ଅସହାୟ ୨ ଭାଇଙ୍କୁ ଦଇବ ସାହା

ସୋନପୁର,୧୬।୨(ମୃତ୍ୟୁଞ୍ଜୟ ଶତପଥୀ): ଅସହାୟ, ଅନାଥ ଶିଶୁଙ୍କ ସହାୟତା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି। କିନ୍ତୁ ଅସହାୟ ଦୁଇ ଭାଇ ହେମନ୍ତ ଖେତି(୧୩) ଓ ସୁମନ୍ତ ଖେତି(୧୧)ଙ୍କ ପାଇଁ ଏହି ସବୁ ଯୋଜନା ଅପହଞ୍ଚ ହୋଇଛି। ହେମନ୍ତ ଓ ସୁମନ୍ତ ଏବେ ଭାଗ୍ୟକୁ ଆଦରି ଅତ୍ୟନ୍ତ ଦୟନୀୟ ଭାବେ ଦିନ କାଟୁଛନ୍ତି। ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା କେନ୍‌ଝିରିଆପାଲି ଗ୍ରାମରେ ହେମନ୍ତ ଓ ସୁମନ୍ତଙ୍କ ଘର। ସେମାନଙ୍କ ମା’ ସନ୍ତୋଷିନୀ ୩ […] The post ଅସହାୟ ୨ ଭାଇଙ୍କୁ ଦଇବ ସାହା appeared first on Dharitri Odia News.

ଅସହାୟ ୨ ଭାଇଙ୍କୁ ଦଇବ ସାହା

ସୋନପୁର,୧୬।୨(ମୃତ୍ୟୁଞ୍ଜୟ ଶତପଥୀ): ଅସହାୟ, ଅନାଥ ଶିଶୁଙ୍କ ସହାୟତା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି। କିନ୍ତୁ ଅସହାୟ ଦୁଇ ଭାଇ ହେମନ୍ତ ଖେତି(୧୩) ଓ ସୁମନ୍ତ ଖେତି(୧୧)ଙ୍କ ପାଇଁ ଏହି ସବୁ ଯୋଜନା ଅପହଞ୍ଚ ହୋଇଛି। ହେମନ୍ତ ଓ ସୁମନ୍ତ ଏବେ ଭାଗ୍ୟକୁ ଆଦରି ଅତ୍ୟନ୍ତ ଦୟନୀୟ ଭାବେ ଦିନ କାଟୁଛନ୍ତି। ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା କେନ୍‌ଝିରିଆପାଲି ଗ୍ରାମରେ ହେମନ୍ତ ଓ ସୁମନ୍ତଙ୍କ ଘର। ସେମାନଙ୍କ ମା’ ସନ୍ତୋଷିନୀ ୩ ବର୍ଷ ପୂର୍ବରୁ କେଉଁଆଡେ ଚାଲି ଯାଇଛନ୍ତି। ବାପା ଶମ୍ଭୁ ଖେତିଙ୍କ ୨ ବର୍ଷ ପୂର୍ବରୁ ମୃତ୍ୟୁ ଘଟିଛି। ଜେଜେମା ଦୁଇ ଭାଇଙ୍କ ଆଶ୍ରା ଥିଲେ। ନିକଟରେ ଜେଜେମା ସେମାନଙ୍କୁ ଛାଡି ଆରପାରିକୁ ଚାଲିଗଲେ। ଏବେ ୨ ଭାଇଙ୍କୁ ଦଇବ ସାହା। ଉଲୁଣ୍ଡା ବ୍ଲକ କଳାପଥର ଗ୍ରାମର ପିଉସୀ ରୁକ୍ମଣୀ ମହାକୁଡଙ୍କ ଘରେ ଗତ କିଛି ଦିନ ହେବ ଦୁଇଭାଇ ରହୁଛନ୍ତି। ପ୍ରକାଶ ଯେ, ସୋନପୁର ବ୍ଲକ ବିଶେଶ୍ୱରପାଲିସ୍ଥିତ ଭୀମଭୋଇ ଶିଶୁ ସଦନରେ ରହି ହେମନ୍ତ ଅଷ୍ଟମ ଶ୍ରେଣୀରେ ଓ ସୁମନ୍ତ ଷଷ୍ଠ ଶ୍ରେଣୀରେ ପାଠ ପଢୁଥିଲେ। ଜେଜେମାଙ୍କ ଶୁଦ୍ଧିକ୍ରିୟା ପାଇଁ ସେମାନେ ଘରକୁ ଆସିଥିଲେ। ଏହାପର ଠାରୁ ପିଉସୀଙ୍କ ଘର କଳାପଥର ଗ୍ରାମରେ ରହୁଛନ୍ତି। ବିଧବା ପିଉସୀ ରୁକ୍ମଣୀ ଦୁଇ ଭାଇଙ୍କୁ କିଭଳି ଖାଇବାକୁ ଦେବେ ଓ ପାଠ ପଢାଇବେ ସେଇ ଚିନ୍ତାରେ ଅଛନ୍ତି। ସରକାରଙ୍କ ପୃଷ୍ଠପୋଷକତା କାର୍ଯ୍ୟକ୍ରମରେ ଦୁଇ ଭାଇଙ୍କୁ ସାମିଲ କରି ସହାୟତା ପ୍ରଦାନ କରିବାକୁ କଳାପଥର ଗ୍ରାମବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ସୁବର୍ଣ୍ଣପୁର ଜିଲା ଶିଶୁ ସୁରକ୍ଷା ଅଧିକାରୀ ଚର୍ତୁଭୁଜ ଦାଶଙ୍କୁ ଯୋଗାଯୋଗ କରିବାରୁ ଅନାଥ ଶିଶୁଙ୍କୁ ସହାୟତା ପ୍ରଦାନ ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ରହିଛି। ଜିଲା କାର୍ଯ୍ୟାଳୟକୁ ଆସି ଯୋଗାଯୋଗ କଲେ ଆମେ କାଉନସେଲିଂ କରିବା ସହ ନିୟମ ଅନୁଯାୟୀ ଶିଶୁଙ୍କ ପାଠପଢା ଓ ଅନ୍ୟ ବ୍ୟବସ୍ଥା କରାଇବୁ ବୋଲି କହିଥିଲେ।

The post ଅସହାୟ ୨ ଭାଇଙ୍କୁ ଦଇବ ସାହା appeared first on Dharitri Odia News.