ଅଲ୍ ଇଣ୍ଡିଆ କଂଗ୍ରେସ କମିଟିରୁ କହୁଛି, ତାପରେ…
ମାଥିଲି,୧୪ା୧(ସୁବାସ ଚନ୍ଦ୍ର ଖୁଡୁପିଆ): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳିର କେତେକ ଆଶାଇ କର୍ମୀ ସାଇବର ଠକଙ୍କ ଶିକାର ହୋଇଥିବା ଜଣାପଡିଛି। ଶନିବାର କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ରଙ୍କୁ ଅଲ୍ ଇଣ୍ଡିଆ କଂଗ୍ରେସ କମିଟିରୁ କହୁଛି ବୋଲି ଫୋନ ଆସିଥିଲା। ମାଲକାନଗିରି ଜିଲାରେ କେତେଜଣ ଆଶାୟୀ ଅଛନ୍ତି ବୋଲି ତାଙ୍କ ନାମ ଓ ଫୋନ ନମ୍ବର ମାଗିଥିଲେ। ପାତ୍ର ଠକଙ୍କୁ ସମସ୍ତ ଆଶାୟୀଙ୍କ ନମ୍ବର ଓ ଠିକଣା ଦେଇଥିଲେ। ପାତ୍ର ଆଶାୟୀମାନଙ୍କୁ କହିଥିଲେ କେନ୍ଦ୍ରରୁ ଫୋନ ଆସିବ, […] The post ଅଲ୍ ଇଣ୍ଡିଆ କଂଗ୍ରେସ କମିଟିରୁ କହୁଛି, ତାପରେ… appeared first on Dharitri Odia News.
ମାଥିଲି,୧୪ା୧(ସୁବାସ ଚନ୍ଦ୍ର ଖୁଡୁପିଆ): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳିର କେତେକ ଆଶାଇ କର୍ମୀ ସାଇବର ଠକଙ୍କ ଶିକାର ହୋଇଥିବା ଜଣାପଡିଛି।
ଶନିବାର କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ରଙ୍କୁ ଅଲ୍ ଇଣ୍ଡିଆ କଂଗ୍ରେସ କମିଟିରୁ କହୁଛି ବୋଲି ଫୋନ ଆସିଥିଲା। ମାଲକାନଗିରି ଜିଲାରେ କେତେଜଣ ଆଶାୟୀ ଅଛନ୍ତି ବୋଲି ତାଙ୍କ ନାମ ଓ ଫୋନ ନମ୍ବର ମାଗିଥିଲେ। ପାତ୍ର ଠକଙ୍କୁ ସମସ୍ତ ଆଶାୟୀଙ୍କ ନମ୍ବର ଓ ଠିକଣା ଦେଇଥିଲେ। ପାତ୍ର ଆଶାୟୀମାନଙ୍କୁ କହିଥିଲେ କେନ୍ଦ୍ରରୁ ଫୋନ ଆସିବ, ତମେମାନେ ସଜାଗ ଥିବ। ଏହା ଶୁଣି ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ ଯେତିକି ଆଶାୟୀ ଅଛନ୍ତି ସମସ୍ତେ ରାତି ସାରା ନ ଶୋଇ ଚେଇଁ ରହିଥିଲା ବେଳେ ଠକଙ୍କ ଫୋନ ଆସିଥିଲା। ଆଶାୟୀଙ୍କ ସହିତ କଥା ହେଲା ପରେ ଆଶାୟୀମାନେ ରାତିରେ ସାଇବର ଠକଙ୍କୁ ପଇସା ପଠାଇ ଥିବା ବିଶେଷ ସୂତ୍ରରୁ ଜଣାପଡିଛି l
ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ଆଶାୟୀମାନେ ଠକାମିର ଶିକାର ହୋଇଥିବା ମାଥିଲି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ତେବେ କେମିତି ନ ଜାଣି ସାଇବର ଠକଙ୍କ ଆକାଉଣ୍ଟକୁ ପଇସା ପଠେଇଲେ ବୋଲି ଆଲୋଚନା ଜୋର ଧରିଛି।
ସୂଚନା ଅନୁଯାୟୀ, ମାଥିଲି ବ୍ଲକର ଆଶାୟୀ ପାର୍ଥୀ ଶରତ ଚନ୍ଦ୍ର ବୁରୁଦାଙ୍କୁ ଫୋନ ଆସିଥିବା ସେ ଗଣମାଧ୍ୟମକୁ କହିଛନ୍ତି। ବୁରୁଦାଙ୍କୁ ସଭାପତି ଜଣେଇ ଥିଲେ ଯେ, କେନ୍ଦ୍ରରୁ ଫୋନ ଆସିବ ଆପଣ ସଜାଗ ରହିବେ, କିନ୍ତୁ ବୁରୁଦା ରାତିରେ ଚେଇଁ ରହିଥିଲେ। ଫୋନ ଆସିବା ପରେ ସାଇବର ଠକଙ୍କ କଥାଶୁଣି ବୁରୁଦା ଜାଣି ପାରିଲେ ଯେ, ଏମାନେ ଠକ ବୋଲି। ଯେହେତୁ ସେ ଜଣେ ପୂର୍ବତନ ପୋଲସ ଅଫିସର, ତେଣୁ ସେ ସାଇବର ଠକାମୀର ଶିକାର ହେବା ଜାଣି ପାରିଥିଲେ।
The post ଅଲ୍ ଇଣ୍ଡିଆ କଂଗ୍ରେସ କମିଟିରୁ କହୁଛି, ତାପରେ… appeared first on Dharitri Odia News.