ଅସରାଏ ବର୍ଷାରେ ରାସ୍ତାରେ ଲହଡ଼ି ଭାଙ୍ଗୁଛି ପାଣି

କଟକ: ଏବେ ରାଜ୍ୟରେ ଜାରି ରହିଛି କାଳବୈଶାଖୀ ପ୍ରଭାବ। ଆଉ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହେଉଛି। ହେଲେ ବର୍ଷା ଦିନ ଆରମ୍ଭ ନ ହେଉଣୁ ଖରା ଦିନେ ମଧ୍ୟ କଟକ ସହର ଚିନ୍ତା ବଢାଇଛି। ଅସରାଏ ବର୍ଷାରେ ଉବୁଟୁବୁ ହେଉଛି କଟକ ସହର। ବର୍ଷା ଦିନେ ରାସ୍ତାରେ ପାଣି ଜମିବା ସ୍ୱଭାବିକ କଥା, ହେଲେ ଖରା ଦିନେ ଅସରାଏ ବର୍ଷାରେ କଟକ ସହରରେ ରାସ୍ତା ଉପରେ ଛିଡ଼ା ହୋଇଛି ଆଣ୍ଠୁଏ ଉଚ୍ଚର ପାଣି। କେଉଁଠି […]

ଅସରାଏ ବର୍ଷାରେ ରାସ୍ତାରେ ଲହଡ଼ି ଭାଙ୍ଗୁଛି ପାଣି

କଟକ: ଏବେ ରାଜ୍ୟରେ ଜାରି ରହିଛି କାଳବୈଶାଖୀ ପ୍ରଭାବ। ଆଉ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହେଉଛି। ହେଲେ ବର୍ଷା ଦିନ ଆରମ୍ଭ ନ ହେଉଣୁ ଖରା ଦିନେ ମଧ୍ୟ କଟକ ସହର ଚିନ୍ତା ବଢାଇଛି।

ଅସରାଏ ବର୍ଷାରେ ଉବୁଟୁବୁ ହେଉଛି କଟକ ସହର। ବର୍ଷା ଦିନେ ରାସ୍ତାରେ ପାଣି ଜମିବା ସ୍ୱଭାବିକ କଥା, ହେଲେ ଖରା ଦିନେ ଅସରାଏ ବର୍ଷାରେ କଟକ ସହରରେ ରାସ୍ତା ଉପରେ ଛିଡ଼ା ହୋଇଛି ଆଣ୍ଠୁଏ ଉଚ୍ଚର ପାଣି।

କେଉଁଠି କାରର ଇଞ୍ଜିନରେ ପାଣି ଲାଗଲାଣି ତ ଆଉ କେଉଁଠି ଛୁଆକୁ କାନ୍ଧରେ ବସାଇ ବାପା ନେଲେଣି। ହଁ ଆଜି କାଳବୈଶାଖୀ ବର୍ଷା ପ୍ରାୟ ୨ ଘଣ୍ଟା ଘରି କଟକରେ ଲାଗି ରହିଥିଲା। ଫଳରେ ରାସ୍ତା ଉପରେ ଲହଡ଼ି ଭାଙ୍ଗିଥିଲା ବର୍ଷା ଜଳ।

ଯାହା ଫଳରେ ଲୋକଙ୍କୁ ବଡ଼ ସମସ୍ୟା ଦେଇ ଗତି କରିବାକୁ ପଡୁଛି। ଡ୍ରେନ୍ ସମସ୍ୟାର ସମାଧାନ ପାଇଁ କଟକ ମହାନଗର ନିଗମ କାମ କରୁଛି ବୋଲି  କୁହାଯାଉଛି । ହେଲେ ଅସରାଏ ବର୍ଷାରେ କଟକର ସ୍ଥିତି ଦେଖି, କାମ କେମିତି ହେଉଛି ଜଣା ପଡ଼ିଯାଉଛି।

କଟକ ସାମନ୍ତସାହିର, ପାଣି ଘେରରେ ରହିଛି ପୂରା ସାମନ୍ତସାହି। ଦୋକାନରୁ ଆରମ୍ଭ କରି ଲୋକଙ୍କ ଘରେ ମଧ୍ୟ ପାଣି ପଶିଛି। ୨୪ ଘଣ୍ଟା  ପରେ ମଧ୍ୟ ପାଣି କମିନାହିଁ। ବହୁ  ସ୍ଥାନରେ  ଜଳବନ୍ଦୀ ସ୍ଥିତି ଲାଗି ରହିଛି। ଆଉ ଯଦି ଏହିଭଳି ସ୍ଥିତି ଲାଗି ରହେ, ତାହାଲେ ବର୍ଷା ଦିନେ ପରିସ୍ଥିତି କିପରି ହେବ ତାହା ଏବେଠାରୁ ଜଣା ପଡୁଛି।