ଅଶୋଧିତ ତୈଳ ଦର ୨ ପ୍ରତିଶତ ହ୍ରାସ : କମୁନି ପେଟ୍ରୋଲ୍,ଡିଜେଲ୍ ଦର
ନୂଆଦିଲ୍ଲୀ : ଦେଶରେ ତେଲ ଦର ଏବେ ବି ଉଚ୍ଚ ସ୍ତରରେ ରହିଛି। ଦେଶର ସବୁ ରାଜ୍ୟରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ଟିପିଥିବାବେଳେ ଡିଜେଲ ମୂଲ୍ୟ ୯୦ ଟଙ୍କା ଉପରେ ରହିଛି। ଘରୋଇ ବଜାରରେ ତେଲ ଦରକୁ ନେଇ ଖାଉଟିଙ୍କ ଅସନ୍ତୁଷ୍ଟ ଚରମସୀମାରେ ପହଞ୍ଚିଛି। ଅପରପକ୍ଷେ ଦେଶରେ ତେଲ ଦର ବୃଦ୍ଧି ଯୋଗୁ ପେଟ୍ରୋଲ ଏବଂ ଡିଜେଲ ଉପରେ ବହୁ ମାତ୍ରାରେ ନିର୍ଭରଶୀଳ ଦେଶର ପରିବହନ କ୍ଷେତ୍ର ପ୍ରଭାବିତ ହେଉଛି। ଏଥିଯୋଗୁ ବଜାରରେ ଅତ୍ୟାବଶ୍ୟକ […]

ନୂଆଦିଲ୍ଲୀ : ଦେଶରେ ତେଲ ଦର ଏବେ ବି ଉଚ୍ଚ ସ୍ତରରେ ରହିଛି। ଦେଶର ସବୁ ରାଜ୍ୟରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ଟିପିଥିବାବେଳେ ଡିଜେଲ ମୂଲ୍ୟ ୯୦ ଟଙ୍କା ଉପରେ ରହିଛି। ଘରୋଇ ବଜାରରେ ତେଲ ଦରକୁ ନେଇ ଖାଉଟିଙ୍କ ଅସନ୍ତୁଷ୍ଟ ଚରମସୀମାରେ ପହଞ୍ଚିଛି। ଅପରପକ୍ଷେ ଦେଶରେ ତେଲ ଦର ବୃଦ୍ଧି ଯୋଗୁ ପେଟ୍ରୋଲ ଏବଂ ଡିଜେଲ ଉପରେ ବହୁ ମାତ୍ରାରେ ନିର୍ଭରଶୀଳ ଦେଶର ପରିବହନ କ୍ଷେତ୍ର ପ୍ରଭାବିତ ହେଉଛି। ଏଥିଯୋଗୁ ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀ ମହଙ୍ଗା ହୋଇଛି। ଏହି ମହଙ୍ଗା ମାଡ଼ରେ ବିଚରା ଖାଉଟି ଅଣନିଶ୍ବାସୀ ହୋଇପଡୁଛନ୍ତି।
ବିଶ୍ବ ବଜାରର ଅଶୋଧିତ ତେଲର ଦର ଆଧାରରେ ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ ଦର ନିର୍ଦ୍ଧାରଣ କରାଯାଉଛି। ହେଲେ ଦୀର୍ଘ ୨ ବର୍ଷ ହେବ ବନ୍ଦ ଅଛି କେନ୍ଦ୍ର ସରକାର ଆରମ୍ଭ କରିଥିବା ଡାଏନେମିକ୍ ଫୁଏଲ୍ ପ୍ରାଇସିଂ ସିଷ୍ଟମ ବା ଦୈନିକ ମୂଲ୍ୟ ଆଧାରରେ ତେଲ ଦର ପରିବର୍ତ୍ତନ ବ୍ୟବସ୍ଥା। ବିଶ୍ବ ବଜାରରେ ଅଶୋଧିତ ତେଲ ଦର ଉଚ୍ଚା ରହୁଥିବାରୁ ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ ଦର ଅଧିକ ରହୁଛି ବୋଲି ସର୍ବଦା କେନ୍ଦ୍ର ସରକାର କହିଆସୁଛନ୍ତି। ଅସଲ କଥା କିନ୍ତୁ ଅଲଗା। ବିଶ୍ବ ବଜାରରେ ଅଶୋଧିତ ତେଲ ଦର କମୁଥିଲେ ସୁଦ୍ଧା ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ିଚାଲିଛି। ବର୍ତ୍ତମାନ ବିଶ୍ବ ବଜାରରେ ଅଶୋଧÒତ ତେଲ ଦରରେ ୨% ହ୍ରାସ ଘଟିଲାଣି। ବିଶ୍ବ ବଜାରରେ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୮୦ ଡଲାର ତଳକୁ ଖସିଆସିଛି। ହେଲେ କେନ୍ଦ୍ର ସରକାର ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ହ୍ରାସ ଘଟାଇ ଖାଉଟିଙ୍କୁ କୌଣସି ରିଆତି ଦେବାକୁ ନାରାଜ। ବର୍ତ୍ତମାନ ପରିସ୍ଥିତିରେ ଯଦି ଡାଏନେମିକ୍ ଫୁଏଲ୍ ପ୍ରାଇସିଂ ସିଷ୍ଟମ ବା ଦୈନିକ ତେଲ ଦର ପରିବର୍ତ୍ତନ ବ୍ୟବସ୍ଥା ଚାଲୁ ରହିଥାନ୍ତା ତେବେ ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଲିଟଣ ପିଛା ୫ ଟଙ୍କା ହ୍ରାସ ଘଟିଥାନ୍ତା।
ବର୍ତ୍ତମାନ ଲଣ୍ଡନ୍ ଏକ୍ସଚେଞ୍ଜଠାରେ ବ୍ରେଣ୍ଟ କ୍ରୁଡ ମୂଲ୍ୟରେ ବ୍ୟାରେଲ ପିଛା ୧.୩୬ ଡଲାର ବା ୧.୭ ପ୍ରତିଶତ ହ୍ରାସ ଘଟି ୭୯.୬୮ ଡଲାର ରହିଥିବାବେଳେ ଆମେରିକୀୟ ମର୍ଚ୍ଚାଣ୍ଟାଇଲ ଏକ୍ସଚେଞ୍ଜରେ ୱେଷ୍ଟ ଟେକ୍ସାସ୍ ଇଣ୍ଟର ମିଡିଏଟ୍ ଡବ୍ଲ୍ୟୁଟିଆଇ ଦର ବ୍ୟାରେଲ ପିଛା ୧.୫୧ ଡଲାର ତଳକୁ ଖସି ୭୬.୬୫ ଡଲାରକୁ ହ୍ରାସ ଘଟିଛି। ଏହି ସମୟରେ ପେଟ୍ରୋଲ ଲିଟର ପିଛା ୧୦୩ ଟଙ୍କା ୩୭ ପଇସା ଏବଂ ଡିଜେଲ ୯୪ ଟଙ୍କା ୮୬ ପଇସା ରହିଛି। ତେବେ କୌତୂହଳର ବିଷୟ ହେଉଛି ଅଶୋଧିତ ତୈଳ ଦର ଉଚ୍ଚ ସ୍ତରରେ ଥିବାବେଳେ କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଲିଟର ପିଛା ଯାହା ରଖିଥିଲେ ଏବେ ଦର ୨ ପ୍ରତିଶତ କମିବା ସତ୍ତ୍ବେ ଖାଉଟିଙ୍କଠୁ ସେହି ହାରରେ ଅର୍ଥ ଅସୁଲ କରୁଛନ୍ତି। ଏହାର ସବୁଠାରୁ ବଡ଼ କାରଣ ହେଉଛି ସରକାରଙ୍କ ପାଇଁ ଏଠି ଖାଉଟିଙ୍କ ଅପେକ୍ଷା ତେଲ କମ୍ପାନୀଙ୍କ ସ୍ବାର୍ଥ ବଡ଼ ହୋଇଯାଇଛି।
ଏ ସମ୍ପର୍କରେ ସର୍ବଭାରତୀୟ ପେଟ୍ରୋଲିୟମ୍ ଡିଲର୍ସ ଆସୋସିଏସନ୍ର ମହାସଚିବ ସଞ୍ଜୟ ଲାଠ୍ କୁହନ୍ତି, ବିଶ୍ବ ବଜାରରେ ଦର ସମ୍ପ୍ରତି ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୮୦ ଡଲାର ତଳକୁ ଖସିଛି। ପୂର୍ବରୁ ଏହା ୮୪-୮୫ ଡଲାର ସ୍ତରରେ ରହୁଥିଲା। ଭାରତୀୟ ତୈଳ କମ୍ପାନୀ ବର୍ତ୍ତମାନ ହାରାହାରି ପ୍ରତି ବ୍ୟାରେଲ ପିଛା ୭୮ ଡଲାର ମୂଲ୍ୟରେ ତେଲ କିଣୁଛନ୍ତି। ଚଳିତବର୍ଷ ଏପ୍ରିଲଠାରୁ ଅଗଷ୍ଟ ଯାଏ କମ୍ପାନୀ ୮୧-୮୨ ଡଲାର ମଧ୍ୟରେ ଅଶୋଧିତ ତୈଳ କିଣୁଥିଲେ। ବର୍ତ୍ତମାନ ସେମାନେ ଭଲ ଲାଭଜନକ ସ୍ଥିତିକୁ ଆସିଛନ୍ତି। ଏଭଳି ସ୍ଥିତିରେ ଯଦି କେନ୍ଦ୍ର ସରାର ତାଙ୍କରୁ ପୂର୍ବର ଡାଏନେମିକ୍ ଫୁଏଲ୍ ପ୍ରାଇସିଂ ସିଷ୍ଟମ କାର୍ଯ୍ୟକାରୀ କରନ୍ତି ତେବେ ପେଟ୍ରୋଲ ଏବଂ ଡିଜେଲ ଲିଟର ପିଛା ୪-୫ ଟଙ୍କା ହ୍ରାସ ଘଟିବ। ଏଥିରେ ଖାଉଟିମାନେ ତୁରନ୍ତ ଲାଭ ପାଇପାରିବେ। ତେେବ ଯଦି ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୯୦ ଡଲାର ଉପରକୁ ଯାଏ ତେବେ ପେଟ୍ରୋଲ ଓ ଡିଜେଲ ଦର ଆହୁରି ବଢ଼ିଯିବ ବୋଲି ସେ କହିଛନ୍ତି।