ବିଆଇର ସୂଚନା ଅନୁସାରେ ନେଟ୍ ଏପ୍‌ଡିଆ ଫ୍ଲୋ ୨୦୨୩ ଏପ୍ରିଲ-ଡିସେମ୍ବର ମଧ୍ୟରେ ହ୍ରାସ ପାଇ ୮.୫ ଅରବ ଡଲାର ରହିଛି। ଯାହା ଗତବର୍ଷ ସମାନ ଅବଧିରେ ୨୧.୬ ଆରବ ଡଲାର ରହିଥିଲା। ତେବେ ତ୍ରୟ ମାସିକ ଆଧାରରେ ନେଟ୍ ଏଫ୍‌ଡିଆଇ ଫ୍ଲୋ ଦୁଇଗୁଣାରୁ ଅଧିକ ବଢ଼ିଛି। ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟ ମାସିକରେ ପ୍ରତ୍ୟକ୍ଷ ବିଦେଶୀ ନିବେଶ(ଏଫ୍‌ଡିଆ)ରେ ୪.୨ ଅବ ଡଲାରର ନେଟ୍ ଫ୍ଲୋ ଆକଳନ କରାଯାଇଛି। ଯାହା ୨୦୨୨-୨୩ର ତୃତୀୟ ତ୍ରୟ ମାସିକରେ ୨ ଆରବ ଡଲାର ଥିଲା।  


ବିଦେଶୀ ମୁଦ୍ରା ଭଣ୍ଡାରରେ ବୃଦ୍ଧି ଘଟିଛି। ଅକ୍ଟୋବର-ଡିସେମ୍ବରରେ ବିଦେଶୀ ମୁଦ୍ରା ଭଣ୍ଡାରରେ ବୃଦ୍ଧି ୬ ବିଲିୟନ ଡଲାର ଥିଲା, ଯାହା ବର୍ଷେ ତଳେ ସମାନ ଅବଧିରେ ୧୧.୧ ବିଲିୟନ ଡଲାର ବୃଦ୍ଧି ହୋଇଥିଲା ଚଳିତ ଆର୍ଥଇକ ବର୍ଷରେ  ବ୍ୟାପାର କ୍ଷତି ବୃଦ୍ଧି ହୋଇ ୭୧.୬ ଅରବ ଡଲାରରେ ପହଞ୍ଚିଛି। ଯାହା ବର୍ଷେ ତଳେ ସମାନ ଅବଧିରେ (୨୦୨୨-୨୩-୨୦୨୨୦୨୩ ତୃତୀୟ ତ୍ରୟ ମାସିକ) ୭୧.୩ ଅରବ ଡଲାର ଥିଲା। 

ତେବେ ସର୍ଭିସ ଏକ୍ସପୋର୍ଟରେ ବୃଦ୍ଧି ହୋଇଛି। ସଫ୍ଟୱୟାର,ବ୍ୟାପାର ଓ ଯାତ୍ରା ସେବାରେ ରପ୍ତାନୀ ବୃଦ୍ଧି ଯୋଗୁ ବାର୍ଷିକ ଆଧାରରେ ସର୍ଭିସ୍ ଏକ୍ସପୋର୍ଟ ୫.୨ ପ୍ରତିଶତ ବଢ଼ିଛି। ନେଟ୍‌ ସର୍ଭିସ୍‌ରେ ତ୍ରୟମାସିକ ଓ ବାର୍ଷିକ ଆଧାରରେ ବୃଦ୍ଧି ଯୋଗୁ କରେଣ୍ଟ ଆକାଉଣ୍ଟ ଡେଫିସିଟ୍ କମିବାରେ ସହଯୋଗ ମିଳିଛି।