ଅଷ୍ଟ୍ରେଲିଆ ବିପକ୍ଷରେ ବିରାଟ ମାରିବେ ଆହୁରି ୨ ଶତକ, ପୂର୍ବତନ ଚୟନକର୍ତ୍ତାଙ୍କ ଭବିଷ୍ୟତବାଣୀ
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ତାରକା ବ୍ୟାଟର ବିରାଟ କୋହଲି ସଂପ୍ରତି ଖରାପ ଫର୍ମ ଦେଇ ଗତି କରୁଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ ଜାରି ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚ୍ରେ ଶତକ ମାରିବା ପରେ ପରବର୍ତ୍ତୀ ଚାରୋଟି ଇନିଂସରେ ତାଙ୍କ ବ୍ୟାଟ୍ରୁ ରନ ବାହାରି ନାହିଁ। ତେବେ ଭାରତର ପୂର୍ବତନ କ୍ରିକେଟର ଚେତନ ଶର୍ମା କୋହଲିଙ୍କୁ ସମର୍ଥନ କରି କହିଛନ୍ତି ଯେ, ସିରିଜ୍ ଶେଷ ହେବା ସୁଦ୍ଧା ବିରାଟ କୋହଲି ଆଉ ଦୁଇଟି ଶତକ ହାସଲ କରିବେ। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ମୁକାବିଲା ଡିସେମ୍ବର ୨୬ରୁ ମେଲବର୍ଣ୍ଣରେ ଖେଳାଯିବ। ବିରାଟ କୋହଲିଙ୍କୁ ଅନେକ ବର୍ଷ ଧରି ଅଫ ଷ୍ଟମ୍ପ ବାହାରର ବଲ୍ ବହୁତ ହଇରାଣରେ ପକାଇଛି। ଆଉ ବର୍ଡର-ଗାଭାସ୍କର ଟ୍ରଫିରେ ହିଁ ତାଙ୍କ ସହ ଏମିତି ଘଟୁଛି। ଅଷ୍ଟ୍ରେଲିଆ ବିପକ୍ଷ ଚଳିତ ସିରିଜ୍ରେ କୋହଲି ଅନେକ ଥର ଓ୍ଵିକେଟ୍ କିପର ଓ ସ୍ଲିପରେ କ୍ୟାଚ୍ ଆଉଟ୍ ହୋଇଛନ୍ତି। ଏହା ସତ୍ତ୍ଵେ ଚେତନ ଶର୍ମା ବିରାଟ କୋହଲିଙ୍କ ସପକ୍ଷରେ ଟିପ୍ପଣୀ ଦେଇ ତାଙ୍କଠୁ ସିରିଜ୍ରେ ଆହୁରି ଦୁଇଟି ଶତକ ଆଶା ରଖିଛନ୍ତି।Also read: ରବିନ୍ ଉଥାପ୍ପାଙ୍କ ବିରୋଧରେ ଜାରି ହେଲା ଆରେଷ୍ଟ ଓ୍ୱାରେଣ୍ଟ, କଡା କାର୍ଯ୍ୟାନୁଷ୍ଠାନ ନେବ ପୋଲିସଚେତନ ଶର୍ମା କହିଛନ୍ତି, ସେ ଏମିତି ଜଣେ ଖେଳାଳି ଯିଏ ଭାରତୀୟ ଦଳକୁ ବହୁତ କିଛି ଦେଇଛନ୍ତି। ଯେଉଁ କାରଣରୁ ଏବେ ତାଙ୍କଠୁ ଆମର ଆଶା ଅଧିକ ରହୁଛି। ମୋତେ ବିଶ୍ଵାସ ଯେ, ସ
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ତାରକା ବ୍ୟାଟର ବିରାଟ କୋହଲି ସଂପ୍ରତି ଖରାପ ଫର୍ମ ଦେଇ ଗତି କରୁଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ ଜାରି ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚ୍ରେ ଶତକ ମାରିବା ପରେ ପରବର୍ତ୍ତୀ ଚାରୋଟି ଇନିଂସରେ ତାଙ୍କ ବ୍ୟାଟ୍ରୁ ରନ ବାହାରି ନାହିଁ। ତେବେ ଭାରତର ପୂର୍ବତନ କ୍ରିକେଟର ଚେତନ ଶର୍ମା କୋହଲିଙ୍କୁ ସମର୍ଥନ କରି କହିଛନ୍ତି ଯେ, ସିରିଜ୍ ଶେଷ ହେବା ସୁଦ୍ଧା ବିରାଟ କୋହଲି ଆଉ ଦୁଇଟି ଶତକ ହାସଲ କରିବେ। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ମୁକାବିଲା ଡିସେମ୍ବର ୨୬ରୁ ମେଲବର୍ଣ୍ଣରେ ଖେଳାଯିବ।
ବିରାଟ କୋହଲିଙ୍କୁ ଅନେକ ବର୍ଷ ଧରି ଅଫ ଷ୍ଟମ୍ପ ବାହାରର ବଲ୍ ବହୁତ ହଇରାଣରେ ପକାଇଛି। ଆଉ ବର୍ଡର-ଗାଭାସ୍କର ଟ୍ରଫିରେ ହିଁ ତାଙ୍କ ସହ ଏମିତି ଘଟୁଛି। ଅଷ୍ଟ୍ରେଲିଆ ବିପକ୍ଷ ଚଳିତ ସିରିଜ୍ରେ କୋହଲି ଅନେକ ଥର ଓ୍ଵିକେଟ୍ କିପର ଓ ସ୍ଲିପରେ କ୍ୟାଚ୍ ଆଉଟ୍ ହୋଇଛନ୍ତି। ଏହା ସତ୍ତ୍ଵେ ଚେତନ ଶର୍ମା ବିରାଟ କୋହଲିଙ୍କ ସପକ୍ଷରେ ଟିପ୍ପଣୀ ଦେଇ ତାଙ୍କଠୁ ସିରିଜ୍ରେ ଆହୁରି ଦୁଇଟି ଶତକ ଆଶା ରଖିଛନ୍ତି।
Also read: ରବିନ୍ ଉଥାପ୍ପାଙ୍କ ବିରୋଧରେ ଜାରି ହେଲା ଆରେଷ୍ଟ ଓ୍ୱାରେଣ୍ଟ, କଡା କାର୍ଯ୍ୟାନୁଷ୍ଠାନ ନେବ ପୋଲିସ
ଚେତନ ଶର୍ମା କହିଛନ୍ତି, ସେ ଏମିତି ଜଣେ ଖେଳାଳି ଯିଏ ଭାରତୀୟ ଦଳକୁ ବହୁତ କିଛି ଦେଇଛନ୍ତି। ଯେଉଁ କାରଣରୁ ଏବେ ତାଙ୍କଠୁ ଆମର ଆଶା ଅଧିକ ରହୁଛି। ମୋତେ ବିଶ୍ଵାସ ଯେ, ସେ ଭଲ ପ୍ରଦର୍ଶନ କରିବେ ଏବଂ ଆଗାମୀ ଦୁଇଟି ଟେଷ୍ଟରେ ଦୁଇଟି ଶତକ ଅର୍ଜନ କରିବେ। ମୁଁ ସିରିଜ୍ ଆରମ୍ଭ ହେବା ପୂର୍ବରୁ ଭବିଷ୍ୟତବାଣୀ କରିଥିଲି ଯେ, ବିରାଟ ବର୍ଡର-ଗାଭାସ୍କର ଟ୍ରଫିରେ ତିନୋଟି ଶତକ ହାସଲ କରିବେ।
୨୦୨୦ ପରଠୁ କେବଳ ୪ ଶତକ
ପର୍ଥ ଟେଷ୍ଟରେ ବିରାଟ କୋହଲି ୧୦୦ ରନ କରିଥିଲେ, ମାତ୍ର ଏହା ପରେ ତିନୋଟି ଇନିଂସରେ ମାତ୍ର ୨୧ ରନ କରିଛନ୍ତି। ୨୦୨୦ ପରେ ବିରାଟଙ୍କ ଫର୍ମ ଖରାପରୁ ଅତି ଖରାପ ହୋଇ ଚାଲିଛି। ଗତ ୪ ବର୍ଷରେ ସେ ୬୫ ଟେଷ୍ଟ ଇନିଂସରୁ ମାତ୍ର ୩୧.୬୭ ହାରରେ ୧୯୬୪ ରନ କରିଛନ୍ତି। ଏହି ସମୟରେ କୋହଲି ବର୍ଷକୁ ମାତ୍ର ଗୋଟିଏ ଶତକ ମାରିବାରେ ସଫଳ ହୋଇଛନ୍ତି। ଏହି ୬୫ ଇନିଂସରୁ ସେ ମାତ୍ର ୪ ଶତକ ହାସଲ କରି ପାରିଛନ୍ତି। ୨୦୨୦ ଶେଷ ସୁଦ୍ଧା ତାଙ୍କର ଟେଷ୍ଟରେ ବ୍ୟାଟିଂ ହାର ୫୩.୭୮ ରହିଥିଲା। ଯାହା ଏବେ ହ୍ରାସ ପାଇ ୪୭.୪୯କୁ ଖସି ଆସିଛି।