ଅଶ୍ଵିନ- ଜାଜେଙ୍କ କମାଲ, ଚେନ୍ନାଇ ଟେଷ୍ଟରେ ଭାରତର ଦମଦାର ପ୍ରତ୍ୟାବର୍ତ୍ତନ

ଚେନ୍ନାଇ: ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳା ଯାଉଥିବା ପ୍ରଥମ ଟେଷ୍ଟରେ ରବିଚନ୍ଦ୍ରନ ଅଶ୍ଵିନ ଓ ରବୀନ୍ଦ୍ର ଜାଡ଼େଜାଙ୍କ ଜଲଓ୍ଵା ଦେଖିବାକୁ ମିଳିଛି। ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସତ୍ତ୍ଵେ ପ୍ରଥମ ଦିନର ଖେଳା ଶେଷ ସୁଦ୍ଧା ଭାରତ  ୬ ଓ୍ଵିକେଟ୍  ହରାଇ ୩୩୯ ରନ କରି ମଜବୁତ ସ୍ଥିତିରେ ରହିଛି। ଏକଦା ୧୪୪ ରନରେ ୬ ଓ୍ଵିକେଟ୍ ହରାଇ ସଙ୍କଟରେ ଥିବା ଭାରତକୁ ଉଦ୍ଧାର କରିଛନ୍ତି ଅଶ୍ଵିନ ଓ ଜାଡ଼େଜା। ଅଶ୍ଵିନ ଶତକ ଅର୍ଜନ କରିବା ସହିତ ୧୦୨ ଏବଂ ଜାଡ଼େଜା ୮୬ ରନ କରି ଅପରାଜିତ ଅଛନ୍ତି। ଦୁଇ ବ୍ୟାଟର ଅବିଭାଜିତ ସପ୍ତମ ଓ୍ଵିକେଟ୍ ପାଇଁ ୧୯୫ ରନ ଭାଗିଦାରୀ କରି ସାରିଛନ୍ତି।ବାଂଲାଦେଶ ପକ୍ଷରୁ ହସନ ମେହମୁଦ ୫୮ ରନ ଦେଇ ୪ଟି ଓ୍ଵିକେଟ୍ ଅକ୍ତିକାର କରିଛନ୍ତି।Also read: ଟେଷ୍ଟ କ୍ରିକେଟରେ ଜୟସ୍ୱାଲ୍ ଧମାକା, ସୃଷ୍ଟି କଲେ ନୂଆ ରେକର୍ଡଏହା ପୂର୍ବରୁ ଟସ୍ ହାରି ଭାରତକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା ବାଂଲାଦେଶ। ଅଧିନାୟକ ମଜମୁଲ ହୁସେନ ସାଣ୍ଟୋଙ୍କ ନିଷ୍ପତ୍ତିକୁ ସଠିକ୍ ସାବ୍ୟସ୍ତ କରିଥିଲେ ବାଂଲାଦେଶ ବୋଲର। ବିଶେଷ କରି ହସନ ମେହମୁଦ ଘାତକ ବୋଲିଂ କରି ଭାରତର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ଅଧିନାୟ ରୋହିତ ଶର୍ମା(୬)ଙ୍କୁ ହସନ ଆଉଟ୍ କରିଥିବା ବେଳେ ଶୁଭମନ ଗିଲ୍‌ଙ୍କୁ ଖାତା ଖୋଲିବାକୁ ଦେଇ ନ ଥିଲେ। ପୁଣି ତାରକା ବ୍ୟାଟର ବିରାଟ କୋହଲି(୬)  ହସନଙ୍କ ଶିକାର ହୋଇଥିଲେ। ୩୪ ରନରେ ୩ ଓ୍ଵିକେଟ୍ ହରାଇ ଭାରତ ନିରାଶଜନ

ଅଶ୍ଵିନ- ଜାଜେଙ୍କ କମାଲ, ଚେନ୍ନାଇ ଟେଷ୍ଟରେ ଭାରତର ଦମଦାର ପ୍ରତ୍ୟାବର୍ତ୍ତନ

ଚେନ୍ନାଇ: ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳା ଯାଉଥିବା ପ୍ରଥମ ଟେଷ୍ଟରେ ରବିଚନ୍ଦ୍ରନ ଅଶ୍ଵିନ ଓ ରବୀନ୍ଦ୍ର ଜାଡ଼େଜାଙ୍କ ଜଲଓ୍ଵା ଦେଖିବାକୁ ମିଳିଛି। ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସତ୍ତ୍ଵେ ପ୍ରଥମ ଦିନର ଖେଳା ଶେଷ ସୁଦ୍ଧା ଭାରତ  ୬ ଓ୍ଵିକେଟ୍  ହରାଇ ୩୩୯ ରନ କରି ମଜବୁତ ସ୍ଥିତିରେ ରହିଛି। ଏକଦା ୧୪୪ ରନରେ ୬ ଓ୍ଵିକେଟ୍ ହରାଇ ସଙ୍କଟରେ ଥିବା ଭାରତକୁ ଉଦ୍ଧାର କରିଛନ୍ତି ଅଶ୍ଵିନ ଓ ଜାଡ଼େଜା। ଅଶ୍ଵିନ ଶତକ ଅର୍ଜନ କରିବା ସହିତ ୧୦୨ ଏବଂ ଜାଡ଼େଜା ୮୬ ରନ କରି ଅପରାଜିତ ଅଛନ୍ତି। ଦୁଇ ବ୍ୟାଟର ଅବିଭାଜିତ ସପ୍ତମ ଓ୍ଵିକେଟ୍ ପାଇଁ ୧୯୫ ରନ ଭାଗିଦାରୀ କରି ସାରିଛନ୍ତି।ବାଂଲାଦେଶ ପକ୍ଷରୁ ହସନ ମେହମୁଦ ୫୮ ରନ ଦେଇ ୪ଟି ଓ୍ଵିକେଟ୍ ଅକ୍ତିକାର କରିଛନ୍ତି।

Also read: ଟେଷ୍ଟ କ୍ରିକେଟରେ ଜୟସ୍ୱାଲ୍ ଧମାକା, ସୃଷ୍ଟି କଲେ ନୂଆ ରେକର୍ଡ

ଏହା ପୂର୍ବରୁ ଟସ୍ ହାରି ଭାରତକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା ବାଂଲାଦେଶ। ଅଧିନାୟକ ମଜମୁଲ ହୁସେନ ସାଣ୍ଟୋଙ୍କ ନିଷ୍ପତ୍ତିକୁ ସଠିକ୍ ସାବ୍ୟସ୍ତ କରିଥିଲେ ବାଂଲାଦେଶ ବୋଲର। ବିଶେଷ କରି ହସନ ମେହମୁଦ ଘାତକ ବୋଲିଂ କରି ଭାରତର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ଅଧିନାୟ ରୋହିତ ଶର୍ମା(୬)ଙ୍କୁ ହସନ ଆଉଟ୍ କରିଥିବା ବେଳେ ଶୁଭମନ ଗିଲ୍‌ଙ୍କୁ ଖାତା ଖୋଲିବାକୁ ଦେଇ ନ ଥିଲେ। ପୁଣି ତାରକା ବ୍ୟାଟର ବିରାଟ କୋହଲି(୬)  ହସନଙ୍କ ଶିକାର ହୋଇଥିଲେ। ୩୪ ରନରେ ୩ ଓ୍ଵିକେଟ୍ ହରାଇ ଭାରତ ନିରାଶଜନକ ଆରମ୍ଭ କରିଥିଲା। 

ତେବେ ଓପନର ଯଶସ୍ଵୀ ଜୟସ୍ଵାଲ ଓ ଋଷଭ ପନ୍ତ ଏମିତି ସ୍ଥିତିରେ ବି ଆକ୍ରମଣାତ୍ମକ କ୍ରିକେଟ୍ ଖେଳିଥିଲେ। ଦୁଇ ବ୍ୟାଟର ୬୨ ରନ ଯୋଡ଼ି ଦଳର ସ୍କୋରକୁ ୧୦୦ ନିକଟତର କରାଇଥିଲେ। ଏହି କ୍ରମରେ ଜୟସ୍ଵାଲ ଟେଷ୍ଟ କ୍ୟାରିୟରରେ ଚତୁର୍ଥ ଅର୍ଦ୍ଧଶତକ ହାସଲ କରିଥିଲେ। ଏହି ଯୋଡ଼ି ଜମି ଆସୁଥିବା ବେଳେ ପନ୍ତଙ୍କୁ ପାଭିଲିୟନ ପଠାଇଥିଲେ ହସନ ମେହମୁଦ। ପନ୍ତ ୫୨ ବଲରୁ ୬ ଚୌକା ସହ ୩୯ ରନ କରିଥିଲେ। ଜୟସ୍ଵାଲ ୫୬ ରନ କରି ବିଦାୟ ନେଇଥିଲେ। ଏହିପରି ୧୪୪ ରନରେ ୬ ଓ୍ଵିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା ଭାରତ।

ଏମିତି ଘଡ଼ିସନ୍ଧି ମୁହୂର୍ତ୍ତରେ ଦଳର ବ୍ୟାଟିଂ ଭାର ସମ୍ଭାଳିଥିଲେ ଅଭିଜ୍ଞ ରବିଚନ୍ଦ୍ରନ ଅଶ୍ଵିନ ଓ ରବୀନ୍ଦ୍ର ଜାଡ଼େଜ। ଦୁଇ ବ୍ୟାଟର ପ୍ରତିପକ୍ଷ ବୋଲରଙ୍କ ଭ୍ରୁପେକ୍ଷ ନ କରି ଦ୍ରୁତ ଗତିରେ ରନ ସଂଗ୍ରହ କରି ଚାଲିଥିଲେ। ଉଭୟ ଧୈର୍ଯ୍ୟର ସହ ବ୍ୟାଟିଂ କରି ଭାରତର ସ୍ଥିତିକୁ ମଜବୁତ କରିଥିଲେ। ବିଶେଷ କରି ରବିଚନ୍ଦ୍ରନ ଅଶ୍ଵିନ ଆକ୍ରମଣାତ୍ମକ ବ୍ୟାଟିଂ କରି ନିଜ ଟେଷ୍ଟ କ୍ୟାରିୟରର ପଞ୍ଚମ ଶତକ ଅର୍ଜନ କରିଛନ୍ତି। ଅନ୍ୟପଟେ ତାଙ୍କୁ ଉଚିତ୍ ସହାୟତା ଦେଇ ରନୀନ୍ଦ୍ର ଜାଡ଼େଜା ଚମତ୍କାର ଅର୍ଦ୍ଧଶତକ ହାସଲ କରିଛନ୍ତି। ଏହି ଦୁଇ ବ୍ୟାଟର ବାଂଲାଦେଶ ବୋଲରଙ୍କୁ ପ୍ରହାର କରିବା ସହ କୌଣସି ସୁଯୋଗ ଦେଇ ନ ଥିଲେ। ଦୁଇ ବ୍ୟାଟର ଅବିଭାଜିତ ସପ୍ତମ ଓ୍ଵିକେଟ୍ ପାଇଁ ୧୯୫ ରନ ଭାଗିଦାରୀ କରି ସାରିଛନ୍ତି। ଅଶ୍ଵିନ ଶତକ ଅର୍ଜନ କରିବା ସହିତ ୧୦୨ ଏବଂ ଜାଡ଼େଜା ୮୬ ରନ କରି ଅପରାଜିତ ଅଛନ୍ତି।  ଏହିପରି ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭାରତ ୬ ଓ୍ଵିକେଟ୍ ହରାଇ ୩୩୯ ରନ କରିଛି।

ବାଂଲାଦେଶ ପକ୍ଷରୁ ହସନ ମେହମୁଦ ୫୮ ରନ ଦେଇ ୪ଟି ସଫଳତା ହାସଲ କରିଥିବା ବେଳେ ନାହିଦ ରାଣା ଓ ମେହିଦି ହସନ ମିର୍ଜା ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।