ଅଲଗା ହେବ ନାହିଁ କୌଣସି VVIPଙ୍କ ସମାଧି, ମନମୋହନଙ୍କ UPA ସରକାରରେ ହୋଇଥିଲା ନିଷ୍ପତ୍ତି

ନୂଆଦିଲ୍ଲୀ ୨୯।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂହ ଏବେ ସଶରୀରରେ ନାହାନ୍ତି, କିନ୍ତୁ ତାଙ୍କ ସ୍ମୃତିକୁ ସାଇତିବା ପାଇଁ ଏକ ସ୍ମାରକର ଦାବି ହେଉଛି। କଂଗ୍ରେସ ଏ ନେଇ ଶୁକ୍ରବାର କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଏକ ପତ୍ର ଲେଖି ମନମୋହନଙ୍କ ଅନ୍ତିମ ସଂସ୍କାର ସେଇଠି କରାଯାଉ ଯେଉଁଠି ତାଙ୍କର ସ୍ମାରକ ନିର୍ମାଣ ହୋଇ ପାରିବ ବୋଲି କହିଥିଲା। ଏହା ଉପରେ ଗୃହମନ୍ତ୍ରାଳୟ ଜବାବ ଦେଇଛନ୍ତି ଯେ ମନମୋହନ ସିଂହଙ୍କ ସ୍ମାରକ ତାଙ୍କ ପ୍ରତିଷ୍ଠା ଅନୁସାରେ ନିର୍ମାଣ କରାଯିବ। ଏଥି ମଧ୍ୟରେ ସୂତ୍ରରୁ ମିଳୁଥିବା ସୂଚନାରେ ମନମୋହନଙ୍କ ସ୍ମାରକ ରାଜଘାଟ ନିକଟ ରାଷ୍ଟ୍ରୀୟ ସ୍ମୃତି ସ୍ଥଳରେ ନିର୍ମାଣ କରାଯିବ ବୋଲି ଅନୁମାନ କରାଯାଉଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ସ୍ମାରକ ମଧ୍ୟ ଏହିଠାରେ ନିର୍ମିତ ହୋଇଛି। ରାଷ୍ଟ୍ରୀୟ ସ୍ମୃତି ସ୍ଥଳ ନିମନ୍ତେ ୨୦୧୩ ମସିହାରେ ତତ୍କାଳୀନ ୟୁପିଏ ସରକାର ଏକ ପ୍ରସ୍ତାବ ଗୃହୀତ କରିଥିଲେ। ସେହି ଅନୁସାରେ ପୂର୍ବତନ ରାଷ୍ଟ୍ରପତି ଜ୍ଞାନୀ ଜୈଲ ସିଂହଙ୍କ ସମାଧିକୁ ଏକତା ସ୍ଥଳ ନିକଟରେ ଜମି ପ୍ରଦାନ କରାଯାଇଛି। ୟୁପିଏ ସରକାରଙ୍କ ୨୦୧୩ରେ ଗୃହୀତ  ପ୍ରସ୍ତାବ ଅନୁସାରେ  ଏବେ କୌଣସି ଭିଭିଆଇପିଙ୍କ ରାଜଘାଟ ନିକଟରେ ଅଲଗା ସମାଧି ହେବ ନାହିଁ। ଏହି ନିଷ୍ପତ୍ତି ଲାଗି ଜମି ଅଭାବର ତର୍କ ଦିଆଯାଇଥିଲା। କୁହାଯାଇଥିଲା ରାଷ୍ଟ୍ରୀୟ ସ୍ମୃତି ସ୍ଥଳ ନାମରେ ଏକ ଅଲଗା ଜାଗା ଦିଆଯାଉଛି, ଯେଉଁଥିରେ ସ

ଅଲଗା ହେବ ନାହିଁ କୌଣସି VVIPଙ୍କ ସମାଧି, ମନମୋହନଙ୍କ UPA ସରକାରରେ ହୋଇଥିଲା ନିଷ୍ପତ୍ତି

ନୂଆଦିଲ୍ଲୀ ୨୯।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂହ ଏବେ ସଶରୀରରେ ନାହାନ୍ତି, କିନ୍ତୁ ତାଙ୍କ ସ୍ମୃତିକୁ ସାଇତିବା ପାଇଁ ଏକ ସ୍ମାରକର ଦାବି ହେଉଛି। କଂଗ୍ରେସ ଏ ନେଇ ଶୁକ୍ରବାର କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଏକ ପତ୍ର ଲେଖି ମନମୋହନଙ୍କ ଅନ୍ତିମ ସଂସ୍କାର ସେଇଠି କରାଯାଉ ଯେଉଁଠି ତାଙ୍କର ସ୍ମାରକ ନିର୍ମାଣ ହୋଇ ପାରିବ ବୋଲି କହିଥିଲା। ଏହା ଉପରେ ଗୃହମନ୍ତ୍ରାଳୟ ଜବାବ ଦେଇଛନ୍ତି ଯେ ମନମୋହନ ସିଂହଙ୍କ ସ୍ମାରକ ତାଙ୍କ ପ୍ରତିଷ୍ଠା ଅନୁସାରେ ନିର୍ମାଣ କରାଯିବ। 

ଏଥି ମଧ୍ୟରେ ସୂତ୍ରରୁ ମିଳୁଥିବା ସୂଚନାରେ ମନମୋହନଙ୍କ ସ୍ମାରକ ରାଜଘାଟ ନିକଟ ରାଷ୍ଟ୍ରୀୟ ସ୍ମୃତି ସ୍ଥଳରେ ନିର୍ମାଣ କରାଯିବ ବୋଲି ଅନୁମାନ କରାଯାଉଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ସ୍ମାରକ ମଧ୍ୟ ଏହିଠାରେ ନିର୍ମିତ ହୋଇଛି। ରାଷ୍ଟ୍ରୀୟ ସ୍ମୃତି ସ୍ଥଳ ନିମନ୍ତେ ୨୦୧୩ ମସିହାରେ ତତ୍କାଳୀନ ୟୁପିଏ ସରକାର ଏକ ପ୍ରସ୍ତାବ ଗୃହୀତ କରିଥିଲେ। ସେହି ଅନୁସାରେ ପୂର୍ବତନ ରାଷ୍ଟ୍ରପତି ଜ୍ଞାନୀ ଜୈଲ ସିଂହଙ୍କ ସମାଧିକୁ ଏକତା ସ୍ଥଳ ନିକଟରେ ଜମି ପ୍ରଦାନ କରାଯାଇଛି। 

ୟୁପିଏ ସରକାରଙ୍କ ୨୦୧୩ରେ ଗୃହୀତ  ପ୍ରସ୍ତାବ ଅନୁସାରେ  ଏବେ କୌଣସି ଭିଭିଆଇପିଙ୍କ ରାଜଘାଟ ନିକଟରେ ଅଲଗା ସମାଧି ହେବ ନାହିଁ। ଏହି ନିଷ୍ପତ୍ତି ଲାଗି ଜମି ଅଭାବର ତର୍କ ଦିଆଯାଇଥିଲା। କୁହାଯାଇଥିଲା ରାଷ୍ଟ୍ରୀୟ ସ୍ମୃତି ସ୍ଥଳ ନାମରେ ଏକ ଅଲଗା ଜାଗା ଦିଆଯାଉଛି, ଯେଉଁଥିରେ ସବୁ ଭିଭିଆଇପିଙ୍କ ସ୍ମାରକ ବନା ଯାଇ ପାରିବ। ଅଟଳବିହାରୀ ବାଜପେୟୀଙ୍କ ସ୍ମାରକ ମଧ୍ୟ ସେହିଠାରେ ନିର୍ମିତ ହୋଇଛି। ତାଙ୍କ ଅନ୍ତିମ ସଂସ୍କାର ମଧ୍ୟ ସେହିଠାରେ ହୋଇଥିଲା। ତେବେ କଂଗ୍ରେସ ଅରାଜି ହେବାର କାରଣ ହେଉଛି ମନମୋହନ ସିଂହଙ୍କ ଅନ୍ତିମ ସଂସ୍କାର ନିଗମବୋଧ ଘାଟରେ କାହିଁକି କରାଗଲା, ତାଙ୍କୁ ସେଠାରେ କାହିଁକି ମୁଖାଗ୍ନି ଦିଆଗଲାନି ଯେଉଁଠି ତାଙ୍କ ସ୍ମାରକ ତିଆରି ହୋଇଥାନ୍ତା?

ଆସନ୍ତୁ ଜାଣିବା କଣ ଥିଲା ୟୁପିଏ ସରକାରଙ୍କ ୨୦୧୩ର ନିଷ୍ପତ୍ତି?
ୟୁପିଏ ସରକାର ୧୬ ମେ ୨୦୧୩ ମସିହାରେ ଏକ ପ୍ରସ୍ତାବ ମଞ୍ଜୁର କରିଥିଲେ, ଯେଉଁଥିରେ କୌଣସି ଭିଭିଆଇପି ଯେପରିକି ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସମାଧି ରାଜଘାଟ ନିକଟରେ ହେବ ନାହିଁ ବରଂ ରାଷ୍ଟ୍ରୀୟ ସ୍ମୃତି ସ୍ଥଳରେ ହେବ। ରାଷ୍ଟ୍ରୀୟ ସ୍ମୃତି ସ୍ଥଳ ନିର୍ମାଣ ପ୍ରସ୍ତାବ ମଧ୍ୟ ଏହାସହିତ ଗୃହୀତ ହୋଇଥିଲା, ଯାହା ଜ୍ଞାନୀ ଜୈଲ ସିଂହଙ୍କ ସମାଧି ପାଖରେ ରହିଛି। ଏହି ସ୍ଥାନଟି ରାଜଘାଟ ଠାରୁ ମାତ୍ର ୧.୬ କିଲୋମିଟର ଦୂରରେ। 

ଏହି ପ୍ରସ୍ତାବ ଏହା କହି ଅଣାଯାଇଥିଲା ଯେ ମହାତ୍ମା ଗାନ୍ଧିଙ୍କ ସମାଧିସ୍ଥଳ ରାଜଘାଟ, ଜାବାହରାଲଲ ନେହେରୁ, ଇନ୍ଦିରା ଗାନ୍ଧି ଓ ରାଜୀବ ଗାନ୍ଧିଙ୍କ ଭଳି ନେତାଙ୍କ ସମାଧି ୨୪୫ ଏକର ଜମି ଉପରେ ନିର୍ମିତ ହୋଇଛି। ଏଣୁ ଏବେ ରାଷ୍ଟ୍ରୀୟ ସ୍ମୃତି ସ୍ଥଳ ନିମନ୍ତେ ଜାଗା ଦିଆଯାଉଛି ଯେଉଁଠି ସବୁ ଭିଭିଆଇପିଙ୍କ ନିମନ୍ତେ ସ୍ଥାନ ରହିବ। ତେବେ ୟୁପିଏ ସରକାରଙ୍କ ଏହି ନିଷ୍ପତ୍ତି ପୂର୍ବରୁ ଯେଉଁ ଭିଭିଆଇପିଙ୍କ ପରଲୋକ ହେଉଥିଲା ସେମାନଙ୍କ ସମାଧି ରାଜଘାଟ ନିକଟରେ ଅଲଗା ନିର୍ମିତ ହେଉଥିଲା। ହେଲେ ଏଥିରେ ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି. ନରସିଂହ ରାଓଙ୍କ ସମାଧି ନାହିଁ।