ଅର୍ଥଶାସ୍ତ୍ରୀ ବିବେକ ଦେବରାୟଙ୍କ ପରଲୋକ, ଥିଲେ ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା

ନୂଆଦିଲ୍ଲୀ ୦୧/୧୧: ଦେଶର ଜଣାଶୁଣା ଅର୍ଥଶାସ୍ତ୍ରୀ, ତଥା ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦର ଚେୟାରମ୍ୟାନ୍ ବିବେକ ଦେବରାୟଙ୍କ ପରଲୋକ । ୬୯ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ଭାରତୀୟ ଅର୍ଥବ୍ୟବସ୍ଥା ପ୍ରତି ବିବେକ ଦେବରାୟଙ୍କର ରହିଛି ବଡ ଅବଦାନ । ଖାସ୍ କରି ଆର୍ଥିକ ନୀତିକୁ ଆକାର ଦେବାରେ ତାଙ୍କର ପ୍ରମୁଖ ଭୂମିକା ରହିଥାଏ । ତେଣୁ ତାଙ୍କ ବିୟୋଗରେ ଶୋକପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ କହିଛନ୍ତି ମୁଁ ଡକ୍ଟର ଦେବରାୟଙ୍କୁ ବହୁତ ବର୍ଷରୁ ଜାଣିଛି । ମୁଁ ତାଙ୍କ ଅନ୍ତଦୃଷ୍ଟି ଏବଂ ଏକାଡେମିକ ଚର୍ଚ୍ଚାକୁ ସବୁବେଳେ ମନେରଖିବି । ତାଙ୍କ ବିୟୋଗରେ ମୁଁ ଦୁଃଖିତ । ତାଙ୍କ ପରିବାର ପ୍ରତି ମୋର ସମବେଦନା ଜଣାଉଛି । ସୂଚନା ଥାଉକି, ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେଇଥିବା ବିବେକ ଦେବରାୟ ପୁଣେର ଗୋଖଲେ ରାଜନୀତି ଏବଂ ଅର୍ଥନୀତି ସଂସ୍ଥାନରେ କୁଳାଧିପତି ଭାବେ କାର୍ୟ୍ୟ କରିଥିଲେ । ୨୦୧୯ ମସିହା ଜୁନ୍ ୫ ତାରିଖ ପର୍ୟ୍ୟନ୍ତ ସେ ନୀତି ଆୟୋଗର ମଧ୍ୟ ସଦସ୍ୟ ଥିଲେ । ନିଜ ଜୀବନକାଳ ଭିତରେ ସେ ଅନେକ ପୁସ୍ତକ ଲେଖିବା ସହ କିଛି ପୁସ୍ତକର ସମ୍ପାଦନା ମଧ୍ୟ କରିଛନ୍ତି ।

ଅର୍ଥଶାସ୍ତ୍ରୀ ବିବେକ ଦେବରାୟଙ୍କ ପରଲୋକ, ଥିଲେ ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା

ନୂଆଦିଲ୍ଲୀ ୦୧/୧୧: ଦେଶର ଜଣାଶୁଣା ଅର୍ଥଶାସ୍ତ୍ରୀ, ତଥା ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦର ଚେୟାରମ୍ୟାନ୍ ବିବେକ ଦେବରାୟଙ୍କ ପରଲୋକ । ୬୯ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ଭାରତୀୟ ଅର୍ଥବ୍ୟବସ୍ଥା ପ୍ରତି ବିବେକ ଦେବରାୟଙ୍କର ରହିଛି ବଡ ଅବଦାନ । 

ଖାସ୍ କରି ଆର୍ଥିକ ନୀତିକୁ ଆକାର ଦେବାରେ ତାଙ୍କର ପ୍ରମୁଖ ଭୂମିକା ରହିଥାଏ । ତେଣୁ ତାଙ୍କ ବିୟୋଗରେ ଶୋକପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ କହିଛନ୍ତି ମୁଁ ଡକ୍ଟର ଦେବରାୟଙ୍କୁ ବହୁତ ବର୍ଷରୁ ଜାଣିଛି । ମୁଁ ତାଙ୍କ ଅନ୍ତଦୃଷ୍ଟି ଏବଂ ଏକାଡେମିକ ଚର୍ଚ୍ଚାକୁ ସବୁବେଳେ ମନେରଖିବି । ତାଙ୍କ ବିୟୋଗରେ ମୁଁ ଦୁଃଖିତ । ତାଙ୍କ ପରିବାର ପ୍ରତି ମୋର ସମବେଦନା ଜଣାଉଛି । 

ସୂଚନା ଥାଉକି, ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେଇଥିବା ବିବେକ ଦେବରାୟ ପୁଣେର ଗୋଖଲେ ରାଜନୀତି ଏବଂ ଅର୍ଥନୀତି ସଂସ୍ଥାନରେ କୁଳାଧିପତି ଭାବେ କାର୍ୟ୍ୟ କରିଥିଲେ । ୨୦୧୯ ମସିହା ଜୁନ୍ ୫ ତାରିଖ ପର୍ୟ୍ୟନ୍ତ ସେ ନୀତି ଆୟୋଗର ମଧ୍ୟ ସଦସ୍ୟ ଥିଲେ । ନିଜ ଜୀବନକାଳ ଭିତରେ ସେ ଅନେକ ପୁସ୍ତକ ଲେଖିବା ସହ କିଛି ପୁସ୍ତକର ସମ୍ପାଦନା ମଧ୍ୟ କରିଛନ୍ତି ।