ଅଷ୍ଟ୍ରେଲିଆରେ ମିଳିଲା ପ୍ରଥମ ମ୍ୟୁଟାଣ୍ଟ୍ ବେଙ୍ଗ, ଚର୍ମର ରଙ୍ଗ ନୀଳ
ନୂଆଦିଲ୍ଲୀ ୧୭।୦୭: ଅଷ୍ଟ୍ରେଲିଆରେ ଏକ ଅଦ୍ଭୁତ ମ୍ୟୁଟାଣ୍ଟ୍ ବେଙ୍ଗ ମିଳିଛି । ଏହାର ରଙ୍ଗ ନୀଳ । ଆକ୍ସାନଥିଜମ୍ ନାମକ ଖାସ୍ ଜେନେଟିକ୍ ମ୍ୟୁଟେସନ୍ ଯୋଗୁ ବେଙ୍ଗ ଏପରି ହୋଇଛି । ଏହି ମ୍ୟୁଟେସନ୍ରେ ବେଙ୍ଗ ଚର୍ମରେ ହଳଦିଆ ରଙ୍ଗ ନ ଥାଏ । କିନ୍ତୁ ସାଧାରଣ ସବୁଜ ରଙ୍ଗର ବେଙ୍ଗ ଶରୀରରେ ହଳଦିଆ ରଙ୍ଗ ଦେଖିବାକୁ ମିଳେ। ମ୍ୟୁଟାଣ୍ଟ୍ର ଅର୍ଥ କୌଣସି ଜୀବର ଜିନ୍ରେ ହଠାତ୍ ହେଉଥିବା ସ୍ଥାୟୀ ପରିବର୍ତ୍ତନ, ଯେଉଁ କାରଣରୁ ସେ ନିଜ ପ୍ରଜାତିର ଅନ୍ୟ ଜୀବଙ୍କଠୁ ଭିନ୍ନ ହୋଇଯାଏ । ପଶ୍ଚିମ ଅଷ୍ଟ୍ରେଲିଆର କିମ୍ବରଲେର ବନ୍ୟଜୀବ ଅଭୟାରଣ୍ୟରେ ଏହି ମ୍ୟୁଟାଣ୍ଟ୍ ବେଙ୍ଗ ମିଳିଛି । ଆଶ୍ଚର୍ଯ୍ୟର କଥା ହେଉଛି ଏହା ନିଜେ ଡେଇଁ ଡେଇଁ ବୈଜ୍ଞାନିକଙ୍କ ପ୍ରୟୋଗଶାଳାରେ ଚାଲିଥିବା କର୍ମଶାଳାରେ ପହଞ୍ଚିଥିଲା । ଏହାକୁ ଦେଖିବା ପରେ ବୈଜ୍ଞାନିକମାନେ ତୁରନ୍ତ ଯାଞ୍ଚ୍ ଆରମ୍ଭ କଲେ । ଯାଞ୍ଚ୍ରୁ ଜଣାପଡ଼ିଲା, ଏହା ଗଛରେ ରହୁଥିବା ବେଙ୍ଗ । ଏହାକୁ ଲିଟୋରିଆ ସ୍ପେ୍ଲଣ୍ଡିଡିୟା କୁହାଯାଏ । ଅଷ୍ଟ୍ରେଲୀୟ ବନ୍ୟଜୀବ ସଂରକ୍ଷଣରେ କାମ କରୁଥିବା ଜେକ୍ ବାର୍କର କହିଛନ୍ତି, ସେ ପ୍ରଥମ ଥର ନୀଳ ରଙ୍ଗର ବେଙ୍ଗ ଦେଖି ଚକିତ ହୋଇଗଲେ । ଗଛରେ ରହୁଥିବା ବେଙ୍ଗଙ୍କ ରଙ୍ଗ ସାଧାରଣତଃ ସବୁଜ । ଏଥିରେ ଧଳା ରଙ୍ଗର ଛିଟ ଥାଏ । ଏହି ମ୍ୟୁଟାଣ୍ଟ୍ ବେଙ୍ଗ ୪ ଇଞ୍ଚ ପର୍ଯ୍ୟନ୍ତ ବଢ଼ିପାରେ । ଏହାର ମୁଣ୍ଡରେ ଦିଶୁଥିବା ସବୁଜ ରଙ୍ଗ
ନୂଆଦିଲ୍ଲୀ ୧୭।୦୭: ଅଷ୍ଟ୍ରେଲିଆରେ ଏକ ଅଦ୍ଭୁତ ମ୍ୟୁଟାଣ୍ଟ୍ ବେଙ୍ଗ ମିଳିଛି । ଏହାର ରଙ୍ଗ ନୀଳ । ଆକ୍ସାନଥିଜମ୍ ନାମକ ଖାସ୍ ଜେନେଟିକ୍ ମ୍ୟୁଟେସନ୍ ଯୋଗୁ ବେଙ୍ଗ ଏପରି ହୋଇଛି । ଏହି ମ୍ୟୁଟେସନ୍ରେ ବେଙ୍ଗ ଚର୍ମରେ ହଳଦିଆ ରଙ୍ଗ ନ ଥାଏ । କିନ୍ତୁ ସାଧାରଣ ସବୁଜ ରଙ୍ଗର ବେଙ୍ଗ ଶରୀରରେ ହଳଦିଆ ରଙ୍ଗ ଦେଖିବାକୁ ମିଳେ। ମ୍ୟୁଟାଣ୍ଟ୍ର ଅର୍ଥ କୌଣସି ଜୀବର ଜିନ୍ରେ ହଠାତ୍ ହେଉଥିବା ସ୍ଥାୟୀ ପରିବର୍ତ୍ତନ, ଯେଉଁ କାରଣରୁ ସେ ନିଜ ପ୍ରଜାତିର ଅନ୍ୟ ଜୀବଙ୍କଠୁ ଭିନ୍ନ ହୋଇଯାଏ ।
ପଶ୍ଚିମ ଅଷ୍ଟ୍ରେଲିଆର କିମ୍ବରଲେର ବନ୍ୟଜୀବ ଅଭୟାରଣ୍ୟରେ ଏହି ମ୍ୟୁଟାଣ୍ଟ୍ ବେଙ୍ଗ ମିଳିଛି । ଆଶ୍ଚର୍ଯ୍ୟର କଥା ହେଉଛି ଏହା ନିଜେ ଡେଇଁ ଡେଇଁ ବୈଜ୍ଞାନିକଙ୍କ ପ୍ରୟୋଗଶାଳାରେ ଚାଲିଥିବା କର୍ମଶାଳାରେ ପହଞ୍ଚିଥିଲା । ଏହାକୁ ଦେଖିବା ପରେ ବୈଜ୍ଞାନିକମାନେ ତୁରନ୍ତ ଯାଞ୍ଚ୍ ଆରମ୍ଭ କଲେ । ଯାଞ୍ଚ୍ରୁ ଜଣାପଡ଼ିଲା, ଏହା ଗଛରେ ରହୁଥିବା ବେଙ୍ଗ । ଏହାକୁ ଲିଟୋରିଆ ସ୍ପେ୍ଲଣ୍ଡିଡିୟା କୁହାଯାଏ । ଅଷ୍ଟ୍ରେଲୀୟ ବନ୍ୟଜୀବ ସଂରକ୍ଷଣରେ କାମ କରୁଥିବା ଜେକ୍ ବାର୍କର କହିଛନ୍ତି, ସେ ପ୍ରଥମ ଥର ନୀଳ ରଙ୍ଗର ବେଙ୍ଗ ଦେଖି ଚକିତ ହୋଇଗଲେ ।
ଗଛରେ ରହୁଥିବା ବେଙ୍ଗଙ୍କ ରଙ୍ଗ ସାଧାରଣତଃ ସବୁଜ । ଏଥିରେ ଧଳା ରଙ୍ଗର ଛିଟ ଥାଏ । ଏହି ମ୍ୟୁଟାଣ୍ଟ୍ ବେଙ୍ଗ ୪ ଇଞ୍ଚ ପର୍ଯ୍ୟନ୍ତ ବଢ଼ିପାରେ । ଏହାର ମୁଣ୍ଡରେ ଦିଶୁଥିବା ସବୁଜ ରଙ୍ଗର ଅଂଶ ହେଉଛି ବିଷପୂର୍ଣ୍ଣ ଗ୍ରନ୍ଥି। ଅତିବେଶିରେ ଏହା ୨୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିପାରେ । କମ୍ ବର୍ଷା ହେଉଥିବା ଅଞ୍ଚଳରେ ମଧ୍ୟ ଏହା ଦେଖିବାକୁ ମିଳେ । ଅଷ୍ଟ୍ରେଲିଆନ୍ ମ୍ୟୁଜିୟମ୍ର ହରପେଟୋଲୋଜିଷ୍ଟ୍ ଜୋଡି ରୋଲି କହିଛନ୍ତି, ଏହା ପ୍ରକୃତିର ଭୟାନକ ଜୀବ । ନୀଳ ରଙ୍ଗର ବେଙ୍ଗ ଆଜି ପର୍ଯ୍ୟନ୍ତ କେହି ଦେଖିନଥିବେ । ବେଙ୍ଗର ଲମ୍ବ ପ୍ରାୟ ୪.୭ ଇଞ୍ଚ । ନିଜ ଆକାରଠୁ ଏହା ଖୁବ୍ ବଡ଼ ହୋଇସାରିଛି ।