ଅଲିମ୍ପିକ୍ସ ପରେ ଅବସର ନେବେ ହକି ଗୋଲକିପର ଶ୍ରୀଜେସ
ନୂଆଦିଲ୍ଲୀ,୨୨ା୭: ଭାରତର ପୁରୁଖା ହକି ଗୋଲକିପର ପ୍ୟାରିସ ଅଲିମ୍ପିକ୍ସରେ ପରେ ଖେଳରୁ ଅବସର ନେବେ। ସେ ସୋମବାର ଏ ବିଷୟ ଘୋଷଣା କରିଛନ୍ତି। ଶ୍ରୀଜେସଙ୍କ ତାଙ୍କ ୧୮ ବର୍ଷର ଲମ୍ବା କ୍ୟାରିଅରରେ ଭାରତୀୟ ହକି ଦଳର ଅନେକ ଐତିହାସିକ ମୁହୂର୍ତ୍ତ ସହ ସେ ସଂଶ୍ଲିଷ୍ଟ। ୩୬ ବର୍ଷୀୟ ଏହି ଭେଟେରାନ ଖେଳାଳି ଇତି ମଧ୍ୟରେ ୩୨୮ ଅନ୍ତର୍ଜାତୀୟ ଗେମ୍ସ ଖେଳି ସାରିଛନ୍ତି। ତନ୍ମଧ୍ୟରେ ତାଙ୍କର ତିନୋଟି ଅଲିମ୍ପିକ ଗେମ୍ସ, ଏକାଧିକ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ବିଶ୍ୱକପ୍ ରହିଛି। […] The post ଅଲିମ୍ପିକ୍ସ ପରେ ଅବସର ନେବେ ହକି ଗୋଲକିପର ଶ୍ରୀଜେସ appeared first on Dharitri Odia News.
ନୂଆଦିଲ୍ଲୀ,୨୨ା୭: ଭାରତର ପୁରୁଖା ହକି ଗୋଲକିପର ପ୍ୟାରିସ ଅଲିମ୍ପିକ୍ସରେ ପରେ ଖେଳରୁ ଅବସର ନେବେ। ସେ ସୋମବାର ଏ ବିଷୟ ଘୋଷଣା କରିଛନ୍ତି। ଶ୍ରୀଜେସଙ୍କ ତାଙ୍କ ୧୮ ବର୍ଷର ଲମ୍ବା କ୍ୟାରିଅରରେ ଭାରତୀୟ ହକି ଦଳର ଅନେକ ଐତିହାସିକ ମୁହୂର୍ତ୍ତ ସହ ସେ ସଂଶ୍ଲିଷ୍ଟ।
୩୬ ବର୍ଷୀୟ ଏହି ଭେଟେରାନ ଖେଳାଳି ଇତି ମଧ୍ୟରେ ୩୨୮ ଅନ୍ତର୍ଜାତୀୟ ଗେମ୍ସ ଖେଳି ସାରିଛନ୍ତି। ତନ୍ମଧ୍ୟରେ ତାଙ୍କର ତିନୋଟି ଅଲିମ୍ପିକ ଗେମ୍ସ, ଏକାଧିକ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ବିଶ୍ୱକପ୍ ରହିଛି। ଜୁଲାଇ ୨୬ରୁ ପ୍ୟାରିସରେ ସେ ତାଙ୍କର ଚତୁର୍ଥ ଅଲିମ୍ପିକ୍ସ ଖେଳିବେ। ପ୍ୟାରିସରେ ସେ ତାଙ୍କ ଅନ୍ତିମ ଗେମ୍ ଖେଳିବା ଲାଗି ପ୍ରସ୍ତୁତି ଚଳାଇଛନ୍ତି। ସେ ଦେଶ ପାଇଁ ଗୌରବ ଆଣି ଫେରିବେ ବୋଲି ଦୃଢ଼ତାର ସହିତ ଆଶା ପ୍ରକାଶ କରି କହିଛନ୍ତି।
ସେ କହିଛନ୍ତି, ୨୦୨୦ ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଏପର୍ଯ୍ୟନ୍ତ ସୁଦ୍ଧା ତାଙ୍କର ସବୁଠାରୁ ବଡ଼ ସ୍ମରଣୀୟ ମୁହୂର୍ତ୍ତ ରହିଛି। ୨୦୦୬ ସାଉଥ ଏସିଆନ ଗେମ୍ସରେ ତାଙ୍କ ପଦର୍ପଣ ପରଠାରୁ ଶ୍ରୀଜେସ ୨୦୧୪ ଏସିଆନ ଗେମ୍ସରେ ସ୍ବର୍ଣ୍ଣ ଏବଂ ୨୦୧୮ ଜାକର୍ତ୍ତା-ପାଲେମବାଙ୍ଗ ଏସିଆଡ୍ରେ ବ୍ରୋଞ୍ଜ ପଦକ ମ୍ୟାଚରେ ଭାରତର ସ୍ମରଣୀୟ ବିଜୟରେ ତାଙ୍କର ଏକ ବଡ଼ ଭୂମିକା ରହିଛି।
ସେ ଆହୁରି ମଧ୍ୟ ୨୦୧୮ରେ ଏସିଆନ ଚାମ୍ପିୟନ୍ସ ଟ୍ରଫି ବିଜୟୀ ଦଳ ଏବଂ ଭୁବନେଶ୍ୱରରେ ୨୦୧୯ ଏଫ୍ଆଇଏଚ୍ ପୁରୁଷ ସିରିଜ ଫାଇନାଲ୍ସ ଚାମ୍ପିୟନ ଦଳର ଅନ୍ୟତମ ସଦସ୍ୟ ଥିଲେ। ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ବିଜୟରେ ଏହି ପ୍ରବୀଣ ଗୋଲିକରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ଏହି ପରିପ୍ରେକ୍ଷୀରେ ଭାରତର ଅଧିନାୟକ ହରମନପ୍ରୀତ ସିଂ କହିଛନ୍ତି, ଟୋକିଓ ଅଲିମ୍ପିକ୍ସରେ ଭାରତର ଐତିହାସିକ ବ୍ରୋଞ୍ଜ ପଦକ ହାସଲ ପଛରେ ଶ୍ରୀଜେସ ଅନ୍ୟତମ ମୁଖ୍ୟ ସ୍ଥପତି ଥିଲେ। ପ୍ୟାରିସ ଅଲିମ୍ପିକ୍ସରେ ଆଉ ଏକ ପଦକ ଜିତି ଶ୍ରୀଜେସଙ୍କ ଅନ୍ତିମ ଟୁର୍ନାମେଣ୍ଟକୁ ଆମେ ସ୍ମରଣୀୟ କରିବାକୁ ଆମେ ଚେଷ୍ଟା କରିବୁ।
The post ଅଲିମ୍ପିକ୍ସ ପରେ ଅବସର ନେବେ ହକି ଗୋଲକିପର ଶ୍ରୀଜେସ appeared first on Dharitri Odia News.