ଅଲିମ୍ପିକ୍ସରେ ଭିନେଶ ଫୋଗଟଙ୍କ ବିଜୟରେ ଭାରତ ଗର୍ବିତ...କଙ୍ଗନା କଲେ ପରିହାସ

ଅଲିମ୍ପିକ୍ସରେ ଭିନେଶ ଫୋଗଟଙ୍କ ବିଜୟକୁ ନେଇ ସମସ୍ତେ ଅଭିନନ୍ଦନ ଜଣାଇଛନ୍ତି। ଅଭିନେତ୍ରୀ ତଥା ସାଂସଦ କଙ୍ଗନା ରାଣାୱତ ମଧ୍ୟ ଭିନେଶଙ୍କ ବିଜୟରେ ଖୁସି ଅଛନ୍ତି ସତ କିନ୍ତୁ ସେ ତାଙ୍କର ଏକ ପୋଷ୍ଟରେ ତାଙ୍କୁ ପରିହାସ କରିଛନ୍ତି।

ଅଲିମ୍ପିକ୍ସରେ ଭିନେଶ ଫୋଗଟଙ୍କ ବିଜୟରେ ଭାରତ ଗର୍ବିତ...କଙ୍ଗନା କଲେ ପରିହାସ

ପ୍ୟାରିସ୍ ୨୦୨୪ ଅଲିମ୍ପିକ୍ସରେ ମହିଳା କୁସ୍ତିରେ ୫୦ କିଲୋଗ୍ରାମ ବର୍ଗ ସେମିଫାଇନାଲରେ ଭିନେଶ ଫୋଗାଟଙ୍କ ଐତିହାସିକ ବିଜୟ ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରିଛି। କ୍ୟୁବାର ୟୁସ୍ନେଲିସ୍ ଗୁଜ୍‌ମେନ୍ ଲୋପେଜଙ୍କୁ ପରାସ୍ତ କରି ଭିନେସ୍‌ ଫାଇନାଲ୍ ରାଉଣ୍ଡକୁ ଯାଇଥିଲେ।

ସମସ୍ତେ ତାଙ୍କ ବିଜୟ ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଅଭିନେତ୍ରୀ ତଥା ସାଂସଦ କଙ୍ଗନା ରାଣାୱତ ମଧ୍ୟ ଭିନେଶଙ୍କ ବିଜୟରେ ଖୁସି ଅଛନ୍ତି ସତ କିନ୍ତୁ ସେ ତାଙ୍କର ଏକ ପୋଷ୍ଟରେ ତାଙ୍କୁ ପରିହାସ କରିଛନ୍ତି।

ଅଧିକ ପଢ଼ନ୍ତୁ: Paris Olympics 2024: ବିରଳ ରେକର୍ଡ: ଆଖି ପଲକରେ ସ୍ବର୍ଣ୍ଣ ପଦକ ଜିତିଲେ ଲାଇଲ୍ସ !

ମଙ୍ଗଳବାର ଦିନ ୫୦ କିଲୋଗ୍ରାମ ରେସଲିଂ ବର୍ଗରେ ବ୍ୟାକ୍-ଟୁ-ବ୍ୟାକ୍ ଜିତି ଭିନେଶ ରୌପ୍ୟ ପଦକ ହାସଲ କରିଛନ୍ତି ଏବଂ ବର୍ତ୍ତମାନ ଫାଇନାଲ୍ ଜିତି ସ୍ୱର୍ଣ୍ଣ ଜିତିବାର ସୁଯୋଗ ପାଇଛନ୍ତି। ସେ କ୍ୟୁବା ରେସ୍‌ଲ୍‌ର ୟୁସ୍ନେଲିସ୍ ଗୁଜମେନ୍‌ ଲୋପେଜ୍‌ଙ୍କୁ ୫-୦ରେ ପରାଜୟ ଦେଇ ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହି ବିଜୟ ପରେ କଙ୍ଗନା ଯେଉଁ ପୋଷ୍ଟ କରିଛନ୍ତି ତାହା ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି।

Kangana ranaut take a dig to vinesh phogat historic win at olympics 2024
ବ୍ୟାକ୍-ଟୁ-ବ୍ୟାକ୍ ଜିତି ଭିନେଶ ରୌପ୍ୟ ପଦକ ହାସଲ କରିଛନ୍ତି

ଅଧିକ ପଢନ୍ତୁ : କ୍ରୀଡାର ବଡ଼ ମଞ୍ଚରେ ବିରଳ ଦୃଶ୍ୟ; ୭ ମାସର ଗର୍ଭବତୀ ଖେଳିଲେ ଅଲିମ୍ପିକ୍ସ

କ’ଣ କହିଲେ କଙ୍ଗନା:

ଭିନେଶଙ୍କ ଏହି ବିଜୟରେ କଙ୍ଗନା ବହୁତ ଖୁସି ଥିଲେ ମଧ୍ୟ ସେ ଭିନେଶଙ୍କ ସମେତେ ସେହି ରେସ୍‌ଲର୍‌ମାନଙ୍କୁ ଆଇନା ଦେଖାଇବାକୁ ଚେଷ୍ଟା କରିଛନ୍ତି, ଯେଉଁମାନେ ପୂର୍ବ ବର୍ଷ ଜନ୍ତର ମନ୍ତରରେ ବସି ମୋଦି ସରକାରଙ୍କ ବିରୋଧରେ ବିରୋଧ କରୁଥିଲେ।

Kangana ranaut take a dig to vinesh phogat historic win at olympics 2024ଭିନେଶ୍ ଫୋଗଟ୍‌ଙ୍କୁ କଙ୍ଗନାଙ୍କ ପରିହାସ

କଙ୍ଗନା ରାଣାୱତ ଲେଖିଛନ୍ତି, “ଭାରତର ପ୍ରଥମ ସ୍ୱର୍ଣ୍ଣ ପଦକ ପାଇଁ ଆଙ୍ଗୁଠି ବଢାଯାଇଛି। ଭିନେଶ ଏକଦା ବିକ୍ଷୋଭରେ ଅଂଶଗ୍ରହଣ କରିଥିଲେ, ଯେଉଁଥିରେ 'ମୋଦୀ ବିରୋଧୀ ସ୍ଲୋଗାନ ଦେବା ପରେ ମଧ୍ୟ ତାଙ୍କୁ ଦେଶର ପ୍ରତିନିଧିତ୍ୱ କରିବା ପାଇଁ ସର୍ବୋତ୍ତମ ତାଲିମ, ପ୍ରଶିକ୍ଷକ ଏବଂ ସୁବିଧା ପାଇବାକୁ ସୁଯୋଗ ଦିଆଯାଇଥିଲା। ଏହା ହେଉଛି ଗଣତନ୍ତ୍ର ଏବଂ ଜଣେ ମହାନ ନେତାଙ୍କ ସୌନ୍ଦର୍ଯ୍ୟ।”

କଙ୍ଗନାଙ୍କୁ ବିରୋଧ:

ସୋସିଆଲ ମିଡିଆରେ କଙ୍ଗନା ରାଣାୱତଙ୍କ ଏହି ପୋଷ୍ଟରେ ମିଶ୍ରିତ ପ୍ରତିକ୍ରିୟା ଆସୁଛି। ଅନେକ ଲୋକ ତାଙ୍କ ମତକୁ ସମର୍ଥନ କରୁଥିବାବେଳେ ଅନେକ ଲୋକ ମଧ୍ୟ କ୍ରୋଧିତ ହେଉଛନ୍ତି।

ବିରୋଧ ପ୍ରଦର୍ଶନ ପାଇଁ ଚର୍ଚ୍ଚାରେ ଥିଲେ:

Kangana ranaut take a dig to vinesh phogat historic win at olympics 2024
ବ୍ରିଜ୍‌ ଭୂଷଣ ସିଂହ ଶରଣଙ୍କ ଉପରେ ଯୌନ ଦୁର୍ବ୍ୟବହାରର ଅଭିଯୋଗରେ ବିରୋଧ

ପ୍ରକାଶଥାଉ ଯେ ୨୯ ବର୍ଷୀୟ ରେସ୍‌ଲର୍‌ ଭିନେଶ ଫୋଗଟ ଗତ ବର୍ଷ ଭାରତୀୟ ରେସଲିଂ ଫେଡେରେଶନର ମୁଖ୍ୟ ବ୍ରିଜ୍‌ ଭୂଷଣ ସିଂହ ଶରଣଙ୍କ ଉପରେ ଯୌନ ଦୁର୍ବ୍ୟବହାରର ଅଭିଯୋଗ ଆଣିଥିଲେ। ଏହା ପରେ, ସେ ତାଙ୍କ ବିରୋଧରେ ବିରୋଧର ନେତୃତ୍ୱ ନେଇ ଦୀର୍ଘ ଦିନ ଧରି କୁସ୍ତିରୁ ଦୂରେଇ ରହିଥିଲେ।