ଅଲ୍ଟମ୍ୟାନ୍ଙ୍କୁ କୋର୍ଟକୁ ଟାଣିଲେ ମସ୍କ
ଓ୍ବାଶିଂଟନ୍,୨ା୩: ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ୍ ମସ୍କ ଚାଟ୍ଜିପିଟି ନିର୍ମାତା ଓପନ୍ଏଆଇ ତଥା ଏହାର ମୁଖ୍ୟ କାର୍ଯ୍ୟନିର୍ବାହୀ ସାମ୍ ଅଲ୍ଟମ୍ୟାନ୍ଙ୍କୁ ଚୁକ୍ତି ଖିଲାପି ଅଭିଯୋଗରେ କୋର୍ଟର କାଠଗଡ଼ାକୁ ଟାଣିଛନ୍ତି। ବ୍ୟବସାୟିକ ଲାଭ ପରିବର୍ତ୍ତେ ମାନବ ଜାତିର ସୁବିଧା ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବିକଶିତ କରିବା ଓପନ୍ଏଆଇ କମ୍ପାନୀର ମୂଳ ମିଶନ ଥିଲା। ଏଥିସକାଶେ ଅଲ୍ଟମ୍ୟାନ୍ ଏବଂ ଓପନ୍ଏଆଇ ସହ ପ୍ରତିଷ୍ଠାତା ଗ୍ରେଗ୍ ବ୍ରୋକ୍ମ୍ୟାନ୍ ମସ୍କଙ୍କ ସହ ପୂର୍ବରୁ ଯୋଗାଯୋଗ କରିଥିଲେ। କିନ୍ତୁ ଅଲ୍ଟମ୍ୟାନ୍ ଏବଂ […] The post ଅଲ୍ଟମ୍ୟାନ୍ଙ୍କୁ କୋର୍ଟକୁ ଟାଣିଲେ ମସ୍କ appeared first on Dharitri Odia News.
ଓ୍ବାଶିଂଟନ୍,୨ା୩: ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ୍ ମସ୍କ ଚାଟ୍ଜିପିଟି ନିର୍ମାତା ଓପନ୍ଏଆଇ ତଥା ଏହାର ମୁଖ୍ୟ କାର୍ଯ୍ୟନିର୍ବାହୀ ସାମ୍ ଅଲ୍ଟମ୍ୟାନ୍ଙ୍କୁ ଚୁକ୍ତି ଖିଲାପି ଅଭିଯୋଗରେ କୋର୍ଟର କାଠଗଡ଼ାକୁ ଟାଣିଛନ୍ତି। ବ୍ୟବସାୟିକ ଲାଭ ପରିବର୍ତ୍ତେ ମାନବ ଜାତିର ସୁବିଧା ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବିକଶିତ କରିବା ଓପନ୍ଏଆଇ କମ୍ପାନୀର ମୂଳ ମିଶନ ଥିଲା। ଏଥିସକାଶେ ଅଲ୍ଟମ୍ୟାନ୍ ଏବଂ ଓପନ୍ଏଆଇ ସହ ପ୍ରତିଷ୍ଠାତା ଗ୍ରେଗ୍ ବ୍ରୋକ୍ମ୍ୟାନ୍ ମସ୍କଙ୍କ ସହ ପୂର୍ବରୁ ଯୋଗାଯୋଗ କରିଥିଲେ। କିନ୍ତୁ ଅଲ୍ଟମ୍ୟାନ୍ ଏବଂ ତାଙ୍କ ସହଯୋଗୀମାନେ ଏହି ମିଶନରୁ ଓହରିଯାଇଥିବା ଆମେରିକାର ସାନ୍ ଫ୍ରାନ୍ସିସ୍କୋସ୍ଥିତ ଏକ କୋର୍ଟରେ ଦାଖଲ ପିଟିଶନରେ ମସ୍କ ଉଲ୍ଲେଖ କରିଛନ୍ତି।
The post ଅଲ୍ଟମ୍ୟାନ୍ଙ୍କୁ କୋର୍ଟକୁ ଟାଣିଲେ ମସ୍କ appeared first on Dharitri Odia News.