ଅଲିମ୍ପିକ୍ସରେ ରେକର୍ଡ କଲେ ବଲରାଜ ପନୱର

ସି/ଡି ସେମି ଫାଇନାଲ ଅର୍ଥ ସେ ପଦକ ପାଇଁ ଲଢ଼େଇ କରିପାରିବେ ନାହିଁ।

ଅଲିମ୍ପିକ୍ସରେ ରେକର୍ଡ କଲେ ବଲରାଜ ପନୱର

ପ୍ୟାରିସ ଅଲିମ୍ପିକ୍ସରେ ରେକର୍ଡ କରିଛନ୍ତି ଭାରତର ବଲରାଜ ପନୱାର ରୋଇଂର ସ୍କୁଲ୍ସ ବ୍ୟକ୍ତିଗତ ଇଭେଣ୍ଟରେ ସେ ଏକମାତ୍ର ଭାରତୀୟ ଭାବେ ଭାଗ ନେଇଥିଲେ। ଏବେ ସେ ଏହି ପ୍ରତିଯୋଗିତାର ସି/ଡି ସେମିଫାଇନାଲରେ ପ୍ରବେଶ କରିଛନ୍ତି। ତାଙ୍କୁ ପୂର୍ବରୁ କୌଣସି ଭାରତୀୟ ଅଲିମ୍ପିକ୍ସର ସ୍କୁଲ୍ସ ଇଭେଣ୍ଟରେ କେବେ ହେଲେ ଏପରି କୀର୍ତ୍ତିମାନ ହାସଲ କରି ପାରି ନଥିଲେ।

ସି/ଡି ସେମି ଫାଇନାଲ ଅର୍ଥ ସେ ପଦକ ପାଇଁ ଲଢ଼େଇ କରିପାରିବେ ନାହିଁ। ୧୩ରୁ ୨୪ତମ ସ୍ଥାନ ପାଇଁ ପ୍ରତିଯୋଗିତା କରିବେ। କାରଣ ୪ଟି ହିଟ୍‌ର ଶ୍ରେଷ୍ଠ ୩ ଜଣ ଲେଖାଏ ଖେଳାଳି ସେମି ଫାଇନାଲ ରାଉଣ୍ଡରେ ପ୍ରବେଶ କରିଛନ୍ତି। ବାକି ୪ ଓ ୫ ସ୍ଥାନରେ ହିଟ୍‌ ଶେଷ କରୁଥିବା ଖେଳାଳି ସି/ଡି ସେମି ଫାଇନାଲକୁ ଯାଇଛନ୍ତି।   

ଆଜି କ୍ୱାର୍ଟର ଫାଇନାଲର ହିଟ ୪ରେ ବଲରାଜ ରହିଥିଲେ। ସେ ୨୦୦୦ ମିଟର ଦୂରତାକୁ ୭.୦୫.୧୦ ସମୟରେ ଶେଷ କରି ୫ମ ସ୍ଥାନରେ ରହିଥିଲେ। କିନ୍ତୁ ସମସ୍ତ ହିଟ୍‌ ପରେ ସର୍ବଶ୍ରେଷ୍ଠ ସମୟ ଅନୁସାରେ ବଲରାଜ ସି/ଡି ସେମି ଫାଇନାଲରେ ପ୍ରବେଶ କରିଛନ୍ତି।

ସେ ପ୍ରଥମ ୫୦୦ ମିଟରକୁ ୧.୪୨.୨୮ ମିନିଟ, ୧୦୦୦ ମିଟରକୁ ୩.୨୯.୩୪ ମିନିଟ, ୧୫ ଶହ ମିଟରକୁ ୫.୧୭.୨୨ ମିନଟ ଓ ୨୦୦୦ ମିଟରକୁ ମୋଟ ୭.୦୫.୧୦ ମିନିଟ ସମୟରେ ଶେଷ କରିଥିଲେ।

ସେ ତାଙ୍କ ହିଟ୍‌ରେ ୫ମ ସ୍ଥାନରେ ରହିଥିଲେ ହେଁ ବେଷ୍ଟ ସମୟ ଆଧାରରେ ସେ ସି/ଡିସେମିରେ ପ୍ରବେଶ କରିଛନ୍ତି।