ଅଷ୍ଟ୍ରେଲିଆ ଟିମ୍‌ରେ ଫାଟ! ଏବେ ଡ୍ରେସିଂ ରୁମ୍‌କୁ ନେଇ ମୁହଁ ଖୋଲିଲେ…

ପର୍ଥ,୨।୧୨: ପର୍ଥ ଟେଷ୍ଟରେ ଭାରତ ଅଷ୍ଟ୍ରେଲିଆ ଟିମ୍‌କୁ ଶୋଚନୀୟ ଭାବେ ପରାଜିତ କରିଥିଲା। ଯେଉଁ ମଇଦାନରେ ଅଷ୍ଟ୍ରେଲିଆ କେବେ ବି ପରାଜିତ ହୋଇ ନ ଥିଲା, ସେଠାରେ ୨୯୫ ରନ୍‌ ବ୍ୟବଧାନରେ ହାରିବା ଚର୍ଚ୍ଚାର ବିଷୟ ପାଲଟିଥିଲା। ଏସବୁ ମଧ୍ୟରେ ଜୋଶ ହାଜଲଉଡ୍‌ ଖବରଦାତା ସମ୍ମିଳନୀରେ ବିସ୍ଫୋରକ ବୟାନ ଦେଇଥିଲେ। ଏହାପରେ ଅଷ୍ଟ୍ରେଲିୟ ଭେଟେରାନ ଆଡାମ ଗିଲକ୍ରିଷ୍ଟ ଦଳରେ ଫାଟ ସୃଷ୍ଟି ହୋଇଥିବା ଦାବି କରିଥିଲେ। ଏବେ ଏହି ଦାବି ନେଇ ଟ୍ରାଭିସ୍‌ ହେଡ୍‌ ପ୍ରତିକ୍ରିୟା ରଖିଛନ୍ତି। […] The post ଅଷ୍ଟ୍ରେଲିଆ ଟିମ୍‌ରେ ଫାଟ! ଏବେ ଡ୍ରେସିଂ ରୁମ୍‌କୁ ନେଇ ମୁହଁ ଖୋଲିଲେ… appeared first on Dharitri Odia News.

ଅଷ୍ଟ୍ରେଲିଆ ଟିମ୍‌ରେ ଫାଟ! ଏବେ ଡ୍ରେସିଂ ରୁମ୍‌କୁ ନେଇ ମୁହଁ ଖୋଲିଲେ…

ପର୍ଥ,୨।୧୨: ପର୍ଥ ଟେଷ୍ଟରେ ଭାରତ ଅଷ୍ଟ୍ରେଲିଆ ଟିମ୍‌କୁ ଶୋଚନୀୟ ଭାବେ ପରାଜିତ କରିଥିଲା। ଯେଉଁ ମଇଦାନରେ ଅଷ୍ଟ୍ରେଲିଆ କେବେ ବି ପରାଜିତ ହୋଇ ନ ଥିଲା, ସେଠାରେ ୨୯୫ ରନ୍‌ ବ୍ୟବଧାନରେ ହାରିବା ଚର୍ଚ୍ଚାର ବିଷୟ ପାଲଟିଥିଲା। ଏସବୁ ମଧ୍ୟରେ ଜୋଶ ହାଜଲଉଡ୍‌ ଖବରଦାତା ସମ୍ମିଳନୀରେ ବିସ୍ଫୋରକ ବୟାନ ଦେଇଥିଲେ। ଏହାପରେ ଅଷ୍ଟ୍ରେଲିୟ ଭେଟେରାନ ଆଡାମ ଗିଲକ୍ରିଷ୍ଟ ଦଳରେ ଫାଟ ସୃଷ୍ଟି ହୋଇଥିବା ଦାବି କରିଥିଲେ। ଏବେ ଏହି ଦାବି ନେଇ ଟ୍ରାଭିସ୍‌ ହେଡ୍‌ ପ୍ରତିକ୍ରିୟା ରଖିଛନ୍ତି।

ଅଷ୍ଟ୍ରେଲିଆ ଟିମ୍‌ ଏବେ ଚାପରେ ରହିଛି। ଦଳର ନଜର ଆଡିଲେଡରେ ହେବାକୁ ଥିବା ଟେଷ୍ଟରେ ବିଜେତା ହେବା ଉପରେ ରହିଛି। ଏହା ପୂର୍ବରୁ ତାଙ୍କୁ ଖେଳାଳିଙ୍କ ମଧ୍ୟରେ ଫାଟକୁ ନେଇ ପ୍ରଶ୍ନ କରାଯାଇଥିଲା। ଡ୍ରେସିଂ ରୁମ୍‌ରେ କୌଣସି ପ୍ରକାର ବିବାଦ ନଚେତ ଫାଟର ଖବର ମିଥ୍ୟା। ଖେଳାଳିଙ୍କ ମଧ୍ୟରେ କୌଣସି ମତଭେଦ ନାହିଁ। ସବୁ ଖେଳାଳି ପରସ୍ପର ସହ ସମୟ ବିତାଉଛନ୍ତି। ଦେଖିବାକୁ ଗଲେ ଅଷ୍ଟ୍ରେଲିଆ ଟିମ୍‌ ପାଇଁ ଏକ ଖରାପ ସପ୍ତାହ ଥିଲା। ୫ ମ୍ୟାଚ୍‌ ବିଶିଷ୍ଟ ସିରିଜରେ ଦଳ ପ୍ରତ୍ୟାବର୍ତ୍ତନର ନୂଆ ରାସ୍ତା ଖୋଜୁଛି ବୋଲି ସେ କହିଛନ୍ତି।

ହେଡ୍‌ ଡ୍ରେସିଂ ରୁମ୍‌ ସତକୁ ନେଇ କହିଛନ୍ତି, ଅନ୍ୟ ବ୍ୟାଟ୍ସମ୍ୟାନ ମୋତେ କୌଣସି ପ୍ରକାର ବ୍ୟାଟିଂ ଟିପ୍ସ ଦେବାକୁ ଆସୁନାହାନ୍ତି। ସମସ୍ତଙ୍କ ଖେଳିବାର ନିଜସ୍ବ ପଦ୍ଧତି ରହିଛି। ଆମେ ସବୁ ପରସ୍ପରର ସମର୍ଥନ କରୁଛୁ। ଆମ ମଧ୍ୟରେ ଆଗାମୀ ୩-୪ ଦିନ ଯାଏ ପରିବର୍ତ୍ତନ ନେଇ ଚର୍ଚ୍ଚା ହେବ। ଆମ ପାଇଁ କେବଳ ୧ ସପ୍ତାହ ଖରାପ ଥିଲା। ଏଥିରୁ କିଛି ଫରକ ପଡେନା। ଏବେ ଭଲ ପ୍ରଦର୍ଶନ ପାଇଁ ୪ ସୁଯୋଗ ରହିଛି। ପୂର୍ବ ଭଳି ଆମେ କିଛି ନୂଆ ଉପାୟ ଚିନ୍ତା କରିବୁ ବୋଲି ସେ କହିଛନ୍ତି।

କହିରଖୁଛୁ, ପର୍ଥ ଟେଷ୍ଟରେ ପରାଜୟ ପରେ ଅଷ୍ଟ୍ରେଲିଆର ଅନେକ ବରିଷ୍ଠ ଖେଳାଳି ଖପ୍ପା ଥିଲେ। ସେମାନେ ପ୍ୟାଟ୍‌ କମିନ୍ସ ଏବଂ ତାଙ୍କ ଟିମ୍‌ର ସମାଲୋଚନା କରିଥିଲେ। ହାଜଲଉଡ୍‌ଙ୍କୁ ପଚରାଯିବାରେ ସେ ଏହି ପ୍ରଶ୍ନ କୌଣସି ବ୍ୟାଟ୍ସମ୍ୟାନଙ୍କୁ ପଚାରଚନ୍ତୁ ବୋଲି କହିଥିଲେ।

The post ଅଷ୍ଟ୍ରେଲିଆ ଟିମ୍‌ରେ ଫାଟ! ଏବେ ଡ୍ରେସିଂ ରୁମ୍‌କୁ ନେଇ ମୁହଁ ଖୋଲିଲେ… appeared first on Dharitri Odia News.