ଅଶୋଧିତ ତୈଳ ଓ ଡିଜେଲ ରପ୍ତାନୀରେ ହ୍ରାସ ହେଲା ୱିଣ୍ଡଫଲ ଟ୍ୟାକ୍ସ
ନୂଆଦିଲ୍ଲୀ ୧୯।୧୨: ସରକାର ଘରୋଇସ୍ତରରେ ଉତ୍ପାଦିତ ଅଶୋଧିତ ତୈଳ ଓ ଡିଜେଲ ରପ୍ତାନୀ ଉପରୁ ଅପ୍ରତ୍ୟାସିତ ଲାଭ କର (ୱିଣ୍ଡଫଲ ଟ୍ୟାକ୍ସ) ହ୍ରାସ କରିଛନ୍ତି। ସରକାରଙ୍କ ଏହି ପଦକ୍ଷେପ ଯୋଗୁ ଏହି ସବୁ ସାମଗ୍ରୀ ଉପରେ ଲାଗୁ ବିଶେଷ ଅତିରିକ୍ତ ଉତ୍ପାଦ ଶୁଳ୍କ (ଏସଇଡି)ରେ ଉଲ୍ଲେଖନୀୟ ହ୍ରାସ ଦେଖାଯାଇଛି। ଘରୋଇସ୍ତରରେ ଉତ୍ପାଦିତ ଅଶୋଧିତ ତୈଳ ଉପରେ ଏସଇଡି ହାର ୫ହଜାର ଟଙ୍କା ପ୍ରତି ଟନରୁ ହ୍ରାସ କରି ୧,୩୦୦ ଟଙ୍କା କରି ଦିଆଯାଇଛି। ସେହିପରି ଡିଜେଲ ରପ୍ତାନୀ ଉପରେ ଏସଇଡି ପ୍ରତି ଲିଟର ୦.୫୦ ଟଙ୍କା ହ୍ରାସ କରାଯାଇଛି। ଏହି ହ୍ରାସ ୧୯ ଡିସେମ୍ବର ମଙ୍ଗଳବାର ଦେଶରେ ଲାଗୁ ହୋଇଛି। ତେବେ ସରକାର ଏଭିଏସନ ଟର୍ବାଇନ ଫ୍ୟୁଲ (ଏଟିଏଫ) ରପ୍ତାନୀ ଉପରେ ଲେଭି ବଢାଇ ଦେଇଛନ୍ତି। ପୂର୍ବରୁ ଏହା ଉପରେ କୌଣସି ଶୁଳ୍କ ନଥିଲା, ହେଲେ ଏବେ ଲିଟର ପିଛା ୧ ଟଙ୍କା ଶୁଳ୍କ ଲାଗୁ ହୋଇଛି। ଏହି ନିଷ୍ପତ୍ତି ମଧ୍ୟ ମଙ୍ଗଳବାର ଅର୍ଥାତ ଡିସେମ୍ବର ୧୯ରୁ କାର୍ଯ୍ୟକାରୀ ହୋଇଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଓ ଅନ୍ୟ ଉତ୍ପାଦର ମୂଲ୍ୟ ବୃଦ୍ଧି ଓ ହ୍ରାସ ସହ ଅପ୍ରତ୍ୟାସୀତ ଲାଭ କର ବା ୱିଣ୍ଡଫଲ ଟ୍ୟାକ୍ସରେ ପାକ୍ଷିକ ସଂଶୋଧନ ହୋଇଥାଏ। ଏହା ପୂର୍ବରୁ ଡିସେମ୍ବର ୧ ତାରିଖ ଦିନ ସରକାର ଅଶୋଧିତ ପେଟ୍ରୋଲିୟନ ପଦାର୍ଥରେ ୱିଣ୍ଡଫଲ ଟ୍ୟାକ୍ସକୁ ଟନ ପିଛା ୬,୩୦୦ ଟଙ୍କାରୁ ୫ ହଜାର ଟଙ୍କାକୁ ହ୍ରାସ କରିଥିଲେ। ଏହା ପୂର୍ବରୁ ନଭେମ୍ବର ୧୬ ତାରିଖ
ନୂଆଦିଲ୍ଲୀ ୧୯।୧୨: ସରକାର ଘରୋଇସ୍ତରରେ ଉତ୍ପାଦିତ ଅଶୋଧିତ ତୈଳ ଓ ଡିଜେଲ ରପ୍ତାନୀ ଉପରୁ ଅପ୍ରତ୍ୟାସିତ ଲାଭ କର (ୱିଣ୍ଡଫଲ ଟ୍ୟାକ୍ସ) ହ୍ରାସ କରିଛନ୍ତି। ସରକାରଙ୍କ ଏହି ପଦକ୍ଷେପ ଯୋଗୁ ଏହି ସବୁ ସାମଗ୍ରୀ ଉପରେ ଲାଗୁ ବିଶେଷ ଅତିରିକ୍ତ ଉତ୍ପାଦ ଶୁଳ୍କ (ଏସଇଡି)ରେ ଉଲ୍ଲେଖନୀୟ ହ୍ରାସ ଦେଖାଯାଇଛି। ଘରୋଇସ୍ତରରେ ଉତ୍ପାଦିତ ଅଶୋଧିତ ତୈଳ ଉପରେ ଏସଇଡି ହାର ୫ହଜାର ଟଙ୍କା ପ୍ରତି ଟନରୁ ହ୍ରାସ କରି ୧,୩୦୦ ଟଙ୍କା କରି ଦିଆଯାଇଛି।
ସେହିପରି ଡିଜେଲ ରପ୍ତାନୀ ଉପରେ ଏସଇଡି ପ୍ରତି ଲିଟର ୦.୫୦ ଟଙ୍କା ହ୍ରାସ କରାଯାଇଛି। ଏହି ହ୍ରାସ ୧୯ ଡିସେମ୍ବର ମଙ୍ଗଳବାର ଦେଶରେ ଲାଗୁ ହୋଇଛି। ତେବେ ସରକାର ଏଭିଏସନ ଟର୍ବାଇନ ଫ୍ୟୁଲ (ଏଟିଏଫ) ରପ୍ତାନୀ ଉପରେ ଲେଭି ବଢାଇ ଦେଇଛନ୍ତି। ପୂର୍ବରୁ ଏହା ଉପରେ କୌଣସି ଶୁଳ୍କ ନଥିଲା, ହେଲେ ଏବେ ଲିଟର ପିଛା ୧ ଟଙ୍କା ଶୁଳ୍କ ଲାଗୁ ହୋଇଛି। ଏହି ନିଷ୍ପତ୍ତି ମଧ୍ୟ ମଙ୍ଗଳବାର ଅର୍ଥାତ ଡିସେମ୍ବର ୧୯ରୁ କାର୍ଯ୍ୟକାରୀ ହୋଇଛି।

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଓ ଅନ୍ୟ ଉତ୍ପାଦର ମୂଲ୍ୟ ବୃଦ୍ଧି ଓ ହ୍ରାସ ସହ ଅପ୍ରତ୍ୟାସୀତ ଲାଭ କର ବା ୱିଣ୍ଡଫଲ ଟ୍ୟାକ୍ସରେ ପାକ୍ଷିକ ସଂଶୋଧନ ହୋଇଥାଏ। ଏହା ପୂର୍ବରୁ ଡିସେମ୍ବର ୧ ତାରିଖ ଦିନ ସରକାର ଅଶୋଧିତ ପେଟ୍ରୋଲିୟନ ପଦାର୍ଥରେ ୱିଣ୍ଡଫଲ ଟ୍ୟାକ୍ସକୁ ଟନ ପିଛା ୬,୩୦୦ ଟଙ୍କାରୁ ୫ ହଜାର ଟଙ୍କାକୁ ହ୍ରାସ କରିଥିଲେ। ଏହା ପୂର୍ବରୁ ନଭେମ୍ବର ୧୬ ତାରିଖ ସମୀକ୍ଷା କାଳରେ ସରକାର କ୍ରୁଡ ଅୟଲ ଉପରେ ଟନ ପିଛା ୯,୮୦୦ ଟଙ୍କାରୁ ହ୍ରାସ କରି ୬,୩୦୦ ଟଙ୍କା କରିଥିଲେ। ଏହି ନିଷ୍ପତ୍ତି ବୈଶ୍ୱିକ ସ୍ତରରେ ତୈଳ ମୂଲ୍ୟ ହ୍ରାସ ଯୋଗୁ ନିଆଯାଇଥିଲା।
ୱିଣ୍ଡଫଲ ଟ୍ୟାକ୍ସ କ’ଣ?
ଅଶୋଧିତ ତୈଳର ବର୍ଦ୍ଧିତ ମୂଲ୍ୟ ମୁକାବିଲା ନିମନ୍ତେ ଭାରତ ଜୁଲାଇ ୨୦୨୨ରେ ୱିଣ୍ଡଫଲ ଟ୍ୟାକ୍ସ ବ୍ୟବସ୍ଥା ଆରମ୍ଭ କରିଥିଲା। ଏହି କର ସରକାରଙ୍କ ଦ୍ୱାରା ସେହି ସବୁ ଉଦ୍ୟୋଗଙ୍କ ଉପରେ ଲାଗୁ ହୋଇଥାଏ, ଯେଉଁମାନେ ଅପ୍ରତ୍ୟାସିତ ଭାବେ ଲାଭ ଅର୍ଜନ କରିଥାନ୍ତି। ଘରୋଇ ସ୍ତରରେ ଉତ୍ପାଦିତ ଅଶୋଧିତ ତୈଳ ଉପରେ ୱିଣ୍ଡଫଲ ଟ୍ୟାକ୍ସ ସେତେବେଳେ ଲାଗୁ ହୋଇଥାଏ ଯେତେବେଳେ ବୈଶ୍ୱିକ ବେଞ୍ଚମାର୍କ ଦର ବ୍ୟାରଲ ପିଛା ୭୫ ଡଲାରରୁ ଅଧିକ ହୋଇଥାଏ। ସେହିପରି ଡିଜେଲ, ଏଟିଏଫ ଓ ପେଟ୍ରୋଲ ରପ୍ତାନୀ ଲାଗି ଶୁଳ୍କ ସେତେବେଳେ ଲାଗୁ ହୁଏ ଯେତେବେଳେ ଯେତେବେଳେ ଉତ୍ପାଦ ଉପରେ ମାର୍ଜିନ ବା ଲାଭ ବ୍ୟାରଲ ପିଛା ୨୦ ଡଲାରରୁ ଅଧିକ ହୋଇଥାଏ।
ଗତ ୫ ବର୍ଷରେ ୟୁପିଆଇ ପେମେଣ୍ଟ ୯୨ କୋଟିରୁ ୮,୩୭୫ କୋଟିରେ ପହଞ୍ଚିଛି; କେନ୍ଦ୍ର ସରକାର
The post ଅଶୋଧିତ ତୈଳ ଓ ଡିଜେଲ ରପ୍ତାନୀରେ ହ୍ରାସ ହେଲା ୱିଣ୍ଡଫଲ ଟ୍ୟାକ୍ସ appeared first on Prameya News7.