ଅଲିମ୍ପିକ୍ସ ୨୦୨୮: ଜୁଲାଇ ୧୨ରୁ ଆରମ୍ଭ ହେବ କ୍ରିକେଟ୍ ଟୂର୍ଣ୍ଣାମେଣ୍ଟ, ଭାଗ ନେବେ ୬ଟି ଦଳ

ନୂଆଦିଲ୍ଲୀ: ଦୀର୍ଘ ୧୨୮ ବର୍ଷ ପରେ ଅଲିମ୍ପିକ୍ସକୁ ବହୁପ୍ରତୀକ୍ଷିତ କ୍ରିକେଟ୍‌ର ପ୍ରତ୍ୟାବର୍ତ୍ତନ ଘଟିଛି। ଲସ ଏଞ୍ଜେଲ୍ସ ୨୦୨୮ ଅଲିମ୍ପିକ୍ସରେ କ୍ରିକେଟ୍ ଆୟୋଜିତ ହେବାକୁ ଯାଉଛି। ଲଞ୍ଚ ଏଞ୍ଜେଲ୍ସଠୁ ପାଖାପାଖି ୫୦ କିଲୋମିଟର ଦୂର ପୋମେନା ସହରର ଫେୟାରଗ୍ରାଉଣ୍ଡସ ଷ୍ଟାଡିୟମରେ ଅଲିମ୍ପିକ୍ସରେ କ୍ରିକେଟ୍‌ ମ୍ୟାଚ୍‌ ଜୁଲାଇ ୧୨ରୁ ଖେଳାଯିବ। ପଦକ ମ୍ୟାଚ୍ ଜୁଲାଇ ୧୯(ଭାରତରେ ଜୁଲାଇ ୨୦) ଓ ଜୁଲାଇ ୨୯ରେ ଏହି ପଡ଼ିଆରେ ଆୟୋଜିତ ହେବ। ତେବେ ଆନୁଷ୍ଠାନିକ ଭାବେ କ୍ରୀଡ଼ାସୂଚୀ ଘୋଷଣା କରାଯାଇ ନାହିଁ। ଏହା ମଧ୍ୟ ସ୍ଥିର ହୋଇ ନାହିଁ ଯେ କେଉଁ ଦଳ ଏଥିରେ ଖେଳିବେ।ପୁରୁଷ ଓ ମହିଳା ବର୍ଗର ମୋଟ୍ ଛଅ ଛଅ ଟିମ୍ ଏବଂ ୧୮୦ ଖେଳାଳି ଅଲିମ୍ପିକ୍ସରେ କ୍ରିକେଟ୍‌ର ସବୁଠୁ ଛୋଟ ଫର୍ମାଟ୍‌ ଟି-୨୦ରେ ଭାଗ ନେବେ। ପ୍ରତିଯୋଗିତାର କାର୍ଯ୍ୟକ୍ରମ ଅନୁସାରେ ଗୋଟିଏ ଦିନରେ ସର୍ବାଧିକ ୨ଟି ମ୍ୟାଚ୍ ଖେଳାଯିବ। ଜୁଲାଇ ୧୪ ଓ ୨୧ରେ କୌଣସି ମ୍ୟାଚ୍ ହେବ ନାହିଁ। ଅଲିମ୍ପିକ୍ସରେ ଏହା ପୂର୍ବରୁ ଥରୁଟିଏ ୧୯୦୦ ମସିହା ପ୍ୟାରିସ ଅଲିମ୍ପିକ୍ସରେ କ୍ରିକେଟ୍‌କୁ ସାମିଲ କରାଯାଇଥିଲା। ସେହି ସମୟରେ କେବଳ ଦୁଇଟି ଦଳ ଗ୍ରେଟ୍ ବ୍ରିଟେନ ଓ  ଫ୍ରାନ୍ସ ଅଂଶଗ୍ରହଣ କରିଥିଲେ। ଗ୍ରେଟ୍ ବ୍ରିଟେନ ପ୍ରତିଯୋଗିତାରେ ମାତ୍ର ଗୋଟିଏ ମ୍ୟାଚ୍ ଜିତି ସ୍ଵର୍ଣ୍ଣ ପଦକ ଜିତିଥିଲା।Also read: ଗୋଟିଏ କି ଦୁଇଟି ନୁହେଁ, ଭାରତ ପରାଜୟର ୪ ଭିଲେନ; ଏମିତି ହାରିଲା ଟି

ଅଲିମ୍ପିକ୍ସ ୨୦୨୮: ଜୁଲାଇ ୧୨ରୁ ଆରମ୍ଭ ହେବ କ୍ରିକେଟ୍ ଟୂର୍ଣ୍ଣାମେଣ୍ଟ, ଭାଗ ନେବେ ୬ଟି ଦଳ

ନୂଆଦିଲ୍ଲୀ: ଦୀର୍ଘ ୧୨୮ ବର୍ଷ ପରେ ଅଲିମ୍ପିକ୍ସକୁ ବହୁପ୍ରତୀକ୍ଷିତ କ୍ରିକେଟ୍‌ର ପ୍ରତ୍ୟାବର୍ତ୍ତନ ଘଟିଛି। ଲସ ଏଞ୍ଜେଲ୍ସ ୨୦୨୮ ଅଲିମ୍ପିକ୍ସରେ କ୍ରିକେଟ୍ ଆୟୋଜିତ ହେବାକୁ ଯାଉଛି। ଲଞ୍ଚ ଏଞ୍ଜେଲ୍ସଠୁ ପାଖାପାଖି ୫୦ କିଲୋମିଟର ଦୂର ପୋମେନା ସହରର ଫେୟାରଗ୍ରାଉଣ୍ଡସ ଷ୍ଟାଡିୟମରେ ଅଲିମ୍ପିକ୍ସରେ କ୍ରିକେଟ୍‌ ମ୍ୟାଚ୍‌ ଜୁଲାଇ ୧୨ରୁ ଖେଳାଯିବ। ପଦକ ମ୍ୟାଚ୍ ଜୁଲାଇ ୧୯(ଭାରତରେ ଜୁଲାଇ ୨୦) ଓ ଜୁଲାଇ ୨୯ରେ ଏହି ପଡ଼ିଆରେ ଆୟୋଜିତ ହେବ। ତେବେ ଆନୁଷ୍ଠାନିକ ଭାବେ କ୍ରୀଡ଼ାସୂଚୀ ଘୋଷଣା କରାଯାଇ ନାହିଁ। ଏହା ମଧ୍ୟ ସ୍ଥିର ହୋଇ ନାହିଁ ଯେ କେଉଁ ଦଳ ଏଥିରେ ଖେଳିବେ।

ପୁରୁଷ ଓ ମହିଳା ବର୍ଗର ମୋଟ୍ ଛଅ ଛଅ ଟିମ୍ ଏବଂ ୧୮୦ ଖେଳାଳି ଅଲିମ୍ପିକ୍ସରେ କ୍ରିକେଟ୍‌ର ସବୁଠୁ ଛୋଟ ଫର୍ମାଟ୍‌ ଟି-୨୦ରେ ଭାଗ ନେବେ। ପ୍ରତିଯୋଗିତାର କାର୍ଯ୍ୟକ୍ରମ ଅନୁସାରେ ଗୋଟିଏ ଦିନରେ ସର୍ବାଧିକ ୨ଟି ମ୍ୟାଚ୍ ଖେଳାଯିବ। ଜୁଲାଇ ୧୪ ଓ ୨୧ରେ କୌଣସି ମ୍ୟାଚ୍ ହେବ ନାହିଁ। ଅଲିମ୍ପିକ୍ସରେ ଏହା ପୂର୍ବରୁ ଥରୁଟିଏ ୧୯୦୦ ମସିହା ପ୍ୟାରିସ ଅଲିମ୍ପିକ୍ସରେ କ୍ରିକେଟ୍‌କୁ ସାମିଲ କରାଯାଇଥିଲା। ସେହି ସମୟରେ କେବଳ ଦୁଇଟି ଦଳ ଗ୍ରେଟ୍ ବ୍ରିଟେନ ଓ  ଫ୍ରାନ୍ସ ଅଂଶଗ୍ରହଣ କରିଥିଲେ। ଗ୍ରେଟ୍ ବ୍ରିଟେନ ପ୍ରତିଯୋଗିତାରେ ମାତ୍ର ଗୋଟିଏ ମ୍ୟାଚ୍ ଜିତି ସ୍ଵର୍ଣ୍ଣ ପଦକ ଜିତିଥିଲା।

Also read: ଗୋଟିଏ କି ଦୁଇଟି ନୁହେଁ, ଭାରତ ପରାଜୟର ୪ ଭିଲେନ; ଏମିତି ହାରିଲା ଟିମ୍ ଇଣ୍ଡିଆ

ପୁରୁଷ ଓ ମହିଳା ଟିମ୍ ୧୫ ଜଣିଆ ଦଳ ଘୋଷଣା କରି ପାରିବେ। କାରଣ ଉଭୟ ବର୍ଗ ପାଇଁ ମୋଟ୍ ୧୮୦ ଖେଳାଳି ସାମିଲ ହେବେ। ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି(ଆଇଓସି) କ୍ରିକେଟ୍, ବେସବଲ, ଫ୍ଲାଗ ଫୁଟବଲ, ଲ୍ୟାକ୍ରୋସ ଓ ସ୍କ୍ଵାସକୁ ୨୦୨୮ ଅଲିମ୍ପିକ୍ସରେ ସାମିଲ କରିବାକୁ ମଞ୍ଜୁରୀ ପ୍ରଦାନ କରିଥିଲା। ଲସ ଏଞ୍ଜେଲ୍ସ ଅଲିମ୍ପିକ୍ସ ଆନୁଷ୍ଠାନିକ ଭାବେ ୨୦୨୮ ଜୁଲାଇ ୧୪ରୁ ଜୁଲାଇ ୩୦ ପର୍ଯ୍ୟନ୍ତ ଆୟୋଜିତ ହେବ। ମାତ୍ର କ୍ରିକେଟ୍‌ର କିଛି ମ୍ୟାଚ୍ ଆଗରୁ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟ ଜୁଲାଇ ୧୨ରୁ ୧୮ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ପଦକ ପାଇଁ ମ୍ୟାଚ୍ ଜୁଲାଇ ୨୦(ଆମେରିକାରେ ଜୁଲାଇ ୧୯)ରେ ଖେଳାଯିବ। ଦ୍ଵିତୀୟ ପର୍ଯ୍ୟାୟ ମ୍ୟାଚ୍ ଜୁଲାଇ ୨୨ରୁ ୨୮ ପର୍ଯ୍ୟନ୍ତ ଚାଲିବ ଏବଂ ଫାଇନାଲ୍ ମୁକାବିଲା ଜୁଲାଇ ୨୯ରେ ଖେଳାଯିବ। ଜୁଲାଇ ୩୦ରେ ଅଲିମ୍ପିକ୍ସର ଉଦଯାପନୀ ହେବ।