ଅଶାନ୍ତ ରାଜଧାନୀ, ବ୍ୟବସାୟୀଙ୍କୁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ

ଭୁବନେଶ୍ୱର ୧୨।୧୧ : ଅଶାନ୍ତ ରାଜଧାନୀ । ପୁଣି ଥରେ ଜଣଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ । କିଛି ଦିନ ତଳେ ଜଣେ ସମାଜସେବୀଙ୍କୁ ଆକ୍ରମଣ ହୋଇଥିବେ ବେଳେ ଏବେ ଜଣେ ବ୍ୟବସାୟୀଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ ହୋଇଛି । ଯେଉଁଥିରେ ବ୍ୟବସାୟୀ ଜଣଙ୍କ  ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନ ବାଇକ୍‌ରେ ମୁଖାପିନ୍ଧି ଆସିଥିଲେ । ଏହି ସମୟରେ ହଠାତ୍‌ ବ୍ୟବସାୟୀ ଦୀପକ ପ୍ରଧାନଙ୍କୁ   ଆକ୍ରମଣ କରିଥିଲେ । ଦୀପକ ସେଠାରୁ ଖସିବାକୁ ଉଦ୍ୟମ କରିଥିଲେ, ହେଲେ ଦୁର୍ବୃତ୍ତମାନେ ଗୋଡାଇ ଗୋଡାଇ ଆକ୍ରମଣ କରିଥିଲେ । ଯେଉଁଥିରେ ଦୀପକ ପ୍ରଧାନ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବଡ଼ଗଡ଼ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।  

ଅଶାନ୍ତ ରାଜଧାନୀ, ବ୍ୟବସାୟୀଙ୍କୁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ

ଭୁବନେଶ୍ୱର ୧୨।୧୧ : ଅଶାନ୍ତ ରାଜଧାନୀ । ପୁଣି ଥରେ ଜଣଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ । କିଛି ଦିନ ତଳେ ଜଣେ ସମାଜସେବୀଙ୍କୁ ଆକ୍ରମଣ ହୋଇଥିବେ ବେଳେ ଏବେ ଜଣେ ବ୍ୟବସାୟୀଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ ହୋଇଛି । ଯେଉଁଥିରେ ବ୍ୟବସାୟୀ ଜଣଙ୍କ  ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 

ଖବର ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନ ବାଇକ୍‌ରେ ମୁଖାପିନ୍ଧି ଆସିଥିଲେ । ଏହି ସମୟରେ ହଠାତ୍‌ ବ୍ୟବସାୟୀ ଦୀପକ ପ୍ରଧାନଙ୍କୁ   ଆକ୍ରମଣ କରିଥିଲେ । ଦୀପକ ସେଠାରୁ ଖସିବାକୁ ଉଦ୍ୟମ କରିଥିଲେ, ହେଲେ ଦୁର୍ବୃତ୍ତମାନେ ଗୋଡାଇ ଗୋଡାଇ ଆକ୍ରମଣ କରିଥିଲେ । ଯେଉଁଥିରେ ଦୀପକ ପ୍ରଧାନ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବଡ଼ଗଡ଼ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।