ଅଲିମ୍ପିକ୍ସ ଯୋଗ୍ୟତା ଠାରୁ ମାତ୍ର ଗୋଟିଏ ପାଦ ଦୂରରେ ରହିଛି ଭାରତୀୟ ମହିଳା ହକି ଦଳ

ନୂଆଦିଲ୍ଲୀ: ଭାରତୀୟ ମହିଳା ହକି ଦଳ ଚଳିତ ବର୍ଷ ପ୍ୟାରିସରେ ଆୟୋଜିତ ହେବାକୁ ଥିବା ଅଲିମ୍ପିକ୍ସ ଗେମ୍ସରେ ଖେଳିବା ପାଇଁ ପ୍ରୟାସକୁ ସୁଦୃଢ଼ କରି ଏଫଆଇଏଚ୍ ହକି ଅଲିମ୍ପିକ୍ସ କ୍ୱାଲିଫାୟରର ସେମିଫାଇନାଲରେ ପ୍ରବେଶ କରିଛି। ଝାଡଖଣ୍ଡର ରାଞ୍ଚିରେ ଚାଲିଥିବା ଏଫ୍ ଆଇଏଚ୍ ହକି ଅଲିମ୍ପିକ୍ କ୍ୱାଲିଫାୟରର ପୁଲ୍ ‘ବି’ର ଅନ୍ତିମ ମ୍ୟାଚ୍ ରେ ଭାରତ ୫-୧ ଗୋଲରେ ଇଟାଲୀକୁ ପରାସ୍ତ କରିଛି। ଏହି ଏକତରଫା ମ୍ୟାଚ୍ ରେ ଉଦିତା ଭାରତ ପକ୍ଷରୁ ଦୁଇଟି ଗୋଲ୍ ଦେଇଥିବା ବେଳେ […]

ଅଲିମ୍ପିକ୍ସ ଯୋଗ୍ୟତା ଠାରୁ ମାତ୍ର ଗୋଟିଏ ପାଦ ଦୂରରେ ରହିଛି ଭାରତୀୟ ମହିଳା ହକି ଦଳ

ନୂଆଦିଲ୍ଲୀ: ଭାରତୀୟ ମହିଳା ହକି ଦଳ ଚଳିତ ବର୍ଷ ପ୍ୟାରିସରେ ଆୟୋଜିତ ହେବାକୁ ଥିବା ଅଲିମ୍ପିକ୍ସ ଗେମ୍ସରେ ଖେଳିବା ପାଇଁ ପ୍ରୟାସକୁ ସୁଦୃଢ଼ କରି ଏଫଆଇଏଚ୍ ହକି ଅଲିମ୍ପିକ୍ସ କ୍ୱାଲିଫାୟରର ସେମିଫାଇନାଲରେ ପ୍ରବେଶ କରିଛି। ଝାଡଖଣ୍ଡର ରାଞ୍ଚିରେ ଚାଲିଥିବା ଏଫ୍ ଆଇଏଚ୍ ହକି ଅଲିମ୍ପିକ୍ କ୍ୱାଲିଫାୟରର ପୁଲ୍ ‘ବି’ର ଅନ୍ତିମ ମ୍ୟାଚ୍ ରେ ଭାରତ ୫-୧ ଗୋଲରେ ଇଟାଲୀକୁ ପରାସ୍ତ କରିଛି। ଏହି ଏକତରଫା ମ୍ୟାଚ୍ ରେ ଉଦିତା ଭାରତ ପକ୍ଷରୁ ଦୁଇଟି ଗୋଲ୍ ଦେଇଥିବା ବେଳେ ଦୀପିକା, ସଲିମା ଟେଟେ ଓ ନବନୀତ କୌର ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ।