ଅଷ୍ଟ୍ରେଲିଆ ପାର୍ଲାମେଣ୍ଟରେ ଏମିତି କଥା କହିଦେଲେ ରୋହିତ ଶର୍ମା: ସମସ୍ତେ କରୁଛନ୍ତି ବାଃ ବାଃ

କାନବେରା,୨୯ା୧୧: ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ୍‌ ମଧ୍ୟରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ୍‌ଙ୍କୁ ଭେଟିଛି ଭାରତୀୟ କ୍ରିକେଟ ଦଳ। ନଭେମ୍ବର ୩୦ ତାରିଖରେ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଏକାଦଶ ବିପକ୍ଷରେ ଅଭ୍ୟାସ ମ୍ୟାଚ୍‌ ରହିଥିବା ବେଳେ ଭାରତୀୟ ଦଳର ସମସ୍ତ ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି। ଡିସେମ୍ବର ୬ ତାରିଖରେ ଆଡିଲେଡ୍‌ରେ ଅଭ୍ୟାସ ମ୍ୟାଚ୍‌ ଖେଳିବ ଭାରତ। ୫ ମ୍ୟାଚ୍‌ବିଶିଷ୍ଟ ଏହି ସିରିଜ୍‌ରେ ଭାରତ ୧-୦ରେ ଆଗୁଆ ରହିଛି। ପର୍ଥରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌କୁ ଭାରତ ୨୯୫ […] The post ଅଷ୍ଟ୍ରେଲିଆ ପାର୍ଲାମେଣ୍ଟରେ ଏମିତି କଥା କହିଦେଲେ ରୋହିତ ଶର୍ମା: ସମସ୍ତେ କରୁଛନ୍ତି ବାଃ ବାଃ appeared first on Dharitri Odia News.

ଅଷ୍ଟ୍ରେଲିଆ ପାର୍ଲାମେଣ୍ଟରେ ଏମିତି କଥା କହିଦେଲେ ରୋହିତ ଶର୍ମା: ସମସ୍ତେ କରୁଛନ୍ତି ବାଃ ବାଃ

କାନବେରା,୨୯ା୧୧: ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ୍‌ ମଧ୍ୟରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ୍‌ଙ୍କୁ ଭେଟିଛି ଭାରତୀୟ କ୍ରିକେଟ ଦଳ। ନଭେମ୍ବର ୩୦ ତାରିଖରେ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଏକାଦଶ ବିପକ୍ଷରେ ଅଭ୍ୟାସ ମ୍ୟାଚ୍‌ ରହିଥିବା ବେଳେ ଭାରତୀୟ ଦଳର ସମସ୍ତ ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି। ଡିସେମ୍ବର ୬ ତାରିଖରେ ଆଡିଲେଡ୍‌ରେ ଅଭ୍ୟାସ ମ୍ୟାଚ୍‌ ଖେଳିବ ଭାରତ। ୫ ମ୍ୟାଚ୍‌ବିଶିଷ୍ଟ ଏହି ସିରିଜ୍‌ରେ ଭାରତ ୧-୦ରେ ଆଗୁଆ ରହିଛି। ପର୍ଥରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌କୁ ଭାରତ ୨୯୫ ରନ୍‌ ବ୍ୟବଧାନରେ ଜିତି ନେଇଥିଲା।
ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଖେଳାଳିମାନେ ଆନ୍ଥୋନୀ ଆଲବାନିଜ୍‌ଙ୍କୁ ଭେଟିଥିଲେ। ଏହି ଅବସରରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ପ୍ରଥମ ଟେଷ୍ଟରେ ଚମତ୍କାର ପ୍ରଦର୍ଶନ ପାଇଁ ଯଶ୍‌ପ୍ରୀତ ବୁମ୍‌ରା ଓ ବିରାଟ କୋହଲିଙ୍କୁ ପ୍ରଶଂସା କରିଥିଲେ। ଅଷ୍ଟ୍ରେଲିଆ ପାର୍ଲାମେଣ୍ଟରେ ଭାରତୀୟ ଖେଳାଳିଙ୍କୁ ଭେଟିବା ସହ ଏହାର ଫଟୋ ସୋସିଆଲ ମିଡିଆ ସାଇଟ୍‌ ଏକ୍ସରେ ପୋଷ୍ଟ କରିଥିଲେ। ଏହା ସହିତ ମାନୁକା ଓଭାଲରେ ଖେଳାଯିବାକୁ ଥିବା ଅଭ୍ୟାସ ମ୍ୟାଚ୍‌ ପାଇଁ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି। ଏହା ସହ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଏକାଦଶର ଅଧିନାୟକ ଜ୍ୟାକ୍‌ ଏଡ୍‌ଓ୍ବାର୍ଡସ ଓ ଅନ୍ୟ ଖେଳାଳିମାନଙ୍କୁ ମଧ୍ୟ ଆମନ୍ତ୍ରଣ କରାଯାଇଥିଲା।
ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଅଷ୍ଟ୍ରେଲିଆ ପାର୍ଲାମେଣ୍ଟକୁ ସମ୍ବୋଧିତ କରିଥିଲେ। ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ରହିଥିବା ଦ୍ୱିପାକ୍ଷିକ ସମ୍ପର୍କ ଓ ଉଭୟ ରାଷ୍ଟ୍ରର କ୍ରିକେଟ ପ୍ରତି ଥିବା ଭଲପାଇବା ସମ୍ପର୍କରେ ସେ କହିଥିଲେ। ଭାରତୀୟ ଖେଳାଳିଙ୍କୁ ଅଷ୍ଟ୍ରେଲିଆର ଚ୍ୟାଲେଞ୍ଜ ପସନ୍ଦ ଆସିଥାଏ ବୋଲି କହିଥିଲେ ରୋହିତ। ଭାରତ ଅତୀତରେ ଅଷ୍ଟ୍ରେଲିଆରେ ଖେଳାଯାଇଥିବା ଉଭୟ ବର୍ଡର ଗାଭାସ୍କର ଟ୍ରଫି ଭାରତ ଜିତି ନେଇଛି। ଭାରତୀୟ ଦଳ ଏହି ସଫଳତା ଦୋହରାଇବାକୁ ପ୍ରୟାସ କରିବ ବୋଲି ସେ କହିଥିଲେ। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ କ୍ରିକେଟ ବଡ଼ ଭୂମିକା ଗ୍ରହଣ କରିଥାଏ। ପୂର୍ବରୁ ୨୦୨୩ରେ ଅହମଦାବାଦରେ ଖେଳା ଯାଇଥିବା ଟେଷ୍ଟ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଉଭୟ ଦଳର ଖେଳାଳିଙ୍କୁ ଭେଟିଥିଲେ ଆନ୍ଥୋନୀ ଆଲବାନିଜ୍‌।

 

The post ଅଷ୍ଟ୍ରେଲିଆ ପାର୍ଲାମେଣ୍ଟରେ ଏମିତି କଥା କହିଦେଲେ ରୋହିତ ଶର୍ମା: ସମସ୍ତେ କରୁଛନ୍ତି ବାଃ ବାଃ appeared first on Dharitri Odia News.