ଅଲିମ୍ପିକ୍ସରେ ନିରାପତ୍ତା ଦାୟିତ୍ବରେ ଭାରତୀୟ ସନ୍ଧାନୀ କୁକୁର

ନୂଆଦିଲ୍ଲୀ: ଆସନ୍ତା ୨୬ରୁ ପ୍ୟାରିସ୍‌ ଅଲିମ୍ପିକ୍‌ସ ଆରମ୍ଭ ହେଉଛି। ଏହାର ନିରାପତ୍ତା ଦାୟିତ୍ବ​‌େ​‌ର ରହିବେ ବିଭିନ୍ନ ଭାରତୀୟ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ (ସିଏପିଏଫ୍‌)ରୁ ବଛା ଯାଇଥିବା ଉଚ୍ଚ ଦକ୍ଷତା ସମ୍ପନ୍ନ ୧୦ଟି ସନ୍ଧାନୀ କୁକୁର। ଏମାନଙ୍କ ସହ ଭାରତର ଏକ କମାଣ୍ଡୋ ଦଳ ପ୍ୟାରିସ୍‌ ସହରର ବିଭିନ୍ନ ସ୍ଥାନରେ ମୁତୟନ ହେବେ। ଏହି ୧୦ଟି ସନ୍ଧାନୀ କୁକୁରଙ୍କୁ ସିଆର୍‌ପିଏଫ୍‌, ସୌରାଷ୍ଟ୍ର ସୀମା ବଳ, ଆଟିବିପିରୁ ବଛାଯାଇଛି। ପୁଣି ଏନ୍‌ଏସ୍‌ଜି ଓ ଆସାମ ରାଇଫଲର ମିଳିତ କମାଣ୍ଡୋ […]

ଅଲିମ୍ପିକ୍ସରେ ନିରାପତ୍ତା ଦାୟିତ୍ବରେ ଭାରତୀୟ ସନ୍ଧାନୀ କୁକୁର

ନୂଆଦିଲ୍ଲୀ: ଆସନ୍ତା ୨୬ରୁ ପ୍ୟାରିସ୍‌ ଅଲିମ୍ପିକ୍‌ସ ଆରମ୍ଭ ହେଉଛି। ଏହାର ନିରାପତ୍ତା ଦାୟିତ୍ବ​‌େ​‌ର ରହିବେ ବିଭିନ୍ନ ଭାରତୀୟ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ (ସିଏପିଏଫ୍‌)ରୁ ବଛା ଯାଇଥିବା ଉଚ୍ଚ ଦକ୍ଷତା ସମ୍ପନ୍ନ ୧୦ଟି ସନ୍ଧାନୀ କୁକୁର। ଏମାନଙ୍କ ସହ ଭାରତର ଏକ କମାଣ୍ଡୋ ଦଳ ପ୍ୟାରିସ୍‌ ସହରର ବିଭିନ୍ନ ସ୍ଥାନରେ ମୁତୟନ ହେବେ। ଏହି ୧୦ଟି ସନ୍ଧାନୀ କୁକୁରଙ୍କୁ ସିଆର୍‌ପିଏଫ୍‌, ସୌରାଷ୍ଟ୍ର ସୀମା ବଳ, ଆଟିବିପିରୁ ବଛାଯାଇଛି। ପୁଣି ଏନ୍‌ଏସ୍‌ଜି ଓ ଆସାମ ରାଇଫଲର ମିଳିତ କମାଣ୍ଡୋ ବାହିନୀ ପ୍ୟାରିସ୍ ଅଲିମ୍ପିକ୍‌ସର ସୁରକ୍ଷା ଦାୟିତ୍ବରେ ରହିବେ। ସନ୍ଧାନୀ କୁକୁର ଓ କମାଣ୍ଡୋ ଦଳର ନାମ ରଖାଯାଇଛି କେ୯।

ପ୍ୟାରିସ୍ ଯିବା ପୂର୍ବରୁ ସନ୍ଧାନୀ କୁକୁର ଓ କମାଣ୍ଡୋ ଦଳ ଭାରତରେ ୧୦ ଦିନ ପାଇଁ ସ୍ବତନ୍ତ୍ର ତାଲିମ ପାଇଛନ୍ତି। ଫ୍ରାନ୍‌ସ ସରକାରଙ୍କ ଅନୁରୋଧରେ କେ୯ ଦଳକୁ ପ୍ୟାରିସ୍ ପଠାଯାଇଛି। ଏମାନେ ସ୍ବତନ୍ତ୍ର ସ୍ଥାନରେ ମୁତୟନ ରହିବେ ଏବଂ ଅଲିମ୍ପିକ୍‌ସ ବେଳେ ସମ୍ଭାବ୍ୟ ଆକ୍ରମଣକୁ ପଣ୍ଡ କରିବା ଦାୟିତ୍ବରେ ରହିବେ। ପ୍ରଥମଥର ପାଇଁ ଭାରତୀୟ ସନ୍ଧାନୀ କୁକୁର ଓ କମାଣ୍ଡୋ ଦଳ ଏକ ଅଲିମ୍ପିକ୍‌ସରେ ନିରାପତ୍ତା ଦାୟିତ୍ବରେ ରହିବାକୁ ଯାଉଛନ୍ତି। ସନ୍ଧାନୀ କୁକୁର ଦଳ ପ୍ରତିଯୋଗିତା ସ୍ଥଳ ଓ କ୍ରୀଡ଼ାଗ୍ରାମରେ ସନ୍ଦେହଜନକ ବସ୍ତୁକୁ ଘ୍ରାଣଶକ୍ତି ଦ୍ବାରା ଖୋଜିବାରେ ସହାୟତା କରିବେ। ଏହି ୧୦ଟି ସନ୍ଧାନୀ କୁକୁର ବୋମା, ବିସ୍ଫୋରକ ଦ୍ରବ୍ୟ ଓ ଆଇଇଡିକୁ ଖୋଜିବା​ରେ ଅଭ୍ୟସ୍ତ। ସନ୍ଧାନୀ କୁକୁରଙ୍କ ସତ୍ତ୍ବାଧିକାରୀ ଫରାସୀ ଭାଷା ଶିଖିବାରେ ମଧ୍ୟ ତାଲିମ ନେଇଛନ୍ତି। ଭାରତୀୟ ସନ୍ଧାନୀ କୁକୁର ଓ କମାଣ୍ଡୋ ଦଳ ପ୍ୟାରିସ ପୁଲିସ ଓ ନିରାପତ୍ତା ସଂସ୍ଥାଙ୍କ ନିର୍ଦେଶରେ କାମକରିବେ।