‘ଅଲ୍ ନ୍ୟୁ ମାରୁତି ଡିଜାୟର’ର ଅନାବରଣ
ନୂଆଦିଲ୍ଲୀ,୧୨।୧୧: ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍ (ଏମ୍ଏସ୍ଆଇଏଲ)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଲ୍ ନ୍ୟୁ ମାରୁତି ଡିଜାୟର’ର ଆନୁଷ୍ଠାନିକ ଅନାବରଣ ସୋମବାର ସର୍ବଭାରତୀୟସ୍ତରରେ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ଅଲ ନ୍ୟୁ ମାରୁତି ଡିଜାୟରରେ ସମସ୍ତ ପ୍ରକାରର ସୁରକ୍ଷା ବ୍ୟବସ୍ଥା ସାଙ୍ଗକୁ ଲମ୍ବ ଓ ପ୍ରସ୍ତ ପୂର୍ବପେକ୍ଷା ଯଥେଷ୍ଟ ଅଧିକ ରହିଛି। ଏପରିକି ଏଥିରେ ଅନେକ ପ୍ରକାରର ଅତ୍ୟାଧୁନିକ ବୈଶିଷ୍ଟ୍ୟ ସାଙ୍ଗକୁ ପେଟ୍ରୋଲ, ଡିଜେଲ ଓ ସିଏନ୍ଜି ସକ୍ଷମ ଇଞ୍ଜନ ମଧ୍ୟ ଅନ୍ତର୍ଭୁକ୍ତ ରହିଛି। ସେହିଭଳି […] The post ‘ଅଲ୍ ନ୍ୟୁ ମାରୁତି ଡିଜାୟର’ର ଅନାବରଣ appeared first on Dharitri Odia News.
ନୂଆଦିଲ୍ଲୀ,୧୨।୧୧: ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍ (ଏମ୍ଏସ୍ଆଇଏଲ)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଲ୍ ନ୍ୟୁ ମାରୁତି ଡିଜାୟର’ର ଆନୁଷ୍ଠାନିକ ଅନାବରଣ ସୋମବାର ସର୍ବଭାରତୀୟସ୍ତରରେ ହୋଇଯାଇଛି।
ଉଲ୍ଲେଖଯୋଗ୍ୟ, ଅଲ ନ୍ୟୁ ମାରୁତି ଡିଜାୟରରେ ସମସ୍ତ ପ୍ରକାରର ସୁରକ୍ଷା ବ୍ୟବସ୍ଥା ସାଙ୍ଗକୁ ଲମ୍ବ ଓ ପ୍ରସ୍ତ ପୂର୍ବପେକ୍ଷା ଯଥେଷ୍ଟ ଅଧିକ ରହିଛି। ଏପରିକି ଏଥିରେ ଅନେକ ପ୍ରକାରର ଅତ୍ୟାଧୁନିକ ବୈଶିଷ୍ଟ୍ୟ ସାଙ୍ଗକୁ ପେଟ୍ରୋଲ, ଡିଜେଲ ଓ ସିଏନ୍ଜି ସକ୍ଷମ ଇଞ୍ଜନ ମଧ୍ୟ ଅନ୍ତର୍ଭୁକ୍ତ ରହିଛି।
ସେହିଭଳି ମାରୁତି ସୁଜୁକିର ପୂର୍ବ ଡିଜାୟର ମଡେଲ ତୁଳନାରେ ଏହା ଅନେକ ମାତ୍ରାରେ ପରିବର୍ତ୍ତନ ସହ ୪ର୍ଥ ପିଢ଼ିର ଅତ୍ୟାଧୁନିକ ମଡେଲ ବୋଲି କମ୍ପାନୀ ପକ୍ଷରୁ ବିସ୍ତୃତ ଭାବେ ଆଲୋକପାତ କରାଯାଇଛି। ସେହିପରି ସବୁବର୍ଗର ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିବା ସହ
ସ୍ବଳ୍ପମୂଲ୍ୟ(ଏକ୍ସ ଶୋ’ରୁମ୍ ମୂଲ୍ୟ) ୭ରୁ ୧୧ ଲକ୍ଷ ମଧ୍ୟରେ ଉପଲବ୍ଧ। ଅପରପକ୍ଷରେ ଏହି ନୂତନ ମଡେଲ୍ ଘରୋଇ ଅଟୋ ବଜାରରେ ବୈପ୍ଳବିକ ପରିବର୍ତ୍ତନ ସାଙ୍ଗକୁ ଏହାର ସୁଇଫି୍ଟ ମଡେଲ୍ ଭଳି ନୂଆ ମାଇଲଖୁଣ୍ଟ ହାସଲ କରିବ। ଅଲ ନ୍ୟୁ ମାରୁତି ଡିଜାୟର ୪ଟି ମନଲୋଭା ଭାରିଆଣ୍ଟ ସାଙ୍ଗକୁ ୭ଟି ଆକର୍ଷଣୀୟ କଲର(ରଙ୍ଗ)ରେ ଉପଲବ୍ଧ। ଏହାର ଏକ୍ସ ଶୋ’ରୁମ୍ ମୂଲ୍ୟ ୬.୭୯ ଲକ୍ଷରୁ ୧୦.୧୪ ଲକ୍ଷ ଟଙ୍କା ରହିଛି।
The post ‘ଅଲ୍ ନ୍ୟୁ ମାରୁତି ଡିଜାୟର’ର ଅନାବରଣ appeared first on Dharitri Odia News.