ଅର୍ଥନୀତିକୁ ଶକ୍ତ ଧକ୍କା: ଧିମା ପଡ଼ିଲା ଜିଡିପି ଅଭିବୃଦ୍ଧି, ୧୫ ମାସର ସର୍ବନିମ୍ନ ସ୍ତରକୁ ଖସିଲା

ନୂଆଦିଲ୍ଲୀ : ଦେଶର ଅର୍ଥ ବ୍ୟବସ୍ଥା ଏକ ବଡ଼ ଧରଣର ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ସର୍ବଶେଷ ଜିଡିପି ତଥ୍ୟ ଅନୁଯାୟୀ, ଏପ୍ରିଲ-ଜୁନ୍ ତ୍ରୈମାସିକରେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ବିଗତ ୧୫ ମାସ ମଧ୍ୟରେ ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ଏହା ଆଗାମୀ ଦିନରେ ଦେଶ ଆର୍ଥିକ ମାନ୍ଦାବସ୍ଥାର ସମ୍ମୁଖୀନ ହେବାକୁ ଯାଉଥିବାର ସଙ୍କେତ ଦେଉଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) କରିଥିବା ଆକଳନ ଅନୁଯାୟୀ ଚଳିତ ଆର୍ଥିକବର୍ଷର ଏପ୍ରିଲ-ଜୁନ୍ ମାସରେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ହାର […]

ଅର୍ଥନୀତିକୁ ଶକ୍ତ ଧକ୍କା: ଧିମା ପଡ଼ିଲା ଜିଡିପି ଅଭିବୃଦ୍ଧି, ୧୫ ମାସର ସର୍ବନିମ୍ନ ସ୍ତରକୁ ଖସିଲା
GDP will fall to the lowest level of the year

ନୂଆଦିଲ୍ଲୀ : ଦେଶର ଅର୍ଥ ବ୍ୟବସ୍ଥା ଏକ ବଡ଼ ଧରଣର ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ସର୍ବଶେଷ ଜିଡିପି ତଥ୍ୟ ଅନୁଯାୟୀ, ଏପ୍ରିଲ-ଜୁନ୍ ତ୍ରୈମାସିକରେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ବିଗତ ୧୫ ମାସ ମଧ୍ୟରେ ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ଏହା ଆଗାମୀ ଦିନରେ ଦେଶ ଆର୍ଥିକ ମାନ୍ଦାବସ୍ଥାର ସମ୍ମୁଖୀନ ହେବାକୁ ଯାଉଥିବାର ସଙ୍କେତ ଦେଉଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) କରିଥିବା ଆକଳନ ଅନୁଯାୟୀ ଚଳିତ ଆର୍ଥିକବର୍ଷର ଏପ୍ରିଲ-ଜୁନ୍ ମାସରେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ହାର ୧୫ ମାସର ସର୍ବନିମ୍ନ ସ୍ତର ୬.୭ ପ୍ରତିଶତକୁ ଖସିଆସିଛି। କେନ୍ଦ୍ର ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ପ୍ରକାଶିତ ତଥ୍ୟରେ ଏହା କୁହାଯାଇଛି।

ଆରବିଆଇର ଆକଳନ ତୁଳନାରେ, ଦେଶର ଜିଡିପି ଅଭିବୃଦ୍ଧି ହାର ୨୦୨୪-୨୫ ଏପ୍ରିଲ-ଜୁନ୍‌ରେ ଧିମା ପଡିଯାଇଛି। କାରଣ ଗତ ମାସରେ ଅନୁଷ୍ଠିତ ଦ୍ୱି-ମାସିକ ମୁଦ୍ରା ନୀତି ବୈଠକରେ ଆରବିଆଇର ଏପ୍ରିଲ୍-ଜୁନ୍ ତ୍ରୈମାସରେ ଅଭିବୃଦ୍ଧି ୭.୨ ପ୍ରତିଶତ ରହିବ ବୋଲି ଆକଳନ କରିଥିଲା। ୨୦୨୩-୨୪ ଆର୍ଥିକବର୍ଷର ସମାନ ଅବଧିରେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ହାର ୮.୨ ପ୍ରତିଶତ ରହିଥିଲା। ଏହାର ଅର୍ଥ ହେଉଛି ଦେଶର ଆର୍ଥିକ ଅଭିବୃଦ୍ଧି ଗୋଟିଏ ବର୍ଷରେ ୧.୫ ପ୍ରତିଶତ ହ୍ରାସ ପାଇଛି। ପୂର୍ବ ତ୍ରୈମାସିକ ଅର୍ଥାତ୍ ଜାନୁଆରୀ-ମାର୍ଚ୍ଚ ତୁଳନାରେ ଅଭିବୃଦ୍ଧି ମଧ୍ୟ ହ୍ରାସ ପାଇଛି। ସେତେବେଳେ ଦେଶର ଜିଡିପି ଅଭିବୃଦ୍ଧି ହାର ୭.୮ ପ୍ରତିଶତ ରହିଥିଲା। ବିଶେଷଜ୍ଞମାନେ କହିଛନ୍ତି ଯେ ନିର୍ବାଚନ ହେତୁ ଏପ୍ରିଲରୁ ଜୁନ୍ ମଧ୍ୟରେ ଆଚରଣ ବିଧି ରହିଆସିଛି।

ଏହା ଅର୍ଥନୀତିରେ ସରକାରୀ ଖର୍ଚ୍ଚ ହ୍ରାସ ପାଇଥିଲା, ସମ୍ଭବତଃ ଏହା ଜିଡିପିରେ ହ୍ରାସ ହେବାର କାରଣ ହୋଇପାରେ। ଏହା ବ୍ୟତୀତ ଏହି ସମୟ ମଧ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅର୍ଥନୀତିର ଗତିକୁ ପ୍ରଭାବିତ କରିଛି। ଏହା ସତ୍ତ୍ୱେ ଭାରତ ହେଉଛି ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି। ଏପ୍ରିଲ-ଜୁନ୍ ତ୍ରୈମାସିକରେ ଚୀନର ଜିଡିପି ଅଭିବୃଦ୍ଧି ୪.୭ ପ୍ରତିଶତ ରହିଥିଲା। ଏପ୍ରିଲ୍-ଜୁନ୍ ତ୍ରୈମାସିକରେ କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରଗୁଡିକର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଥିଲା। ୨୦୨୩-୨୪ ଆର୍ଥିକବର୍ଷର ସମାନ ତ୍ରୈମାସିକରେ କୃଷି କ୍ଷେତ୍ରର ଅଭିବୃଦ୍ଧି ହାର ୪.୨ ପ୍ରତିଶତ ରହିଥିଲା, ଯାହା ବର୍ତ୍ତମାନ ୨.୭ ପ୍ରତିଶତକୁ ଖସି ଆସିଛି। ଏହିପରି ଭାବରେ ଦେଶର ତୃତୀୟ କ୍ଷେତ୍ର ଅର୍ଥାତ୍ ସେବା କ୍ଷେତ୍ରର ଅବସ୍ଥା ବିଗିଡି ଯାଇଛି। ଗତ ବର୍ଷ ସମାନ ତ୍ର ମାସରେ ଏହା ୧୦.୭ ପ୍ରତିଶତ ହାରରେ ବୃଦ୍ଧି ପାଇଥିଲା, ଯାହା ବର୍ତ୍ତମାନ ୭.୨ ପ୍ରତିଶତକୁ ଖସି ଆସିଛି।

ଏହା ସହିତ ଦେଶର ଆର୍ଥିକ ନିଅଣ୍ଟ ବିଷୟରେ ସୂଚନା ମଧ୍ୟ ସରକାରୀ ଆକଳନରୁ ପ୍ରକାଶ ପାଇଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ୪ ମାସ ମଧ୍ୟରେ ୨୦୨୪-୨୫ ଅର୍ଥାତ୍ ଏପ୍ରିଲ୍‌ରୁ ଜୁଲାଇ ମଧ୍ୟରେ କେନ୍ଦ୍ର ସରକାରଙ୍କ ଆର୍ଥିକ ନିଅଣ୍ଟ ସମଗ୍ର ଆର୍ଥିକ ବର୍ଷ ପାଇଁ ଲକ୍ଷ୍ୟର ୧୭.୨ ପ୍ରତିଶତକୁ ଆସିଛି। ସରକାରୀ ତଥ୍ୟ ଅନୁଯାୟୀ, ଜୁଲାଇ ଶେଷ ପର୍ଯ୍ୟନ୍ତ ଆର୍ଥିକ ନିଅଣ୍ଟ ୨,୭୬,୯୪୫ କୋଟି ଟଙ୍କା ଥିଲା। ତେବେ, ଗତ ଆର୍ଥିକ ବର୍ଷର ସମାନ ତ୍ର ମାସରେ, ବଜେଟର ଆକଳନ ତୁଳନାରେ ସରକାରଙ୍କ ଆର୍ଥିକ ନିଅଣ୍ଟ ୩୩.୯ ପ୍ରତିଶତ ଥିଲା।