ଅର୍ଶଦୀପଙ୍କ ଘାତକ ବୋଲିଂ: ଭାଙ୍ଗିଲା ଗାଏକ୍ୱାଡଙ୍କ ଷ୍ଟମ୍ପ

କିଛି ଦିନ ତଳେ କାଉଣ୍ଟୀ କ୍ରିକେଟରେ ଅର୍ଶଦୀପଙ୍କ ଚମତ୍କାର ବୋଲିଂ ଭିଡିଓ ଭାଇରାଲ ହୋଇଥିଲା। ଆଜି ତାଙ୍କର ଆଉ ଏକ ଘାତକ ବୋଲିଂ ବେଳର ଭିଡିଓ ସୋଶାଲ ମିଡିଆରେ ଟ୍ରେଣ୍ଡ କରୁଛି।

ଅର୍ଶଦୀପଙ୍କ ଘାତକ ବୋଲିଂ: ଭାଙ୍ଗିଲା ଗାଏକ୍ୱାଡଙ୍କ ଷ୍ଟମ୍ପ

ଆଇସିସି ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ମହମ୍ମଦ ଶାମି ଭାରତୀୟ ସ୍କ୍ୱାଡକୁ ଫେରିବା ପାଇଁ ଜୋରଦାର ଉଦ୍ୟମରେ ଲାଗି ପଡ଼ିଛନ୍ତି। ହେଲେ ଅନ୍ୟ ଜଣେ ଭାରତୀୟ ପେସର ମଧ୍ୟ ନିଜ ଦାବିଦାରକୁ ପ୍ରଦର୍ଶନ କରିବାରେ ଲାଗିଛନ୍ତି। ସେ ମଧ୍ୟ ଶାମିଙ୍କ ଭଳି ଚାମ୍ପିୟନ୍ସ ଟ୍ରଫି ସ୍କ୍ୱାଡରେ ସାମିଲ ହେବାକୁ ଚାହୁଁଛନ୍ତି। ସେହି ବୋଲର ଜଣଙ୍କ ହେଲେ ବାମହାତୀ ଦ୍ରୁତ ବୋଲର ଅର୍ଶଦୀପ ସିଂହ।

କିଛି ଦିନ ତଳେ କାଉଣ୍ଟୀ କ୍ରିକେଟରେ ଅର୍ଶଦୀପଙ୍କ ଚମତ୍କାର ବୋଲିଂ ଭିଡିଓ ଭାଇରାଲ ହୋଇଥିଲା। ଆଜି ତାଙ୍କର ଆଉ ଏକ ଘାତକ ବୋଲିଂ ବେଳର ଭିଡିଓ ସୋଶାଲ ମିଡିଆରେ ଟ୍ରେଣ୍ଡ କରୁଛି। ପଞ୍ଜାବ ପାଇଁ ବିଜୟ ହଜାରେ ଟ୍ରଫି ଖେଳୁଥିବା ଅର୍ଶଦୀପ କେମିତି ନୂଆ ବଲରେ ବ୍ୟାଟରଙ୍କୁ ଘାଇଲା କରୁଛନ୍ତି, ତା’ର ଭିଡିଓ ସାମ୍ନାକୁ ଆସିଛି।

ଅର୍ଶଦୀପ ତାଙ୍କର ପ୍ରଥମ ୨ ଓଭରରେ ୨ଟି ୱିକେଟ ମଧ୍ୟ ନେଇଛନ୍ତି। ଏହା ମଧ୍ୟରେ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ଋତୁରାଜ ଗାଏକ୍ୱାଡ ମଧ୍ୟ ରହିଛନ୍ତି। ଅର୍ଶଦୀପ ଗୋଟିଏ ଚମତ୍କାର ଆଉଟ ସୁଇଂ ବଳରେ ତାଙ୍କ ଷ୍ଟମ୍ପ ଭାଙ୍ଗି ଦେଇଛନ୍ତି।

ପଞ୍ଜାବ ପାଇଁ ବୋଲିଂ ଆରମ୍ଭ କରିଥିବା ଅର୍ଶଦୀପ ନୂଆ ବଲରେ ଋତୁରାଜଙ୍କୁ ଏକାଧିକ ଥର ବିଟ କରାଇଥିଲେ। ଏହାପରେ ଗୋଟିଏ ଚମତ୍କାର ଆଉଟ ସୁଇଂ ବଳରେ ସେ ଗାଏକ୍ୱାଡଙ୍କ ଅଫଷ୍ଟମ୍ପ ଭାଙ୍ଗି ଦେଇଥିଲେ। ଫଳରେ ତାଙ୍କୁ ୫ ରନରେ ପ୍ୟାଭିଲିୟନ ଫେରିଥିଲେ।

ଆଉ ଗୋଟିଏ ଓଭର ପରେ ଅର୍ଶଦୀପ କ୍ରମାଗତ ଭାବେ ବାମହାତୀ ବ୍ୟାଟର ସିଦ୍ଧେଶ ବୀରଙ୍କୁ ବିଟ କରାଇଥିଲେ। ଶେଷରେ ଓଭରର ୫ମ ବଲରେ ସେ ୱିକେଟ କିପରଙ୍କ ହାତରେ ଆଉଟ କରାଇ ଦେଇଥିଲେ।

ଅର୍ଶଦୀପ ଓପନିଂ ସ୍ପେଲରେ ମୋଟ ୬ ଓଭର ବୋଲିଂ କରିବା ସହ ୩୩ ରନ ଦେଇ ୨ଟି ୱିକେଟ ନେଇଛନ୍ତି। ଏହା ମଧ୍ୟରେ ଗୋଟିଏ ମେଡେନ ବି ରହିଥିଲା। ଇନିଂସର ଶେଷ ଭାଗରେ ପୁଣିଥରେ ଅର୍ଶଦୀପ ବୋଲିଂ କରିବାକୁ ଆସିଥିଲେ। ଏହି ସମୟରେ ସେ ମ୍ୟାଚ୍‌ରେ ଶତକ ହାସଲ କରିଥିବା ଅର୍ଶିନ କୁଲକର୍ଣ୍ଣୀଙ୍କୁ ପ୍ୟାଭିଲିୟନ ପଠାଇ ଦେଇଥିଲେ।

ବର୍ଡର-ଗାଭାସ୍କ ଟ୍ରଫିରେ ଯଶପ୍ରୀତ ବୁମ୍ରା ଆହତ ହୋଇଥିବାରୁ ଚାମ୍ପିୟନ୍ସ ଟ୍ରଫିରେ ଭାରତ ଜଣେ ଅତିରିକ୍ତ ଦ୍ରୁତ ବୋଲରଙ୍କୁ ସାମିଲ କରିପାରେ। ଏପରି ସ୍ଥିତିରେ ୧୫ ଜଣିଆ ସ୍କ୍ୱାଡରେ ରହିବାକୁ ହେଲେ ଅର୍ଶଦୀପ ସିଂହଙ୍କୁ ଶାମି, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା ଓ ହର୍ଷିତ ରାଣାଙ୍କ ସହ ଲଢ଼େଇ କରିବାକୁ ହେବ।