ଅସହ୍ୟ ଜାଡ଼,କମୁନି ତୁଷାରପାତ: ଜନଜୀବନ ଅସ୍ତବ୍ୟସ୍ତ
ଦାରିଙ୍ଗବାଡି, ୨୧।୧ (ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଅସହ୍ୟ ଜାଡ଼ ଜାରି ରହିଛି। ତାପମାପକ ଯନ୍ତ୍ରରେ ତାପମାତ୍ରା ବୃଦ୍ଧି ହୋଇଥିବା ରେକର୍ଡ ସଂଗ୍ରହ କରାଯାଇଛି। ମଙ୍ଗଳବାର ସକାଳ ସମୟରେ ୧୧.୫ ରହିଥିବା ବ୍ଲକ ପ୍ରଶାସନ ସୂତ୍ର ରୁ ଜଣାପଡିଛି ଯାହାକି ୩ ଦିନରେ ୩ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇଛି କିନ୍ତୁ ତାପମାତ୍ରା ବୃଦ୍ଧି କୁହାଯାଉଥିବାବେଳେ ୧ ସପ୍ତାହ ହେଲା ଅଞ୍ଚଳରେ ତୁଷାରପାତ ଅବ୍ୟାହତ ରହିଛି। ଆଜି ତାପମାତ୍ରା ବୃଦ୍ଧି କୁହାଯାଉଥିବାବେଳେ ଦାରିଙ୍ଗବାଡିର ଡୁଲୁରୀ, କଫି […] The post ଅସହ୍ୟ ଜାଡ଼,କମୁନି ତୁଷାରପାତ: ଜନଜୀବନ ଅସ୍ତବ୍ୟସ୍ତ appeared first on Dharitri Odia News.
ଦାରିଙ୍ଗବାଡି, ୨୧।୧ (ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଅସହ୍ୟ ଜାଡ଼ ଜାରି ରହିଛି। ତାପମାପକ ଯନ୍ତ୍ରରେ ତାପମାତ୍ରା ବୃଦ୍ଧି ହୋଇଥିବା ରେକର୍ଡ ସଂଗ୍ରହ କରାଯାଇଛି। ମଙ୍ଗଳବାର ସକାଳ ସମୟରେ ୧୧.୫ ରହିଥିବା ବ୍ଲକ ପ୍ରଶାସନ ସୂତ୍ର ରୁ ଜଣାପଡିଛି ଯାହାକି ୩ ଦିନରେ ୩ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇଛି କିନ୍ତୁ ତାପମାତ୍ରା ବୃଦ୍ଧି କୁହାଯାଉଥିବାବେଳେ ୧ ସପ୍ତାହ ହେଲା ଅଞ୍ଚଳରେ ତୁଷାରପାତ ଅବ୍ୟାହତ ରହିଛି। ଆଜି ତାପମାତ୍ରା ବୃଦ୍ଧି କୁହାଯାଉଥିବାବେଳେ ଦାରିଙ୍ଗବାଡିର ଡୁଲୁରୀ, କଫି ବଗିଚା, ବଏନ ଶଙ୍ଖ, ବୁର୍ଜୁବାଡି, ପେଟ୍ରୋଲଟାଙ୍କି ସାହି ଆଦି ଅଞ୍ଚଳରେ ପତଳାର ହାଲକା ତୁଷାରପାତ ହୋଇଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିବା ସହ ପାଣିରେ ହାତ ମାରିହେଉନାହିଁ ଲୋକମାନେ ଠାଏ ଠାଏ ନିଆଁ ଜାଳି ଶୀତରୁ ରକ୍ଷା ପାଇଁ ପ୍ରୟାସ ଚଳାଇଛନ୍ତି।
The post ଅସହ୍ୟ ଜାଡ଼,କମୁନି ତୁଷାରପାତ: ଜନଜୀବନ ଅସ୍ତବ୍ୟସ୍ତ appeared first on Dharitri Odia News.