ଅଲଗା ହୋଇଗଲେ କି ଅନନ୍ୟା-ଆଦିତ୍ୟ ? ପୋଷ୍ଟରେ ଲେଖିଲେ-ଯଦି ସେ ଆପଣଙ୍କର ହୋଇଥିବ ନିଶ୍ଚୟ…

ମୁମ୍ଵାଇ ୧୦।୦୪: ବିଟାଉନରେ ଲଭ ଆଫେୟାର୍ସ ଏବଂ ବ୍ରେକ୍‌ଅପ୍‌ ଚାଲିଥାଏ। ବର୍ତ୍ତମାନ କୁହାଯାଉଛି କି  ଆଉ ଏକ ଲଭବାର୍ଡଙ୍କ ବ୍ରେକ୍‌ଅପ୍‌ ହୋଇଛି।ପରସ୍ପର ଠାରୁ ଅଲଗା ହୋଇଯାଇଛନ୍ତି ଆଦିତ୍ୟ ରୟ କପୁର ଓ ଷ୍ଟାର୍ କିଡ୍‌ ଅଭିନେତ୍ରୀ ଅନନ୍ୟା ପାଣ୍ଡେ। ଏହି ଖବରକୁ ନେଇ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଜୋର୍‌ ଧରିଛି।ପ୍ରୋଫେସନାଲ ଅପେକ୍ଷା ପର୍ସନାଲ ଲାଇଫ୍‌କୁ ନେଇ ଖୁବ୍‌ ଚର୍ଚ୍ଚାରେ ଥାଆନ୍ତି ଆଦିତ୍ୟ ରୟ କପୁର। ଅନନ୍ୟା-ଆଦିତ୍ୟ ଦୀର୍ଘଦିନ ଧରି ପରସ୍ପରକୁ ଡେଟ୍‌ କରୁଥିଲେ। ଏହି ଖବର, କାହାକୁ ବା ଅଛପା । ଉଭୟଙ୍କୁ ପ୍ରାୟତଃ ଏକାଠି ଦେଖିବାକୁ ମିଳେ। ସେ ଇଭେଣ୍ଟ ହେଉ ବା ପାର୍ଟିରେ ସବୁ ସ୍ଥାନକୁ ଦୁହେଁ ଏକାଠି ଯାଆନ୍ତି। କିନ୍ତୁ ନିକଟରେ ଅନନ୍ୟା ନିଜ ଇନଷ୍ଟାଗ୍ରାମରେ ଏଭଳି କିଛି ପୋଷ୍ଟ କରିଛନ୍ତି।  ଯାହାକୁ ନେଇ ସେ ଲାଇମ୍‌ ଲାଇଟ୍‌କୁ ଆସିଛନ୍ତି। ତାଙ୍କ ଇନ୍‌ଷ୍ଟା ପୋଷ୍ଟକୁ ଦେଖିବା ପରେ ଲୋକେ ସନ୍ଦେହ କରୁଛନ୍ତି ଯେ ଦୁହିଁଙ୍କର ବୋଧ ହୁଏ ବ୍ରେକ୍ଅପ୍‌ ହୋଇଛି।ଅନନ୍ୟା ପାଣ୍ଡେ ନିଜ ଇନ୍‌ଷ୍ଟା ପୋଷ୍ଟରେ ଏକ ହାତ ଲେଖା ଚିଠି ସେୟାର କରିଛନ୍ତି। ଯେଉଁଥିରେ ଲେଖା ହୋଇଛି 'ଯଦି ସେ ଆପଣଙ୍କର ହୋଇଥିବ, ତେବେ ନିଶ୍ଚିତ ରୂପେ ଆପଣଙ୍କ ପାଖକୁ ଫେରିବ। ଏକ ଉଚିତ ଶିକ୍ଷା ଦେବା ପାଇଁ ସେ ଆପଣଙ୍କୁ ଛାଡିଲା। ଯଦି ପ୍ରକୃତରେ ସେ ଆପଣଙ୍କ ପାଇଁ ତିଆରି ହୋଇଥିବ….ତେବେ ସେ ଆପଣଙ୍କ ପାଖକୁ ଆସିବ। ଆପଣ ଯେତେ ମନା କଲେ ମଧ

ଅଲଗା ହୋଇଗଲେ କି ଅନନ୍ୟା-ଆଦିତ୍ୟ ? ପୋଷ୍ଟରେ ଲେଖିଲେ-ଯଦି ସେ ଆପଣଙ୍କର ହୋଇଥିବ ନିଶ୍ଚୟ…

ମୁମ୍ଵାଇ ୧୦।୦୪: ବିଟାଉନରେ ଲଭ ଆଫେୟାର୍ସ ଏବଂ ବ୍ରେକ୍‌ଅପ୍‌ ଚାଲିଥାଏ। ବର୍ତ୍ତମାନ କୁହାଯାଉଛି କି  ଆଉ ଏକ ଲଭବାର୍ଡଙ୍କ ବ୍ରେକ୍‌ଅପ୍‌ ହୋଇଛି।ପରସ୍ପର ଠାରୁ ଅଲଗା ହୋଇଯାଇଛନ୍ତି ଆଦିତ୍ୟ ରୟ କପୁର ଓ ଷ୍ଟାର୍ କିଡ୍‌ ଅଭିନେତ୍ରୀ ଅନନ୍ୟା ପାଣ୍ଡେ। ଏହି ଖବରକୁ ନେଇ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଜୋର୍‌ ଧରିଛି।

ପ୍ରୋଫେସନାଲ ଅପେକ୍ଷା ପର୍ସନାଲ ଲାଇଫ୍‌କୁ ନେଇ ଖୁବ୍‌ ଚର୍ଚ୍ଚାରେ ଥାଆନ୍ତି ଆଦିତ୍ୟ ରୟ କପୁର। ଅନନ୍ୟା-ଆଦିତ୍ୟ ଦୀର୍ଘଦିନ ଧରି ପରସ୍ପରକୁ ଡେଟ୍‌ କରୁଥିଲେ। ଏହି ଖବର, କାହାକୁ ବା ଅଛପା । ଉଭୟଙ୍କୁ ପ୍ରାୟତଃ ଏକାଠି ଦେଖିବାକୁ ମିଳେ। ସେ ଇଭେଣ୍ଟ ହେଉ ବା ପାର୍ଟିରେ ସବୁ ସ୍ଥାନକୁ ଦୁହେଁ ଏକାଠି ଯାଆନ୍ତି। କିନ୍ତୁ ନିକଟରେ ଅନନ୍ୟା ନିଜ ଇନଷ୍ଟାଗ୍ରାମରେ ଏଭଳି କିଛି ପୋଷ୍ଟ କରିଛନ୍ତି।  ଯାହାକୁ ନେଇ ସେ ଲାଇମ୍‌ ଲାଇଟ୍‌କୁ ଆସିଛନ୍ତି। ତାଙ୍କ ଇନ୍‌ଷ୍ଟା ପୋଷ୍ଟକୁ ଦେଖିବା ପରେ ଲୋକେ ସନ୍ଦେହ କରୁଛନ୍ତି ଯେ ଦୁହିଁଙ୍କର ବୋଧ ହୁଏ ବ୍ରେକ୍ଅପ୍‌ ହୋଇଛି।

ଅନନ୍ୟା ପାଣ୍ଡେ ନିଜ ଇନ୍‌ଷ୍ଟା ପୋଷ୍ଟରେ ଏକ ହାତ ଲେଖା ଚିଠି ସେୟାର କରିଛନ୍ତି। ଯେଉଁଥିରେ ଲେଖା ହୋଇଛି 'ଯଦି ସେ ଆପଣଙ୍କର ହୋଇଥିବ, ତେବେ ନିଶ୍ଚିତ ରୂପେ ଆପଣଙ୍କ ପାଖକୁ ଫେରିବ। ଏକ ଉଚିତ ଶିକ୍ଷା ଦେବା ପାଇଁ ସେ ଆପଣଙ୍କୁ ଛାଡିଲା। ଯଦି ପ୍ରକୃତରେ ସେ ଆପଣଙ୍କ ପାଇଁ ତିଆରି ହୋଇଥିବ….ତେବେ ସେ ଆପଣଙ୍କ ପାଖକୁ ଆସିବ। ଆପଣ ଯେତେ ମନା କଲେ ମଧ୍ୟ ସେ ଆପଣଙ୍କ ପାଖକୁ ଆସିବ। ବୋଧ ହୁଏ ଏହା କେବେ ବି ଆପଣଙ୍କ ଆତ୍ମା ସହ ଯୋଡି ହୋଇ ନଥିଲା।' ଅନନ୍ୟାଙ୍କ ଏହି ପୋଷ୍ଟ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି ହୋଇଯାଇଛି। ଆଦିତ୍ୟ ଓ ଅନନ୍ୟାଙ୍କ ବ୍ରେକଅପ୍‌ ହୋଇଥିବା ନେଇ ଖୁବ୍‌ ଚର୍ଚ୍ଚା ହେଉଛି।