ଅଲିମ୍ପିକ୍ ଆଥଲେଟ୍ଙ୍କୁ ମିଳିବ ୫ ଲକ୍ଷ, ସିଦ୍ଦରମୈୟା ସରକାରଙ୍କ ବଡ଼ ପଦକ୍ଷେପ
ନୂଆଦିଲ୍ଲୀ: ଜୁଲାଇ ୨୬ରୁ ଫ୍ରାନ୍ସ ରାଜଧାନୀ ପ୍ୟାରିସରେ ଆରମ୍ଭ ହେବାକୁ ଯାଉଛି ଅଲମ୍ପିକ୍ସ-୨୦୨୪। ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରୁଥିବା ରାଜ୍ୟର ସମସ୍ତ ୯ ଜଣ ଆଥଲେଟଙ୍କୁ ପ୍ରତ୍ୟେକଙ୍କୁ ୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା। ଜୁଲାଇ ୨୬ରୁ ଅଗଷ୍ଟ ୧୧ ଯାଏ ଫ୍ରାନ୍ସର ରାଜଧାନୀରେ ଏହି ଖେଳ ଅନୁଷ୍ଠିତ ହେବ।ପ୍ରକାଶଥାଉକି, ଏହି ପଦକ୍ଷେପରେ କର୍ଣ୍ଣାଟକ ଭାରତର ପ୍ରଥମ ରାଜ୍ୟ ଭାବେ ପରିଗଣିତ ହୋଇଛି, ଯେଉଁଥିରେ ଏହାର ଅଲିମ୍ପିକ୍ ଖେଳାଳିଙ୍କୁ ଏହି ସହାୟତା ପ୍ରଦାନ କରାଯାଇଛି। କର୍ଣ୍ଣାଟକ ଅଲିମ୍ପିକ୍ସ ଆସୋସିଏସନର ସଭାପତି କେ ଗୋବିନ୍ଦରାଜୁଙ୍କ ଆବେଦନ ପରେ ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି।କର୍ଣ୍ଣାଟକରୁ ଭାରତର ପ୍ରତିନିଧିତ୍ୱ କରିଥିବା ଆଥଲେଟ୍ ତାଲିକା-କୁମାରୀ ଅଶ୍ୱିନୀ ପୋନ୍ନାପ୍ପା: ମହିଳା ଡବଲ୍ସ ବ୍ୟାଡମିଣ୍ଟନ୍ କୁମାରୀ ଆଦିତ୍ୟ ଅଶୋକ: ମହିଳା ଗଲ୍ଫ କୁମାରି ଧିନିଡି ଡେସିଙ୍ଗୋ: ମହିଳା ଫ୍ରିଷ୍ଟାଇଲ୍ ସ୍ୱିମିଂଏମ୍.ଆର୍ ପୁଭାମ୍ମା: ମିକ୍ସଡ୍ ରିଲେ କୁମାରୀ ଅର୍ଚ୍ଚନା କାମାଥ: ଟେବୁଲ୍ ଟେନିସ୍ ଶ୍ରୀହରି ନଟରାଜ: 100 ମିଟର ପୁରୁଷ ଫ୍ରିଷ୍ଟାଇଲ୍ ସ୍ୱିମିଂରୋହନ ବୋପାନ୍ନା: ଟେନିସ୍ ଡବଲ୍ସ ନିଶାନ୍ତ ଦେବ: ପୁରୁଷ ବକ୍ସିଂ ମିଜୋ ଚାକୋ: ମିକ୍ସଡ୍ ରିଲେ ରେସ୍
ନୂଆଦିଲ୍ଲୀ: ଜୁଲାଇ ୨୬ରୁ ଫ୍ରାନ୍ସ ରାଜଧାନୀ ପ୍ୟାରିସରେ ଆରମ୍ଭ ହେବାକୁ ଯାଉଛି ଅଲମ୍ପିକ୍ସ-୨୦୨୪। ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରୁଥିବା ରାଜ୍ୟର ସମସ୍ତ ୯ ଜଣ ଆଥଲେଟଙ୍କୁ ପ୍ରତ୍ୟେକଙ୍କୁ ୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା। ଜୁଲାଇ ୨୬ରୁ ଅଗଷ୍ଟ ୧୧ ଯାଏ ଫ୍ରାନ୍ସର ରାଜଧାନୀରେ ଏହି ଖେଳ ଅନୁଷ୍ଠିତ ହେବ।
ପ୍ରକାଶଥାଉକି, ଏହି ପଦକ୍ଷେପରେ କର୍ଣ୍ଣାଟକ ଭାରତର ପ୍ରଥମ ରାଜ୍ୟ ଭାବେ ପରିଗଣିତ ହୋଇଛି, ଯେଉଁଥିରେ ଏହାର ଅଲିମ୍ପିକ୍ ଖେଳାଳିଙ୍କୁ ଏହି ସହାୟତା ପ୍ରଦାନ କରାଯାଇଛି। କର୍ଣ୍ଣାଟକ ଅଲିମ୍ପିକ୍ସ ଆସୋସିଏସନର ସଭାପତି କେ ଗୋବିନ୍ଦରାଜୁଙ୍କ ଆବେଦନ ପରେ ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି।
କର୍ଣ୍ଣାଟକରୁ ଭାରତର ପ୍ରତିନିଧିତ୍ୱ କରିଥିବା ଆଥଲେଟ୍ ତାଲିକା-
- କୁମାରୀ ଅଶ୍ୱିନୀ ପୋନ୍ନାପ୍ପା: ମହିଳା ଡବଲ୍ସ ବ୍ୟାଡମିଣ୍ଟନ୍
- କୁମାରୀ ଆଦିତ୍ୟ ଅଶୋକ: ମହିଳା ଗଲ୍ଫ
- କୁମାରି ଧିନିଡି ଡେସିଙ୍ଗୋ: ମହିଳା ଫ୍ରିଷ୍ଟାଇଲ୍ ସ୍ୱିମିଂ
- ଏମ୍.ଆର୍ ପୁଭାମ୍ମା: ମିକ୍ସଡ୍ ରିଲେ
- କୁମାରୀ ଅର୍ଚ୍ଚନା କାମାଥ: ଟେବୁଲ୍ ଟେନିସ୍
- ଶ୍ରୀହରି ନଟରାଜ: 100 ମିଟର ପୁରୁଷ ଫ୍ରିଷ୍ଟାଇଲ୍ ସ୍ୱିମିଂ
- ରୋହନ ବୋପାନ୍ନା: ଟେନିସ୍ ଡବଲ୍ସ
- ନିଶାନ୍ତ ଦେବ: ପୁରୁଷ ବକ୍ସିଂ
- ମିଜୋ ଚାକୋ: ମିକ୍ସଡ୍ ରିଲେ ରେସ୍