ଅଲୋଡ଼ା ହେଲା ଶିଶୁ କନ୍ୟା: ପ୍ରସବ ପରେ ତେଲଟାଙ୍କି ନିକଟରେ ଫିଙ୍ଗିଦେଲେ ମା’
ଚାନ୍ଦବାଲି,୧୬।୧(ଅଶୋକ କୁମାର ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଧାମରା ତେଲ ଟାଙ୍କି ନିକଟରୁ ଏକ ନବଜାତ ଶିଶୁକନ୍ୟାଙ୍କୁ ଉଦ୍ଧାର କରାଯାଇଛି । ସୋମବାର ରାତିରେ ସାମାଜିକ କର୍ମୀ ସୁମନ୍ତ ମହାନ୍ତି କାର୍ଯ୍ୟସାରି ଫେରୁଥିବା ସମୟରେ ଛୋଟପିଲା କାନ୍ଦ ଶୁଣି ସେ ସେଠାରେ ଅଟକିଥିଲେ। ପରେ ସମ୍ପୃକ୍ତ କନ୍ୟାଙ୍କୁ ଉଦ୍ଧାର କରି ଧାମରା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚାଇଥିଲେ। ସେଠାରେ କାର୍ଯ୍ୟରତ ଡାକ୍ତର ଜନ୍ମେଞ୍ଜୟ ବେହେରା କନ୍ୟା ସନ୍ତାନଙ୍କ ପ୍ରାଥମିକ ଚିକିତ୍ସା କରାଇ ଆମ୍ବୁଲାନ୍ସ ଯୋଗେ ଭଦ୍ରକ […] The post ଅଲୋଡ଼ା ହେଲା ଶିଶୁ କନ୍ୟା: ପ୍ରସବ ପରେ ତେଲଟାଙ୍କି ନିକଟରେ ଫିଙ୍ଗିଦେଲେ ମା’ appeared first on Dharitri Odia News.
ଚାନ୍ଦବାଲି,୧୬।୧(ଅଶୋକ କୁମାର ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଧାମରା ତେଲ ଟାଙ୍କି ନିକଟରୁ ଏକ ନବଜାତ ଶିଶୁକନ୍ୟାଙ୍କୁ ଉଦ୍ଧାର କରାଯାଇଛି । ସୋମବାର ରାତିରେ ସାମାଜିକ କର୍ମୀ ସୁମନ୍ତ ମହାନ୍ତି କାର୍ଯ୍ୟସାରି ଫେରୁଥିବା ସମୟରେ ଛୋଟପିଲା କାନ୍ଦ ଶୁଣି ସେ ସେଠାରେ ଅଟକିଥିଲେ। ପରେ ସମ୍ପୃକ୍ତ କନ୍ୟାଙ୍କୁ ଉଦ୍ଧାର କରି ଧାମରା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚାଇଥିଲେ। ସେଠାରେ କାର୍ଯ୍ୟରତ ଡାକ୍ତର ଜନ୍ମେଞ୍ଜୟ ବେହେରା କନ୍ୟା ସନ୍ତାନଙ୍କ ପ୍ରାଥମିକ ଚିକିତ୍ସା କରାଇ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ଜିଲା ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇ ଥିଲେ। ସମ୍ପୃକ୍ତ କନ୍ୟା ସନ୍ତାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିରଅଛି ବୋଲି ସେ କହିଥିଲେ। ତେବେ ଜଣେ ମା’ ପ୍ରସବ ପରେ ଧାମରା ରାସ୍ତା ପାଖରେ ଥିବା ତେଲ ଟାଙ୍କି ନିକଟରେ ଶିଶୁ କନ୍ୟାଙ୍କୁ ଫିଙ୍ଗି ଦେଇଥିବା ଚର୍ଚ୍ଚା ହେଉଛି।
The post ଅଲୋଡ଼ା ହେଲା ଶିଶୁ କନ୍ୟା: ପ୍ରସବ ପରେ ତେଲଟାଙ୍କି ନିକଟରେ ଫିଙ୍ଗିଦେଲେ ମା’ appeared first on Dharitri Odia News.