ଅଶ୍ଳୀଳତା ପାଇଁ ବଦନାମ୍‌ ଯାତ୍ରାରେ ନୃଶଂସତା; ସବୁ ଦେଖି ଆଖି ବୁଜି ଦେଉଛନ୍ତି କି ସରକାର ?

କନକ ବ୍ୟୁରୋ : ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯାତ୍ରାର ଦୃଶ୍ୟ । କେହି କେବେ କଳ୍ପନା କରିନଥିବେ, ରାମାୟଣ ନାଟକରେ ଏଭଳି ଜୀଅନ୍ତା ଘୁଷୁରି ଖାଇବାର ଦୃଶ୍ୟ ଦେଖିବାକୁ ମିଳିବ । ଖୋଲା ମଞ୍ଚରେ ଏଭଳି ବର୍ବରତାର ଚିତ୍ର କାହାକୁ ରୋମାଞ୍ଚିତ କରୁଛି ? ଦର୍ଶକ ଏଭଳି ଦୃଶ୍ୟ ଦେଖିବାକୁ ଚାହୁଁଛନ୍ତି କି ? ଯଦି ଚାହୁଁ ନାହାନ୍ତି ଏହା ଉପରେ ରୋକ ଲଗାଇବ କିଏ ? ଏହି ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ଆମେ ସଂସ୍କୃତି ବିଭାଗ ଓ ସଂଗୀତ ନାଟକ ଏକାଡେମୀ ସହ ଯୋଗାଯୋଗ କରିଥିଲୁ । ଉଭୟଙ୍କ ଉତ୍ତର ଚମକାଇଲା ଭଳି । ପ୍ରଶ୍ନ ଉଠୁଛି ଯାତ୍ରା ଯଦି ସଂସ୍କୃତି ବିଭାଗ ଅଧିନରେ ଆସୁନାହିଁ, ତାହାହେଲେ ସଂସ୍କୃତି ମନ୍ତ୍ରୀ କେମିତି କହିଥିଲେ ଯାତ୍ରାରେ ଅଶ୍ଳୀଳତୀ ଉପରେ ରୋକ ଲଗାଇବାକୁ ଆଇନ ଆଣିବେ ? ଅଶ୍ଲୀଳତାକୁ ନେଇ ଯାତ୍ରା ଜଗତ ବଦନାମ ହେଉଥିବା ବେଳେ, ଅପସଂସ୍କୃତି ଭାବେ ଧସେଇ ପଶିଛି ନୃଶଂସତା । ବିଭାଗ ହାତ ଝାଡ଼ିଦେବା ପରେ ପ୍ରଶ୍ନ ଉଠୁଛି ସୀମା ଲଂଘୁଥିବା ଯାତ୍ରାରେ ରୋକ ଲଗାଇବ କିଏ ? ସରକାରଙ୍କ କେଉଁ ବିଭାଗ ଅଧିନରେ ଆସୁଛି ଯାତ୍ରା ? ଆଇଟମ ଗାର୍ଲଙ୍କ ଅଶ୍ଳୀଳ ନାଚ, ଅଶ୍ଳୀଳ ଇଙ୍ଗିତ, ଖୋଲା ମଞ୍ଚରେ ଜୀଅନ୍ତା ପଶୁ, ପକ୍ଷୀଙ୍କ ସହ ନୃଶଂସତା, ଯାତ୍ରାରେ ଦ୍ୱିଅର୍ଥ ବୋଧକ ଡାଏଲଗରେ କେମିତି ରହିବ ଲକ୍ଷ୍ମଣରେଖା ? କିଛିଦିନ ତଳେ ଯାତ୍ରା ଆୟୋଜକ କମିଟି ଆଇନମନ୍ତ୍ରୀଙ୍କୁ ଭେଟି, ଯାତ୍ରାରେ ଅଶ୍ଳୀଳତା ଉପରେ ରୋକ ଲଗାଇବାକୁ ଯେଉଁ ନିର୍ଦ୍ଦିଷ

ଅଶ୍ଳୀଳତା ପାଇଁ ବଦନାମ୍‌ ଯାତ୍ରାରେ ନୃଶଂସତା; ସବୁ ଦେଖି ଆଖି ବୁଜି ଦେଉଛନ୍ତି କି ସରକାର ?

କନକ ବ୍ୟୁରୋ : ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯାତ୍ରାର ଦୃଶ୍ୟ । କେହି କେବେ କଳ୍ପନା କରିନଥିବେ, ରାମାୟଣ ନାଟକରେ ଏଭଳି ଜୀଅନ୍ତା ଘୁଷୁରି ଖାଇବାର ଦୃଶ୍ୟ ଦେଖିବାକୁ ମିଳିବ । ଖୋଲା ମଞ୍ଚରେ ଏଭଳି ବର୍ବରତାର ଚିତ୍ର କାହାକୁ ରୋମାଞ୍ଚିତ କରୁଛି ? ଦର୍ଶକ ଏଭଳି ଦୃଶ୍ୟ ଦେଖିବାକୁ ଚାହୁଁଛନ୍ତି କି ? ଯଦି ଚାହୁଁ ନାହାନ୍ତି ଏହା ଉପରେ ରୋକ ଲଗାଇବ କିଏ ?

ଏହି ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ଆମେ ସଂସ୍କୃତି ବିଭାଗ ଓ ସଂଗୀତ ନାଟକ ଏକାଡେମୀ ସହ ଯୋଗାଯୋଗ କରିଥିଲୁ । ଉଭୟଙ୍କ ଉତ୍ତର ଚମକାଇଲା ଭଳି । ପ୍ରଶ୍ନ ଉଠୁଛି ଯାତ୍ରା ଯଦି ସଂସ୍କୃତି ବିଭାଗ ଅଧିନରେ ଆସୁନାହିଁ, ତାହାହେଲେ ସଂସ୍କୃତି ମନ୍ତ୍ରୀ କେମିତି କହିଥିଲେ ଯାତ୍ରାରେ ଅଶ୍ଳୀଳତୀ ଉପରେ ରୋକ ଲଗାଇବାକୁ ଆଇନ ଆଣିବେ ?

ଅଶ୍ଲୀଳତାକୁ ନେଇ ଯାତ୍ରା ଜଗତ ବଦନାମ ହେଉଥିବା ବେଳେ, ଅପସଂସ୍କୃତି ଭାବେ ଧସେଇ ପଶିଛି ନୃଶଂସତା । ବିଭାଗ ହାତ ଝାଡ଼ିଦେବା ପରେ ପ୍ରଶ୍ନ ଉଠୁଛି ସୀମା ଲଂଘୁଥିବା ଯାତ୍ରାରେ ରୋକ ଲଗାଇବ କିଏ ? ସରକାରଙ୍କ କେଉଁ ବିଭାଗ ଅଧିନରେ ଆସୁଛି ଯାତ୍ରା ? ଆଇଟମ ଗାର୍ଲଙ୍କ ଅଶ୍ଳୀଳ ନାଚ, ଅଶ୍ଳୀଳ ଇଙ୍ଗିତ, ଖୋଲା ମଞ୍ଚରେ ଜୀଅନ୍ତା ପଶୁ, ପକ୍ଷୀଙ୍କ ସହ ନୃଶଂସତା, ଯାତ୍ରାରେ ଦ୍ୱିଅର୍ଥ ବୋଧକ ଡାଏଲଗରେ କେମିତି ରହିବ ଲକ୍ଷ୍ମଣରେଖା ? କିଛିଦିନ ତଳେ ଯାତ୍ରା ଆୟୋଜକ କମିଟି ଆଇନମନ୍ତ୍ରୀଙ୍କୁ ଭେଟି, ଯାତ୍ରାରେ ଅଶ୍ଳୀଳତା ଉପରେ ରୋକ ଲଗାଇବାକୁ ଯେଉଁ ନିର୍ଦ୍ଦିଷ୍ଟ ଆଇନ ଆଣିବାକୁ ଦାବି କରିଥିଲେ, ତାହା କଣ ଶୂନ୍ୟରେ ମିଳାଇଯିବ ?

ଗଞ୍ଜାମ ଜିଲ୍ଲା ରାଳବ ଗାଁରେ ଗତ ୨୬ ତାରିଖରେ ମଞ୍ଚସ୍ଥ ନାଟକର ଏହି ବର୍ବର ଦୃଶ୍ୟ ପାଇଁ କମିଟି ସଦସ୍ୟ ଓ ରାକ୍ଷସ ଭୂମିକାରେ ଅଭିନୟ କରିଥିବା କଳାକାରଙ୍କୁ ଗିରଫ କରିଛି ପୁଲିସ । କିନ୍ତୁ କଥା ହେଉଛି ଲଗାମ ନଥିବାରୁ ଯାତ୍ରା କମିଟି ଡରଭୟ ଛାଡ଼ି ମନଇଚ୍ଛା ସମାଜ ବିରୋଧୀ କାମ କରୁଛନ୍ତି । ଦିନଥିଲା ଯାତ୍ରାର ବିଷୟବସ୍ତୁକୁ ନେଇ ଲୋକଙ୍କ ଭିତରେ ଚର୍ଚ୍ଚା ହେଉଥିଲା । ଏପରିକି ପେଣ୍ଡାଲରେ ଯାତ୍ରା ଚାଲିଥିଲା ବେଳେ ଭାବବିହ୍ୱଳ ହୋଇପଡୁଥିଲେ ଯାତ୍ରାପ୍ରେମୀ । ରାତିଏରେ ହାତୀଏ କମାଇବା ପାଇଁ ଅଶ୍ଳୀଳତା ଓ ନୃଶଂସତାକୁ ବିକଳ୍ପ ଭାବେ ବାଛିବାରେ ଲାଗିପଡ଼ିଛନ୍ତି ଯାତ୍ରା କମିଟି ।

ଯଦି ଫିଲ୍ମ, ସିରିଏଲ ନାଟକ ପାଇଁ ସରକାରଙ୍କ ସଂସ୍କୃତି ବିଭାଗ ଅଛି ଓ ନିର୍ଦ୍ଦିଷ୍ଟ କଟକଣା ମଧ୍ୟ ରହିଛି ତାହେଲେ ସବୁଠାରୁ ପୁରୁଣା ମନୋରଞ୍ଜନର ମାଧ୍ୟମ ଯାତ୍ରା ପାଇଁ କାହିଁକି ରହିବ ନାହିଁ ବୋଲି ପ୍ରଶ୍ନ ଉଠୁଛି ।