ଅଳ୍ପକେ ବର୍ତ୍ତିଲେ ବନ୍ୟାଜଳରେ ଭାସିଯାଉଥିବା ବାଇକ୍ ଚାଳକ

ପାଟଣା : ପାଟଣା ଥାନା ଅଞ୍ଚଳ ସାହାରପଡା ବ୍ଲକ ପୁରୁଣାପାଣି – ରେଙ୍ଗାଳବେଡା ରାସ୍ତା ମଧ୍ୟରେ ଥିବା ଭିରଳ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ ହେଉଥିବା ସମୟରେ କୁଣ୍ଡଳା ପଞ୍ଚାୟତ ନୂଆବନ୍ଧ ଗ୍ରାମର ରଜତ ନାଏକ (୨୩)ନାମକ ଜଣେ ଯୁବକ ପାଣିରେ ବାଇକରେ ପାର ହେବାକୁ ଉଦ୍ୟମ କରୁଥିବାବେଳେ ପ୍ରଖର ସ୍ରୋତରେ ଆଜି ଅପରାହ୍ନରେ ବାଇକ୍ ସହ ନଦୀ ରେ ଭାସି ଯାଇଥିଲେ। ତତକ୍ଷଣାତ ସେଠାରେ ଥିବା ଲୋକେ ନଦୀରେ ପଶି ତାଙ୍କୁ […]

ଅଳ୍ପକେ ବର୍ତ୍ତିଲେ ବନ୍ୟାଜଳରେ ଭାସିଯାଉଥିବା ବାଇକ୍ ଚାଳକ

ପାଟଣା : ପାଟଣା ଥାନା ଅଞ୍ଚଳ ସାହାରପଡା ବ୍ଲକ ପୁରୁଣାପାଣି – ରେଙ୍ଗାଳବେଡା ରାସ୍ତା ମଧ୍ୟରେ ଥିବା ଭିରଳ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ ହେଉଥିବା ସମୟରେ କୁଣ୍ଡଳା ପଞ୍ଚାୟତ ନୂଆବନ୍ଧ ଗ୍ରାମର ରଜତ ନାଏକ (୨୩)ନାମକ ଜଣେ ଯୁବକ ପାଣିରେ ବାଇକରେ ପାର ହେବାକୁ ଉଦ୍ୟମ କରୁଥିବାବେଳେ ପ୍ରଖର ସ୍ରୋତରେ ଆଜି ଅପରାହ୍ନରେ ବାଇକ୍ ସହ ନଦୀ ରେ ଭାସି ଯାଇଥିଲେ। ତତକ୍ଷଣାତ ସେଠାରେ ଥିବା ଲୋକେ ନଦୀରେ ପଶି ତାଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ କରିଥିବା ବେଳେ ପହଁରା ଶିଖି ଥିବାରୁ ରଜତ ସୁରକ୍ଷିତ ଉଦ୍ଧାର ହୋଇ ଅଳ୍ପକେ ରକ୍ଷା ପାଇଛନ୍ତି। ଖବର ପାଇ ପାଟଣା ଅଗ୍ନିଶମ ବାହିନୀର ହାବିଲଦାର ବିଜୟ କୁମାର ନାୟକ ଓ ତାଙ୍କ ଦଳ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଯୁବକ ଜଣଙ୍କ ଉଦ୍ଧାର ହୋଇଥିଲେ। ପ୍ରଖର ସ୍ରୋତ ଥିବାରୁ ବାଇକଟି କେଉଁ ସ୍ଥଳରେ ଅଛି ତାହା ଠାବ କରିବା ସନ୍ଧ୍ୟା ସମୟରେ ସମ୍ଭବ ହୋଇ ନଥିବାରୁ ଅଗ୍ନିଶମ ବାହିନୀ ଆଉ ଏକ ଡାକରା ପାଇ ସେଠାକୁ ଯାଇଥିବାବେଳେ ସ୍ଥାନୀୟ ଲୋକେ ଟ୍ରାକ୍ଟର ଓ ଦଉଡ଼ି ଲଗାଇ ବାଇକ୍ ଟିକୁ ଉଦ୍ଧାର ଉଦ୍ୟମ କରୁଥିବା ଦେଖାଯାଇଛି।