ଅଲିଭ ରିଡଲେଙ୍କ ଶ୍ମଶାନ ଭୂଇଁ ପାଲଟିଛି ଗହିରମଥା!
ରାଜନଗର: ଅଲିଭ ରିଡଲେଙ୍କ ଅନ୍ତୁଡିଶାଳ କେନ୍ଦ୍ରାପଡାର ଗହୀରମଥା। ଏହି ସ୍ଥାନକୁ ସୁରକ୍ଷିତ ମନେକରି ପ୍ରତି ବର୍ଷ ହଜାର ହଜାର ମାଇଲ... The post ଅଲିଭ ରିଡଲେଙ୍କ ଶ୍ମଶାନ ଭୂଇଁ ପାଲଟିଛି ଗହିରମଥା! appeared first on .
ରାଜନଗର: ଅଲିଭ ରିଡଲେଙ୍କ ଅନ୍ତୁଡିଶାଳ କେନ୍ଦ୍ରାପଡାର ଗହୀରମଥା। ଏହି ସ୍ଥାନକୁ ସୁରକ୍ଷିତ ମନେକରି ପ୍ରତି ବର୍ଷ ହଜାର ହଜାର ମାଇଲ ଅତିକ୍ରମ କରି ବିରଳ ଅଲିଭ ରିଡଲେ କଇଁଛ ଅଣ୍ଡାଦାନ ପାଇଁ ଛୁଟି ଆସନ୍ତି। ହେଲେ ଏବେ ଅଲିଭ ରିଡଲେଙ୍କ ଶ୍ମଶାନ ଭୂଇଁ ପାଲଟିଛି ଗହିରମଥା। ଟ୍ରଲର ମାଡ ଓ ଜାଲରେ ଛନ୍ଦି ହୋଇ ପ୍ରାଣ ହରାଉଛନ୍ତି କଇଁଛ। ବର୍ତ୍ତମାନ ବେଆଇନ ଟ୍ରଲର ଚଳାଚଳ ବନ୍ଦ ରହିଥିବା ବେଳେ ବହୁ ସଂଖ୍ୟାରେ ଟ୍ରଲର ଜବତ କରାଯାଇଥିବା କହିଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ।
ଭାରତର ସର୍ବବୃହତ ସାମୁଦ୍ରିକ ଅଭୟାରଣ୍ୟ ତଥା ଅଲିଭ ରିଡଲେଙ୍କ ଏନ୍ତୁଡିଶାଳ ଗହୀରମଥା। ଏହି ସ୍ଥାନକୁ ସୁରକ୍ଷିତ ମନେକରି ପ୍ରତି ବର୍ଷ ହଜାର ହଜାର ବିରଳ ଅଲିଭ ରିଡଲେ କଇଁଛ ଅଣ୍ଡାଦାନ ପାଇଁ ଛୁଟି ଆସନ୍ତି । ହେଲେ ଏବେ ଅଲିଭ ରିଡଲେଙ୍କ ଶ୍ମଶାନ ଭୂଇଁ ପାଲଟିଛି ଗହିରମଥା। ଗହିରମଥା ଉପକୂଳରେ ପ୍ରଚୁର ପରିମାଣରେ ମାଛ ମିଳୁ ଥିବାରୁ ମାଛ ମାଫିଆ ମାନେ କଡା କଟକଣା ସତ୍ୱେ ନିୟମକୁ ଫୁ –କରି ବେଆଇନ ଭାବେ ନିଷିଦ୍ଧାଞ୍ଚଳ ମଧ୍ୟରେ ପ୍ରବେଶକରି ମାଛ ମାରିଥାନ୍ତି । ଫଳରେ ଟ୍ରଲର ମାଡ ଏବଂ ଜାଲରେ ଛନ୍ଦିହୋଇ ହଜାର ହଜାର କଇଁଛ ପ୍ରାଣ ହରାଉଥିବା ଅଭିଯୋଗ ହୋଇଛି।
ଗହୀରମଥା ସମୁଦ୍ର କୂଳରେ ଶହ ଶହ ମଲା କଇଁଛ ମରିପଡିଥିବା ଓ ତାକୁ କାଉ କୁକୁର ଝୁଣୀ ଖାଉଥିବାର ଦୃଶ୍ୟ ପ୍ରକୃତି ପ୍ରେମୀ ମାନଙ୍କୁ ବ୍ୟଥିତ କରୁଛି। ଏନେଇ ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପିନାଥ ଯାଦବଙ୍କୁ ପଚାରିବାରୁ ଟ୍ରଲର ମାଡ ଓ ଜାଲରେ ଛନ୍ଦି ହୋଇ କଇଁଛ ମାନଙ୍କର ମୃତ୍ୟୁ ଘଟୁଥିବା ସେ ସ୍ଵୀକାର କରିଛନ୍ତି। ୧୧୪ଟି କଇଁଛ ପ୍ରାଣ ହରାଇଥିବା ସୂଚନା ରହିଛି। ବର୍ତ୍ତମାନ ବେଆଇନ ଟ୍ରଲର ଚଳାଚଳ ବନ୍ଦ ରହିଥିବା ବେଳେ ବହୁ ସଂଖ୍ୟାରେ ଟ୍ରଲର ଜବତ କରାଯାଇଥିବା ସେ କହିଛନ୍ତି।
The post ଅଲିଭ ରିଡଲେଙ୍କ ଶ୍ମଶାନ ଭୂଇଁ ପାଲଟିଛି ଗହିରମଥା! appeared first on .