ଅଲିମ୍ପିକ ୨୦୨୪ ପୂର୍ବରୁ ଭାରତକୁ ଝଟ୍‌କା: ଏହି ବଡ଼ ପଦବିରୁ ଇସ୍ତଫା ଦେଲେ ମେରି କମ୍

ନୂଆଦିଲ୍ଲୀ: ପ୍ୟାରିସ୍‌ରେ ହେବାକୁ ଥିବା ଅଲିମ୍ପିକ ୨୦୨୪ ପୂର୍ବରୁ ଭାରତକୁ ଝଟ୍‌କା ଲାଗିଛି। ଭାରତୀୟ କିମ୍ବଦନ୍ତୀ ବକ୍ସର ମେରି କମ ଅଭିଯାନ ପ୍ରମୁଖ ବା ସେଫ୍ ଡି ମିସନ ପଦରୁ ଇସ୍ତଫା ଦେଇଛନ୍ତି। ବ୍ୟକ୍ତିଗତ କାରଣରୁ ସେ ଇସ୍ତଫା ଦେଇଛନ୍ତି ବୋଲି ମେରିକମ କହିଛନ୍ତି। ଏନେଇ ପିଟିଆଇରେ ଖବର ପ୍ରକାଶ ପାଇଛି। ଏହି ପଦବିରୁ ଇସ୍ତଫା ଦେଇ ତାଙ୍କୁ ଖରାପ ଲାଗୁଥିଲେ ବି ତାଙ୍କର ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ ବୋଲି ମେରିକମ କହିଛନ୍ତି।ଚଳିତ ବର୍ଷ ମାର୍ଚ୍ଚ ମାସରେ ମେରି କମ୍‌ ସେଫ୍‌ ଡି ମିଶନ ଭାବେ ନିଯୁକ୍ତ କରାଯାଇଥିଲା। ଅଲିମ୍ପିକ୍‌ ପୂର୍ବରୁ ଆଥ୍‌ଲେଟ୍‌ଙ୍କୁ ଟ୍ରେନିଂ ଦେବାରେ ମେରି କମ୍‌ ହିଁ ଯୋଗ୍ୟ ବ୍ୟକ୍ତି ବୋଲି ବିଚାର କରି ଭାରତୀୟ ଅଲିମ୍ପିକ ଆସୋସିଏସନ୍‌(ଆଇଓଏ) ତାଙ୍କୁ ସେଫ୍ ଡି ମିଶନ ପଦରେ ନିଯୁକ୍ତି ଦେଇଥିଲା। ତାଙ୍କ ଡେପୁଟି ଭାବେ ଲୁଗେର ଶିବ କେଶବନଙ୍କୁ ନିଯୁକ୍ତ କରାଯାଇଥିଲା। ଏଥର ଅଲିମ୍ପିକ୍‌ରେ ଶରଥ କମାଲ ତ୍ରୀରଙ୍ଗା ପତାକା ହୋଷ୍ଟିଂ କରିବେ ବୋଲି ସ୍ଥିର କରାଯାଇଛି।ପଢ଼ନ୍ତୁ-'ସାବାସ୍ ଡିକେ...ଓ୍ବାର୍ଲ୍ଡକପ୍ ଖେଲନା ହୈ'; ରୋହିତ୍‌ଙ୍କ ଇସାରା, କାର୍ତ୍ତିକ୍‌ଙ୍କୁ ମିଳିବ ଟି-୨୦ ବିଶ୍ବକପ୍ ଟିକେଟ୍

ଅଲିମ୍ପିକ ୨୦୨୪ ପୂର୍ବରୁ ଭାରତକୁ ଝଟ୍‌କା: ଏହି ବଡ଼ ପଦବିରୁ ଇସ୍ତଫା ଦେଲେ ମେରି କମ୍

ନୂଆଦିଲ୍ଲୀ: ପ୍ୟାରିସ୍‌ରେ ହେବାକୁ ଥିବା ଅଲିମ୍ପିକ ୨୦୨୪ ପୂର୍ବରୁ ଭାରତକୁ ଝଟ୍‌କା ଲାଗିଛି। ଭାରତୀୟ କିମ୍ବଦନ୍ତୀ ବକ୍ସର ମେରି କମ ଅଭିଯାନ ପ୍ରମୁଖ ବା ସେଫ୍ ଡି ମିସନ ପଦରୁ ଇସ୍ତଫା ଦେଇଛନ୍ତି। ବ୍ୟକ୍ତିଗତ କାରଣରୁ ସେ ଇସ୍ତଫା ଦେଇଛନ୍ତି ବୋଲି ମେରିକମ କହିଛନ୍ତି। ଏନେଇ ପିଟିଆଇରେ ଖବର ପ୍ରକାଶ ପାଇଛି। ଏହି ପଦବିରୁ ଇସ୍ତଫା ଦେଇ ତାଙ୍କୁ ଖରାପ ଲାଗୁଥିଲେ ବି ତାଙ୍କର ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ ବୋଲି ମେରିକମ କହିଛନ୍ତି।

ଚଳିତ ବର୍ଷ ମାର୍ଚ୍ଚ ମାସରେ ମେରି କମ୍‌ ସେଫ୍‌ ଡି ମିଶନ ଭାବେ ନିଯୁକ୍ତ କରାଯାଇଥିଲା। ଅଲିମ୍ପିକ୍‌ ପୂର୍ବରୁ ଆଥ୍‌ଲେଟ୍‌ଙ୍କୁ ଟ୍ରେନିଂ ଦେବାରେ ମେରି କମ୍‌ ହିଁ ଯୋଗ୍ୟ ବ୍ୟକ୍ତି ବୋଲି ବିଚାର କରି ଭାରତୀୟ ଅଲିମ୍ପିକ ଆସୋସିଏସନ୍‌(ଆଇଓଏ) ତାଙ୍କୁ ସେଫ୍ ଡି ମିଶନ ପଦରେ ନିଯୁକ୍ତି ଦେଇଥିଲା। ତାଙ୍କ ଡେପୁଟି ଭାବେ ଲୁଗେର ଶିବ କେଶବନଙ୍କୁ ନିଯୁକ୍ତ କରାଯାଇଥିଲା। ଏଥର ଅଲିମ୍ପିକ୍‌ରେ ଶରଥ କମାଲ ତ୍ରୀରଙ୍ଗା ପତାକା ହୋଷ୍ଟିଂ କରିବେ ବୋଲି ସ୍ଥିର କରାଯାଇଛି।

ପଢ଼ନ୍ତୁ-'ସାବାସ୍ ଡିକେ...ଓ୍ବାର୍ଲ୍ଡକପ୍ ଖେଲନା ହୈ'; ରୋହିତ୍‌ଙ୍କ ଇସାରା, କାର୍ତ୍ତିକ୍‌ଙ୍କୁ ମିଳିବ ଟି-୨୦ ବିଶ୍ବକପ୍ ଟିକେଟ୍