ଅଷ୍ଟ୍ରେଲିଆ ନିର୍ବାଚନରେ ଲେବର ପାର୍ଟି ବିଜୟୀ, ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ହେବେ ଆଲ୍ବାନିସ୍
ମେଲବର୍ନ,୪ା୫: ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲ୍ବାନିସ୍ଙ୍କ ନେତୃତ୍ୱରେ ଲେବର ପାର୍ଟି ପାର୍ଲାମେଣ୍ଟ ନିର୍ବାଚନରେ ବିଜୟୀ ହୋଇଛି। ଫଳରେ ଆଲ୍ବାନିସ୍ କ୍ରମାଗତ ଦ୍ୱିତୀୟ ଥର ପାଇଁ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ଗତ ୨୧ ବର୍ଷ ମଧ୍ୟରେ କୌଣସି ଅଷ୍ଟ୍ରେଲୀୟ ନେତା କ୍ରମାଗତ ଦ୍ୱିତୀୟ ଥର ନିର୍ବାଚନ ଜିତିବା ଏହା ପ୍ରଥମ। ଅଷ୍ଟ୍ରେଲୀୟ ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ, ୧୫୦ ଆସନ ବିଶିଷ୍ଟ ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସରେ ଲେବର ପାର୍ଟି ଶନିବାର ସନ୍ଧ୍ୟା ସୁଦ୍ଧା ୭୦ ଆସନ ଜିତିଥିବାବେଳେ […] The post ଅଷ୍ଟ୍ରେଲିଆ ନିର୍ବାଚନରେ ଲେବର ପାର୍ଟି ବିଜୟୀ, ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ହେବେ ଆଲ୍ବାନିସ୍ appeared first on Dharitri Odia News.
ମେଲବର୍ନ,୪ା୫: ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲ୍ବାନିସ୍ଙ୍କ ନେତୃତ୍ୱରେ ଲେବର ପାର୍ଟି ପାର୍ଲାମେଣ୍ଟ ନିର୍ବାଚନରେ ବିଜୟୀ ହୋଇଛି। ଫଳରେ ଆଲ୍ବାନିସ୍ କ୍ରମାଗତ ଦ୍ୱିତୀୟ ଥର ପାଇଁ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ଗତ ୨୧ ବର୍ଷ ମଧ୍ୟରେ କୌଣସି ଅଷ୍ଟ୍ରେଲୀୟ ନେତା କ୍ରମାଗତ ଦ୍ୱିତୀୟ ଥର ନିର୍ବାଚନ ଜିତିବା ଏହା ପ୍ରଥମ।
ଅଷ୍ଟ୍ରେଲୀୟ ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ, ୧୫୦ ଆସନ ବିଶିଷ୍ଟ ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସରେ ଲେବର ପାର୍ଟି ଶନିବାର ସନ୍ଧ୍ୟା ସୁଦ୍ଧା ୭୦ ଆସନ ଜିତିଥିବାବେଳେ ବିରୋଧୀ କଞ୍ଜରଭେଟିଭ୍ ପାର୍ଟି ମାତ୍ର ୨୪ ଆସନରେ ସୀମିତ ରହିଛି। ମେଣ୍ଟ କରି ନ ଥିବା ଛୋଟ ଦଳ ଏବଂ ସ୍ବାଧୀନ ପ୍ରାର୍ଥୀମାନେ ୧୩ଟି ଆସନ ଜିତିବା ଆଶା କରାଯାଉଛି। ବିରୋଧୀ ଦଳ ନେତା ପିଟର ଡୁଟ୍ଟନ ଶନିବାର ସନ୍ଧ୍ୟାରେ ପରାଜୟ ସ୍ବୀକାର କରିଛନ୍ତି। ଆମେ ଭଲ ପ୍ରଚାର କରିପାରି ନ ଥିଲୁ। ତେଣୁ ପରାଜୟ ପାଇଁ ମୁଁ ନିଜକୁ ଦାୟୀ କରୁଛି ବୋଲି ଡୁଟ୍ଟନ କହିଛନ୍ତି।
ଆଲ୍ବାନିସ୍ ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିବାରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ୍ ମିଡିଆ ଜରିଆରେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଅଷ୍ଟ୍ରେଲିଆ ଜନସାଧାରଣଙ୍କ ଆପଣଙ୍କ ନେତୃତ୍ୱ ଉପରେ ଆସ୍ଥା ରହିଛି। ଭାରତ-ଅଷ୍ଟ୍ରେଲିଆ ସମ୍ପର୍କକୁ ଆହୁରି ଘନିଷ୍ଠ କରିବା ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ଶାନ୍ତି, ସ୍ଥିରତା ଓ ସମୃଦ୍ଧି ଦିଗରେ ତାଙ୍କ ସହ ଏକାଠି କାର୍ଯ୍ୟ କରିବାକୁ ମୋଦି ଆଗ୍ରହ ପ୍ରକାଶ କରିଛନ୍ତି।
The post ଅଷ୍ଟ୍ରେଲିଆ ନିର୍ବାଚନରେ ଲେବର ପାର୍ଟି ବିଜୟୀ, ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ହେବେ ଆଲ୍ବାନିସ୍ appeared first on Dharitri Odia News.