ଅର୍ଥନୀତିରେ ନୋବେଲ୍, ୨୦୨୪ ପାଇଁ ଏହି ତିନି ଅର୍ଥନୀତିଜ୍ଞ ପାଇବେ ସମ୍ମାନ

ନୂଆଦିଲ୍ଲୀ: ଅର୍ଥନୀତି କ୍ଷେତ୍ରରେ ଯୋଗଦାନ ପାଇଁ ନୋବେଲ୍ ପୁରସ୍କାର ଘୋଷଣା କରାଯାଇଛି । ୨୦୨୪ ବର୍ଷ ଲାଗି ତିନି ବିଖ୍ୟାତ ଅର୍ଥନୀତିଜ୍ଞ ଡାରେନ୍ ଏସମୋଗ୍‌ଲୁ, ସାଇମନ୍ ଜନ୍‌ସନ୍ ଏବଂ ଜେମ୍ସ ଏ.ରବିନ୍‌ସନ୍ ଏହି ସମ୍ମାନ ପାଇବେ । ରୟାଲ ସ୍ୱିଡିସ୍ ଏକାଡେମୀ ଅଫ୍ ସାଇନସେସ୍ ପକ୍ଷରୁ ସୋମବାର ଏହି ଘୋଷଣା କରାଯାଇଛି । ସଂସ୍ଥା କିପରି ପ୍ରତିଷ୍ଠା ହୁଏ ଏବଂ ଦେଶରେ ସମୃଦ୍ଧିରେ କିପରି ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ, ତାହା ଉପରେ ଗଭୀର ଅଧ୍ୟୟନ ପାଇଁ ଏହି ତିନି ଅର୍ଥନୀତିଜ୍ଞଙ୍କୁ ନୋବେଲ୍ ପ୍ରଦାନ କରାଯିବ ।BREAKING NEWSThe Royal Swedish Academy of Sciences has decided to award the 2024 Sveriges Riksbank Prize in Economic Sciences in Memory of Alfred Nobel to Daron Acemoglu, Simon Johnson and James A. Robinson “for studies of how institutions are formed and affect prosperity.”… pic.twitter.com/tuwIIgk393— The Nobel Prize (@NobelPrize) October 14, 2024ଡାରେନ୍ ଏସମୋଗ୍‌ଲୁ ତୁର୍କୀ-ଆମେରିକୀୟ ଅର୍ଥଶାସ୍ତ୍ରୀ । ୧୯୯୩ ମସିହାରୁ ସେ ମସାଚୁସେଟ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲଜିରେ ପଢାଉଛନ୍ତି । ବିଶ୍ୱବିଦ୍ୟାଳୟରେ ଅର୍ଥଶାସ୍ତ୍ରରେ ଏଲିଜାବେଥ୍ ଏବଂ ଜେମ୍ସ କିଲିୟନ୍ ପ୍ରଫେସର ଅଛନ୍ତି । ୨୦୦୫ ମସିହାରେ ତାଙ୍କୁ ଜନ୍ ବେଟ୍ସ କ୍ଲା

ଅର୍ଥନୀତିରେ ନୋବେଲ୍, ୨୦୨୪ ପାଇଁ ଏହି ତିନି ଅର୍ଥନୀତିଜ୍ଞ ପାଇବେ ସମ୍ମାନ

ନୂଆଦିଲ୍ଲୀ: ଅର୍ଥନୀତି କ୍ଷେତ୍ରରେ ଯୋଗଦାନ ପାଇଁ ନୋବେଲ୍ ପୁରସ୍କାର ଘୋଷଣା କରାଯାଇଛି । ୨୦୨୪ ବର୍ଷ ଲାଗି ତିନି ବିଖ୍ୟାତ ଅର୍ଥନୀତିଜ୍ଞ ଡାରେନ୍ ଏସମୋଗ୍‌ଲୁ, ସାଇମନ୍ ଜନ୍‌ସନ୍ ଏବଂ ଜେମ୍ସ ଏ.ରବିନ୍‌ସନ୍ ଏହି ସମ୍ମାନ ପାଇବେ । ରୟାଲ ସ୍ୱିଡିସ୍ ଏକାଡେମୀ ଅଫ୍ ସାଇନସେସ୍ ପକ୍ଷରୁ ସୋମବାର ଏହି ଘୋଷଣା କରାଯାଇଛି । ସଂସ୍ଥା କିପରି ପ୍ରତିଷ୍ଠା ହୁଏ ଏବଂ ଦେଶରେ ସମୃଦ୍ଧିରେ କିପରି ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ, ତାହା ଉପରେ ଗଭୀର ଅଧ୍ୟୟନ ପାଇଁ ଏହି ତିନି ଅର୍ଥନୀତିଜ୍ଞଙ୍କୁ ନୋବେଲ୍ ପ୍ରଦାନ କରାଯିବ ।

ଡାରେନ୍ ଏସମୋଗ୍‌ଲୁ ତୁର୍କୀ-ଆମେରିକୀୟ ଅର୍ଥଶାସ୍ତ୍ରୀ । ୧୯୯୩ ମସିହାରୁ ସେ ମସାଚୁସେଟ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲଜିରେ ପଢାଉଛନ୍ତି । ବିଶ୍ୱବିଦ୍ୟାଳୟରେ ଅର୍ଥଶାସ୍ତ୍ରରେ ଏଲିଜାବେଥ୍ ଏବଂ ଜେମ୍ସ କିଲିୟନ୍ ପ୍ରଫେସର ଅଛନ୍ତି । ୨୦୦୫ ମସିହାରେ ତାଙ୍କୁ ଜନ୍ ବେଟ୍ସ କ୍ଲାର୍କ ପଦକ ଦିଆଯାଇଥିଲା । ୨୦୨୯ରେ ତାଙ୍କୁ ଏମ୍‌ଆଇଟି ପ୍ରଫେସର ଭାବେ ନାମିତ କରାଯାଇଥିଲା ।

ସାଇମନ୍ ଏଚ୍.ଜନ୍‌ସନ୍‌ ଜଣେ ବ୍ରିଟିଶ-ଆମେରିକୀୟ ଅର୍ଥନୀତିଜ୍ଞ । ୧୯୬୩ ଜାନୁଆରୀ ୧୬ରେ ତାଙ୍କ ଜନ୍ମ ହୋଇଥିଲା । ଜନ୍‌ସନ୍ ପିଟରସନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଟରନ୍ୟାସନାଲ ଇକୋନମିକ୍ସରେ ସିନିୟର ଫେଲୋ ଅଛନ୍ତି । ୧୯୬୦ ମସିହାରେ ଜନ୍ମତି ଏଲନ୍ ରବିନସନ୍ ଜଣେ ବ୍ରିଟିଶ ଅର୍ଥଶାସ୍ତ୍ରୀ ଏବଂ ରାଜନୀତିଜ୍ଞ । 


ଏହି ପୁରସ୍କାରର ଅଫିସିଆଲ୍ ନାଁ ସ୍ୱିରିଗେସ୍ ରିକ୍ସବ୍ୟାଙ୍କ ପ୍ରାଇଜ୍ ଥିବା ବେଳେ ଏହାକୁ ଅଲଫ୍ରେଡ୍ ନୋବେଲଙ୍କ ସ୍ମୃତିରେ ପ୍ରଦାନ କରାଯାଏ । ପୁରସ୍କାର ରାଶି ବାବଦକୁ ୧୧ ନିୟୁତ ସ୍ୱିଡିସ୍ କ୍ରାଉନ୍ ଦିଆଯାଏ । ଆର୍ଥିକ ବିଜ୍ଞାନ ପୁରସ୍କାର ସମିତିର ଅଧ୍ୟକ୍ଷ ଜ୍ୟାକବ ଭେନସନ୍ କହିଛନ୍ତି, 'ଦେଶଗୁଡ଼ିକ ମଧ୍ୟରେ ଆୟର ବଡ଼ ବ୍ୟବଧାନକୁ କମ କରିବା ଆଜିର ସମୟରେ ସବୁଠୁ ବଡ଼ ଚ୍ୟାଲେଞ୍ଜ । ପୁରସ୍କାର ବିଜେତାମାନେ ଏହି ସମ୍ମାନ ହାସଲ କରିବା ପାଇଁ ସାମାଜିକ ସଂସ୍ଥାର ଗୁରୁତ୍ୱକୁ ଆଲୋକପାତ କରିଛନ୍ତି ।'