ଅର୍ପଣ ରଥରେ ସଂଗୃହୀତ ପ୍ରତ୍ୟେକ ସାମଗ୍ରୀ ଶ୍ରୀକ୍ଷେତ୍ର ଆସିବ
ପୁରୀ: ପୁରୀ ଆସିବ ଅର୍ପଣ ଟଙ୍କା। ଅର୍ପଣ ରଥରେ ସଂଗୃହୀତ ପ୍ରତ୍ୟେକ ସାମଗ୍ରୀ ଏବଂ ଦାନ ଅର୍ଥ ଶ୍ରୀକ୍ଷେତ୍ର ଆସିବ।... The post ଅର୍ପଣ ରଥରେ ସଂଗୃହୀତ ପ୍ରତ୍ୟେକ ସାମଗ୍ରୀ ଶ୍ରୀକ୍ଷେତ୍ର ଆସିବ appeared first on .
ପୁରୀ: ପୁରୀ ଆସିବ ଅର୍ପଣ ଟଙ୍କା। ଅର୍ପଣ ରଥରେ ସଂଗୃହୀତ ପ୍ରତ୍ୟେକ ସାମଗ୍ରୀ ଏବଂ ଦାନ ଅର୍ଥ ଶ୍ରୀକ୍ଷେତ୍ର ଆସିବ। ଏସବୁ ମହାପ୍ରଭୁଙ୍କ କାମରେ ଲାଗିବ। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି । ତେବେ ଅର୍ପଣ ରଥରେ ସଂଗୃହୀତ ଦାନ ଟଙ୍କା ଶ୍ରୀମନ୍ଦିର ଡୋନେସନ୍ ସେଲରେ ଜମା ହେବ । ପ୍ରତି ଜିଲ୍ଲାରୁ ପ୍ରତିନିଧି ଏହି ଟଙ୍କା ଆଣି ଶ୍ରୀମନ୍ଦିର କାର୍ଯ୍ୟାଳୟ ଡୋନେସନ୍ ସେଲରେ ଦେବେ। ୨୫ ତାରିଖ ପର୍ଯ୍ୟନ୍ତ ଏହି ସେଲରେ ଟଙ୍କା ଦିଆଯିବ। ଏଥିପାଇଁ ସ୍ୱତନ୍ତ୍ର ଭାବେ କର୍ମଚାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ସେମାନେ ଏହି ଟଙ୍କା ଗଣତି କରି ରଖିବେ ।
ସେହିପରି ଅର୍ପଣ ରଥରେ ସଂଗୃହୀତ ଗୁଆ, ଅରୁଆ ଚାଉଳ ଓ ନଡ଼ିଆ ଆଣି ପ୍ରତ୍ୟେକ ଜିଲ୍ଲାରୁ ପୁରୀକୁ ଆସିବେ। ଏହି କାର୍ଯ୍ୟକ୍ରମ ଆସନ୍ତା ୨୪ ତାରିଖରୁ ଆରମ୍ଭ କରାଯିବ । ନିଜ ଜିଲ୍ଲାରୁ ବସରେ ଲୋକମାନେ ୨୪ ତାରିଖରେ ବାହାରିବେ। ପୁରୀରେ ପହଞ୍ଚି ୨୫ ତାରିଖରେ ଅରୁଆ ଚାଉଳ, ଗୁଆ ଗୁଣ୍ଡିଚା ମନ୍ଦିରରେ ସେମାନଙ୍କଠାରୁ ଗ୍ରହଣ କରାଯିବ । ପ୍ରତିଦିନ ମହାପ୍ରଭୁଙ୍କ ଦର୍ଶନ ପାଇଁ ବିଭିନ୍ନ ପଞ୍ଚାୟତରୁ ପ୍ରାୟ ୧୦ ହଜାର ଲୋକ ଆସି ପ୍ରଥମେ ସଙ୍ଗମ ପାର୍କିଂରେ ପହଞ୍ଚିବେ। ସେମାନେ ଆଣିଥିବା ଗୁଆ, ଅରୁଆ ଚାଉଳ, ନଡ଼ିଆ ଆଦି ଦେବା ପରେ ମହାପ୍ରଭୁଙ୍କ ଦର୍ଶନ ସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବୁଲିବେ। ସମଙ୍ଗଠାରେ ୧୦ ହଜାର ଲୋକଙ୍କ ଖାଇବା ସହ ବିଶ୍ରାମ ବ୍ୟବସ୍ଥା କରାଯାଇଛି । ଏହି ଅବସରରେ ପ୍ରତି ଲୋକଙ୍କୁ ତାଳପତ୍ର ଭୋଗେଇରେ ଶୁଖିଲା ମହାପ୍ରସାଦ ପ୍ରଦାନ କରାଯିବ । ଏଥିପାଇଁ ସୁଆର ମହାସୁଆର ନିଯୋଗଙ୍କୁ ଦାୟିତ୍ୱ ଦିଆଯାଇଛି ।
The post ଅର୍ପଣ ରଥରେ ସଂଗୃହୀତ ପ୍ରତ୍ୟେକ ସାମଗ୍ରୀ ଶ୍ରୀକ୍ଷେତ୍ର ଆସିବ appeared first on .