ଅସହ୍ୟ ହେଲା ଋଣଭାର, ବିଷ ପିଇ ଜୀବନ ହାରିଲେ ଦମ୍ପତି

ପୁରୁଷୋତ୍ତମପୁର,୯ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ତଥା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ବେଢ଼ ପୂର୍ଣ୍ଣଚନ୍ଦ୍ରପୁର ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ଋଣଭାରରେ ଅସହ୍ୟ ହୋଇ ଦମ୍ପତି ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଏହାକୁ ନେଇ ଗ୍ରାମରେ ଶୋକାକୁଳ ପରିବେଶ ଦେଖାଦେଇଛି। ମୃତ ଦମ୍ପତି ହେଲେ ଲଡୁକିଶୋର ମହାରଣା (୬) ଓ ସଜନି ମହାରଣା(୫୭)। ଏହି ଦମ୍ପତିଙ୍କ ତିନିଝିଅ ବିବାହ ହୋଇଯାଇଥିବା ବେଳେ ଏକମାତ୍ର ପୁଅ ସନ୍ତୋଷ ପରିବାର ସହ ବିଦେଶରେ ରହୁଛନ୍ତି। ସ୍ବାମୀ […] The post ଅସହ୍ୟ ହେଲା ଋଣଭାର, ବିଷ ପିଇ ଜୀବନ ହାରିଲେ ଦମ୍ପତି appeared first on Dharitri Odia News.

ଅସହ୍ୟ ହେଲା ଋଣଭାର, ବିଷ ପିଇ ଜୀବନ ହାରିଲେ ଦମ୍ପତି

ପୁରୁଷୋତ୍ତମପୁର,୯ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ତଥା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ବେଢ଼ ପୂର୍ଣ୍ଣଚନ୍ଦ୍ରପୁର ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ଋଣଭାରରେ ଅସହ୍ୟ ହୋଇ ଦମ୍ପତି ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଏହାକୁ ନେଇ ଗ୍ରାମରେ ଶୋକାକୁଳ ପରିବେଶ ଦେଖାଦେଇଛି। ମୃତ ଦମ୍ପତି ହେଲେ ଲଡୁକିଶୋର ମହାରଣା (୬) ଓ ସଜନି ମହାରଣା(୫୭)। ଏହି ଦମ୍ପତିଙ୍କ ତିନିଝିଅ ବିବାହ ହୋଇଯାଇଥିବା ବେଳେ ଏକମାତ୍ର ପୁଅ ସନ୍ତୋଷ ପରିବାର ସହ ବିଦେଶରେ ରହୁଛନ୍ତି। ସ୍ବାମୀ ସ୍ତ୍ରୀ ଦୁହେଁ ଗ୍ରାମରେ ଏକାକୀ ରହି ଚାଷକାର୍ଯ୍ୟ କରି ବଞ୍ଚୁଥିଲେ।
ଗ୍ରାମବାସୀଙ୍କଠାରୁ ଜଣାପଡ଼ିଛି ଯେ, ଲଡୁକିଶୋର ଓ ସଜନି ବିଭିନ୍ନ ଘରୋଇ ଫାଇନାନ୍ସ କମ୍ପାନୀ ଓ ବାହାରଲୋକଙ୍କଠାରୁ ପ୍ରାୟ ୩ ଲକ୍ଷ ଟଙ୍କା ଋଣ ଆଣି ଚାଷ କରିଥିଲେ। ମାତ୍ର ଏହି ଧାନ ଫସଲ ଗତ ଲଗାଣ ବର୍ଷାରେ କ୍ଷତି ହୋଇଯାଇଥବା ବେଳେ ଗତ କିଛିଦିନ ହେଲା ଲଡୁକିଶୋରଙ୍କ ସ୍ବାସ୍ଥ୍ୟ ଖରାପ ହୋଇପଡ଼ଥିବାରୁ ସେ ଆଉ କାମଧନ୍ଦା କରିପାରୁନାହାନ୍ତି। ଋଣକୁ ନେଇ ଫାଇନାନ୍ସ କମ୍ପାନୀଗୁଡ଼ିକ ଘରକୁ ବାରମ୍ବାର ଆସି ଟଙ୍କା ମାଗିବା ସହ କରଜ ଆଣିଥିବା ଲୋକେ ମଧ୍ୟ ଟଙ୍କା ମାଗିଥିଲେ। ଫଳରେ କିପରି କରଜ ଶୁଝିବେ ସେଥିନେଇ ଚିନ୍ତାରେ ପଡ଼ି ଉଭୟେ କୀଟନାଶକ ଔଷଧ ପିଇ ଜୀବନ ହାରିଦେଇଛନ୍ତି। ବୁଧବାର ମଧ୍ୟାହ୍ନରେ ଏକ ଫାଇନାନ୍ସ କମ୍ପାନୀର କର୍ମଚାରୀମାନେ ଟଙ୍କା ମାଗିବାକୁ ଘରକୁ ଆସିଥିବା ବେଳେ ଘଟଣା ଦେଖି ଗ୍ରାମବାସୀଙ୍କୁ ଜଣାଇଥିଲେ। ଏହାକୁ ନେଇ ଗ୍ରାମବାସୀ ପୁରୁଷୋତ୍ତମପୁର ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳକୁ ଆସି ମୃତଦେହ ଜବତ କରିବା ସହ କେସ୍‌ ନଂ ୭/୨୫ ଓ ୮/୨୫ ରେ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ନିମନ୍ତେ ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ତଦନ୍ତ ଚଳାଇଛି।

The post ଅସହ୍ୟ ହେଲା ଋଣଭାର, ବିଷ ପିଇ ଜୀବନ ହାରିଲେ ଦମ୍ପତି appeared first on Dharitri Odia News.