ଅସହ୍ୟ ଗୁଳୁଗୁଳିରୁ ଅଚେତ ହେଲେ ଛାତ୍ରଛାତ୍ରୀ, ହସ୍ପିଟାଲରେ ଭର୍ତ୍ତି
ନୀଳଗିରି: ଅସହ୍ୟ ଗୁଳୁଗୁଳିରୁ ସ୍କୁଲରେ ହିଁ ଅଚେତ ହେଲେ ଛାତ୍ରଛାତ୍ରୀ। ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ୍ ବେଗୁନିଆ ପଂଚାୟତର ସ୍ଵପନେଶ୍ୱର ହାଇସ୍କୁଲରେ। ସୂଚନା ଅନୁଯାୟୀ, ମଙ୍ଗଳବାର ସ୍କୁଲ ଚାଲିଥିବାବେଳେ ୪ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ଗୁରୁତର ହୋଇପଡ଼ିଛନ୍ତି। ଅଭିଯୋଗ ହୋଇଛି ବାରମ୍ବାର ବିଦ୍ୟୁତ କାଟ ସାଙ୍ଗକୁ ଅତ୍ୟଧିକ ଗୁଳୁଗୁଳି ପାଇଁ ଛାତ୍ରଛାତ୍ରୀ ମାନେ ଜଣକ ପରେ ଜଣେ ଅସୁସ୍ଥ ହୋଇପଡିଥିଲେ। ତେବେ ୪ ଜଣଙ୍କୁ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ, ହସ୍ପିଟାଲରେ ଅଂଶୁଘାତ ଓ୍ବାର୍ଡରେ ନରଖି ଅନ୍ୟ ୱାର୍ଡରେ ରଖିବା ନେଇ ଅସନ୍ତୋଷ ଲାଗିରହିଥିଲା। ସେପେଟେ ଖବର ପାଇ ନୀଳଗିରି ବିଧାୟକ ହସ୍ପିଟାଲ ପହଞ୍ଚି ସ୍ବାସ୍ଥ୍ୟାବସ୍ଥା ପଚାରିବୁଝିବା ସହ ହସ୍ପିଟାଲରେ ଅବ୍ୟବସ୍ଥା ସୁଧାର ପାଇଁ ପରାମର୍ଶ ଦେଇଥିଲେ।ଏହି ସମୟରେ ବିଧାୟକ କହିଛନ୍ତି ବାରମ୍ବାର କହିବା ପରେ ଯେଉଁ କର୍ମଚାରୀମାନେ ସୁଧୁରୁ ନାହାନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଯଦି ଆବଶ୍ୟକ ପଡ଼ିବ ୨୪ ଘଣ୍ଟା ହସ୍ପିଟାଲ ଜଗିବି ବୋଲି କହିଛନ୍ତି ବିଧାୟକ।
ନୀଳଗିରି: ଅସହ୍ୟ ଗୁଳୁଗୁଳିରୁ ସ୍କୁଲରେ ହିଁ ଅଚେତ ହେଲେ ଛାତ୍ରଛାତ୍ରୀ। ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ୍ ବେଗୁନିଆ ପଂଚାୟତର ସ୍ଵପନେଶ୍ୱର ହାଇସ୍କୁଲରେ।
ସୂଚନା ଅନୁଯାୟୀ, ମଙ୍ଗଳବାର ସ୍କୁଲ ଚାଲିଥିବାବେଳେ ୪ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ଗୁରୁତର ହୋଇପଡ଼ିଛନ୍ତି। ଅଭିଯୋଗ ହୋଇଛି ବାରମ୍ବାର ବିଦ୍ୟୁତ କାଟ ସାଙ୍ଗକୁ ଅତ୍ୟଧିକ ଗୁଳୁଗୁଳି ପାଇଁ ଛାତ୍ରଛାତ୍ରୀ ମାନେ ଜଣକ ପରେ ଜଣେ ଅସୁସ୍ଥ ହୋଇପଡିଥିଲେ।
ତେବେ ୪ ଜଣଙ୍କୁ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ, ହସ୍ପିଟାଲରେ ଅଂଶୁଘାତ ଓ୍ବାର୍ଡରେ ନରଖି ଅନ୍ୟ ୱାର୍ଡରେ ରଖିବା ନେଇ ଅସନ୍ତୋଷ ଲାଗିରହିଥିଲା। ସେପେଟେ ଖବର ପାଇ ନୀଳଗିରି ବିଧାୟକ ହସ୍ପିଟାଲ ପହଞ୍ଚି ସ୍ବାସ୍ଥ୍ୟାବସ୍ଥା ପଚାରିବୁଝିବା ସହ ହସ୍ପିଟାଲରେ ଅବ୍ୟବସ୍ଥା ସୁଧାର ପାଇଁ ପରାମର୍ଶ ଦେଇଥିଲେ।
ଏହି ସମୟରେ ବିଧାୟକ କହିଛନ୍ତି ବାରମ୍ବାର କହିବା ପରେ ଯେଉଁ କର୍ମଚାରୀମାନେ ସୁଧୁରୁ ନାହାନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଯଦି ଆବଶ୍ୟକ ପଡ଼ିବ ୨୪ ଘଣ୍ଟା ହସ୍ପିଟାଲ ଜଗିବି ବୋଲି କହିଛନ୍ତି ବିଧାୟକ।