ଅସହାୟ ଅବସ୍ଥାରେ ୩ ଅନାଥ ବାଳିକା
ଭବାନୀପାଟଣା,୩ା୧(ଉତ୍ତମ କୁମାର ଦାଶ): ମା’ବାପାଙ୍କ ମୃତ୍ୟୁ ପରେ ଗୋଟିଏ ପରିବାରର ୨ ଭଉଣୀଙ୍କ ସମେତ ଅନ୍ୟ ଏକ ପରିବାର ଜଣେ ବାଳିକା ଅସହାୟ ହୋଇପଡିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ଗଣ୍ଡବାରଝୋଲା ପଞ୍ଚାୟତ କରାଟିକିଲି ଗ୍ରାମରେ। ଏହି ଗାଁର ରଜ ମାଝୀ ଓ ଗୋମତୀ ମାଝୀଙ୍କ ମୃତ୍ୟୁ ପରେ ତାଙ୍କ ୨ ଝିଅ ପାୟଲ ମାଝୀ (୧୧) ଓ ବନିତା ମାଝୀ (୯) ଏବେ ବେସାହାରା ହୋଇପଡିଛନ୍ତି। ବଡ଼ ଝିଅ ପାୟଲ […] The post ଅସହାୟ ଅବସ୍ଥାରେ ୩ ଅନାଥ ବାଳିକା appeared first on Dharitri Odia News.
ଭବାନୀପାଟଣା,୩ା୧(ଉତ୍ତମ କୁମାର ଦାଶ): ମା’ବାପାଙ୍କ ମୃତ୍ୟୁ ପରେ ଗୋଟିଏ ପରିବାରର ୨ ଭଉଣୀଙ୍କ ସମେତ ଅନ୍ୟ ଏକ ପରିବାର ଜଣେ ବାଳିକା ଅସହାୟ ହୋଇପଡିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ଗଣ୍ଡବାରଝୋଲା ପଞ୍ଚାୟତ କରାଟିକିଲି ଗ୍ରାମରେ। ଏହି ଗାଁର ରଜ ମାଝୀ ଓ ଗୋମତୀ ମାଝୀଙ୍କ ମୃତ୍ୟୁ ପରେ ତାଙ୍କ ୨ ଝିଅ ପାୟଲ ମାଝୀ (୧୧) ଓ ବନିତା ମାଝୀ (୯) ଏବେ ବେସାହାରା ହୋଇପଡିଛନ୍ତି। ବଡ଼ ଝିଅ ପାୟଲ ବାଦିଲୀ କିସ ଆବାସିକ ବିଦ୍ୟାଳୟରେ ୪ର୍ଥ ଶ୍ରେଣୀରେ ପଡୁଥିବା ବେଳେ ବନିତା ଗାଁ ପ୍ରାଥମିକ ସ୍କୁଲରେ ଚତୁର୍ଥ ଶ୍ରେଣୀରେ ପଢୁଛନ୍ତି। ୧୦ବର୍ଷ ତଳେ ତାଙ୍କ ବାପା ରଜଙ୍କ ମୃତ୍ୟୁ ହୋଇଥିବାବେଳେ ଗତ ୨୫ ତାରିଖରେ ମା’ ଗୋମତୀଙ୍କ ମୃତ୍ୟୁ ହୋଇଛି। ମା’ବାପା ଚାଲିଯିବା ପରେ ଦୁଇଭଉଣୀ ଏବେ କେଉଁଠି ରହିବେ କାହା ସହ ରହିବେ ତା’କୁ ନେଇ ଚିନ୍ତାରେ ରହିଛନ୍ତି। କାରଣ ନିଜର ବୋଲି ଏବେ ତାଙ୍କର କେହି ନାହାନ୍ତି। ୨ ଅନାଥ ଭଉଣୀ ଅସହାୟ ଅବସ୍ଥାରେ ରହୁଥିବା ଜାଣିବା ପରେ ସ୍ବେଚ୍ଛାସେବୀ ଯଶୋବନ୍ତ ରଣା, ସ୍ଥାନୀୟ ସ୍କୁଲର ଶିକ୍ଷକ ଗୋବର୍ଦ୍ଧନ ମାଝୀ, ସିଆର୍ପି ଦେବକୀ ଗଉଡ଼ ପ୍ରମୁଖ ସେମାନଙ୍କୁ ଭେଟିବା ସହ ତାଙ୍କ ସମସ୍ୟା ଉପରେ ଆଲୋଚନା କରିଥିଲେ। ୨ ଭଉଣୀ ପାଠ ପ୍ରତି ଆଗ୍ରହ ରଖିଥିବାରୁ ସରକାରୀ ସହଯୋଗ ମିଳିଲେ ଆହୁରି ଆଗକୁ ପଢିବେ ବୋଲି ମତ ରଖିଥିଲେ। ସେହିପରି ଉକ୍ତ ଗାଁର ଯୋଶୀତା ମାଝୀ (୧୫) ମଧ୍ୟ ପିତାମାତାଙ୍କ ଦେହାନ୍ତ ପରେ ଘରେ ଆର୍ଥିକ ଅସୁବିଧା ହେତୁ ମାଟ୍ରିକ ପରେ ପଢା ଛାଡିଛନ୍ତି। ତାଙ୍କୁ ସରକାରୀ ସହାୟତା ମିଳିଲେ ସେ ମଧ୍ୟ ଆସନ୍ତ ବର୍ଷରୁ କଲେଜରେ ଆଡ଼୍ମିଶନ କରିବେ ବୋଲି ପ୍ରକାଶ କରିଛନ୍ତି। ଉପରୋକ୍ତ ଅନାଥ ବାଳିକାମାନଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବା ନେଇ ଜିଲା ପ୍ରଶାସନ ପଦକ୍ଷେପ ନେବାକୁ ସ୍ବେଚ୍ଛାସେବୀ ଯଶୋବନ୍ତ ରଣା ଓ ଗ୍ରାମବାସୀ ଦାବି କରିଛନ୍ତି ।
The post ଅସହାୟ ଅବସ୍ଥାରେ ୩ ଅନାଥ ବାଳିକା appeared first on Dharitri Odia News.