ଅଲୋଡା କହି ଫିଙ୍ଗିଦେଲେ ବାପା-ମାଆ, ଆପଣାଇ ନୂଆ ଜୀବନ ଦେଲେ ହସ୍ପିଟାଲ କର୍ମଚାରୀ

ଉତ୍ତରପ୍ରଦେଶ ୦୨/୧୧:  ଅଲୋଡା କରି ନବଜାତକକୁ ପୋଲ ତଳକୁ ଫିଙ୍ଗିଦେଇଥିଲେ ବାପା-ମାଆ । ଉଦ୍ଧାର କରି ନୂଆ ଜୀବନ ଦେଲେ ହସ୍‌ପିଟାଲ କର୍ମଚାରୀ । କଅଁଳ ଶିଶୁଟି ମୃତ୍ୟୁକୁ ଜିତି ବିଜୟୀ ହୋଇପାରିଛି । ଗଛ ଡାଳରେ ଝୁଲି, ପଶୁପକ୍ଷୀଙ୍କ କାମୁଡାର ଶିକାର ହୋଇ ମଧ୍ୟ ସେ ସୁସ୍ଥ ହୋଇ କଳିଯୁଗର କୃଷ୍ଣ ଆଖ୍ୟା ପାଇଛି । ଉତ୍ତରପ୍ରଦେଶ ହମିରପୁରର ଏହି ଘଟଣା ଆପଣଙ୍କୁ ଯେତିକି ବିଚଳିତ କରିବ ସେତିକି ପ୍ରେରଣା ବି ଯୋଗାଇବ । ପ୍ରକୃତରେ ଭଗବାନ ଚାହିଁଲେ ସବୁ ସମ୍ଭବ । ଏକଥାକୁ ପ୍ରମାଣିତ କରିଦେଇଛି ଏ କୁନି ଶିଶୁଟି । ଅଗଷ୍ଟ ୨୬ ଜନ୍ମାଷ୍ଟମୀରେ ହମିରପୁରର ଏକ ବ୍ରିଜ ତଳୁ ନବଜାତ ଶିଶୁଟିକୁ ଉଦ୍ଧାର କରାଯାଇଥିଲା। କେହି ବ୍ରିଜରୁ ଫିଙ୍ଗି ଦେବା ପରେ ଶିଶୁଟି ଗଛ ଡାଳରେ ଝୁଲି ରହିଥିଲା। ଗଛରେ ଲାଖିଯିବା ପରେ ଦେହରେ ୫୦ରୁ ଅଧିକ ଆଘାତ ଲାଗିଥିଲା। ଗୁରୁତର ଅବସ୍ଥାରେ ତାକୁ କାନପୁରର ଲାଲା ଲଜପତ ରାୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଦୀର୍ଘ ଦୁଇମାସ ଚିକିତ୍ସା ପରେ ପିଲାଟି ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଛି। ଜନମାଷ୍ଟମୀ ଉତ୍ସବରେ ସେ ମିଳିଥିବାରୁ ଡାକ୍ତରଖାନାର କର୍ମଚାରୀମାନେ ଶିଶୁର ନାଁ କୃଷ୍ଣ ରଖିଥିଲେ।ହସ୍‌ପିଟାଲ ପକ୍ଷରୁ କୁହାଯାଇଛି ପିଲାଟି ଗଛରେ ଲାଖିଥିବାରୁ ସୌଭାଗ୍ୟବଶତଃ ବଞ୍ଚିଯାଇଥିଲା। ଏହାପରେ ତାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପିଠିରେ ଗଭୀର ଚୋଟ ଲାଗିଥିଲା। କାଉ ଓ ଅନ୍ୟ ପଶୁ ଆକ୍ରମଣ ବି କରିଥିଲେ। ହେ

ଅଲୋଡା କହି ଫିଙ୍ଗିଦେଲେ ବାପା-ମାଆ, ଆପଣାଇ ନୂଆ ଜୀବନ ଦେଲେ ହସ୍ପିଟାଲ କର୍ମଚାରୀ

ଉତ୍ତରପ୍ରଦେଶ ୦୨/୧୧:  ଅଲୋଡା କରି ନବଜାତକକୁ ପୋଲ ତଳକୁ ଫିଙ୍ଗିଦେଇଥିଲେ ବାପା-ମାଆ । ଉଦ୍ଧାର କରି ନୂଆ ଜୀବନ ଦେଲେ ହସ୍‌ପିଟାଲ କର୍ମଚାରୀ । କଅଁଳ ଶିଶୁଟି ମୃତ୍ୟୁକୁ ଜିତି ବିଜୟୀ ହୋଇପାରିଛି । ଗଛ ଡାଳରେ ଝୁଲି, ପଶୁପକ୍ଷୀଙ୍କ କାମୁଡାର ଶିକାର ହୋଇ ମଧ୍ୟ ସେ ସୁସ୍ଥ ହୋଇ କଳିଯୁଗର କୃଷ୍ଣ ଆଖ୍ୟା ପାଇଛି । ଉତ୍ତରପ୍ରଦେଶ ହମିରପୁରର ଏହି ଘଟଣା ଆପଣଙ୍କୁ ଯେତିକି ବିଚଳିତ କରିବ ସେତିକି ପ୍ରେରଣା ବି ଯୋଗାଇବ । ପ୍ରକୃତରେ ଭଗବାନ ଚାହିଁଲେ ସବୁ ସମ୍ଭବ । ଏକଥାକୁ ପ୍ରମାଣିତ କରିଦେଇଛି ଏ କୁନି ଶିଶୁଟି । 

ଅଗଷ୍ଟ ୨୬ ଜନ୍ମାଷ୍ଟମୀରେ ହମିରପୁରର ଏକ ବ୍ରିଜ ତଳୁ ନବଜାତ ଶିଶୁଟିକୁ ଉଦ୍ଧାର କରାଯାଇଥିଲା। କେହି ବ୍ରିଜରୁ ଫିଙ୍ଗି ଦେବା ପରେ ଶିଶୁଟି ଗଛ ଡାଳରେ ଝୁଲି ରହିଥିଲା। ଗଛରେ ଲାଖିଯିବା ପରେ ଦେହରେ ୫୦ରୁ ଅଧିକ ଆଘାତ ଲାଗିଥିଲା। ଗୁରୁତର ଅବସ୍ଥାରେ ତାକୁ କାନପୁରର ଲାଲା ଲଜପତ ରାୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଦୀର୍ଘ ଦୁଇମାସ ଚିକିତ୍ସା ପରେ ପିଲାଟି ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଛି। ଜନମାଷ୍ଟମୀ ଉତ୍ସବରେ ସେ ମିଳିଥିବାରୁ ଡାକ୍ତରଖାନାର କର୍ମଚାରୀମାନେ ଶିଶୁର ନାଁ କୃଷ୍ଣ ରଖିଥିଲେ।

ହସ୍‌ପିଟାଲ ପକ୍ଷରୁ କୁହାଯାଇଛି ପିଲାଟି ଗଛରେ ଲାଖିଥିବାରୁ ସୌଭାଗ୍ୟବଶତଃ ବଞ୍ଚିଯାଇଥିଲା। ଏହାପରେ ତାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପିଠିରେ ଗଭୀର ଚୋଟ ଲାଗିଥିଲା। କାଉ ଓ ଅନ୍ୟ ପଶୁ ଆକ୍ରମଣ ବି କରିଥିଲେ। ହେଲେ ଡାକ୍ତରଖାନା କର୍ମଚାରୀମାନେ ତାର ଯତ୍ନ ନେଉଥିଲେ, ନାନାବାୟା ଗୀତ ଗାଇ ତାକୁ ଶୁଆଇ ଦେଉଥିଲେ ।

ପ୍ରାୟ ଛଅ ସପ୍ତାହ ଚିକିତ୍ସା ପରେ କୃଷ୍ଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଛି। ଅକ୍ଟୋବର ୨୫ରେ କୃଷ୍ଣକୁ ରାଠ ପୋଲିସ ଏବଂ ଶିଶୁ କଲ୍ୟାଣ କମିଟିର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଥିଲା। ଯିଏ ଏହି ଘଟଣା ଶୁଣୁଛି କହୁଛି ଜଣେ ବ୍ୟକ୍ତି କେମିତି ଏତେ ନିଷ୍ଠୁର ହୋଇପାରେ? ଶିଶୁର ଅବସ୍ଥା ଦେଖି ଆମ ହୃଦୟ ଥରି ଉଠିଥିଲା। ଯଦି ବାପା-ମାଆ ପିଲାଟିକୁ ବାପା ମା ରଖିବାକୁ ଚାହୁଁନାହାନ୍ତି ତାକୁ ସୁରକ୍ଷିତ ସ୍ଥାନରେ ଛାଡିଦେବା ଦରକାର । ଏହାଦ୍ବାରା ସେମାନଙ୍କ ଜୀବନ ବଞ୍ଚିଯିବ ।