ଅସହ୍ୟ ହେଲାଣି ତାତି; ହସ୍ତତନ୍ତ ବୁଣା ମଲମଲ କପଡାରେ ଝଲସିଲେଣି ରାମଲାଲା

ତାପମାତ୍ରାକୁ ଦୃଷ୍ଟିରେ ରଖି ଆଜିଠୁ ରାମଲଲ୍ଲାଙ୍କୁ ଏଭଳି ପରିଧାନରେ ଦେଖିବାକୁ ମିଳିବ।

ଅସହ୍ୟ ହେଲାଣି ତାତି; ହସ୍ତତନ୍ତ ବୁଣା ମଲମଲ କପଡାରେ ଝଲସିଲେଣି ରାମଲାଲା

ଅଯୋଧ୍ୟାରେ ରାମଲାଲା ପିନ୍ଧିଲେ ସୂତାବସ୍ତ୍ର। ଗ୍ରୀଷ୍ମ ଋତୁର ଆଗମନ ଏବଂ ଦିନକୁ ଦିନ ବୃଦ୍ଧି ପାଉଥିବା ତାପମାତ୍ରାକୁ ଦୃଷ୍ଟିରେ ରଖି ଆଜିଠୁ ରାମଲାଲାଙ୍କୁ ଏଭଳି ପରିଧାନରେ ଦେଖିବାକୁ ମିଳିବ। ରାମଲାଲା ସୂତା ବସ୍ତ୍ର ପରିଧାନ କରିବା ନେଇ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି।

ସୋସିଆଲ ମିଡିଆ ଏକ୍ସରେ ଏହାର ଫଟୋ ମଧ୍ୟ ପୋଷ୍ଟ କରିଛି ଟ୍ରଷ୍ଟ। ଏହି ବସ୍ତ୍ର ହସ୍ତତନ୍ତ ବୁଣା ମଲମଲ କପଡାରେ ନିର୍ମିତ ହୋଇଛି। ଏଥିରେ ପ୍ରାକୃତିକ ନୀଳ ରଂଗ ଦିଆଯାଇଛି। ଏଥିସହିତ ଏହି ବସ୍ତ୍ରକୁ ‘ଗୋଟ୍ଟା’ ପୁଷ୍ପରେ ସଜ୍ଜିତ କରାଯାଇଛି। ୪୯୫ ବର୍ଷ ପରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଭବ୍ୟ ରାମ ମନ୍ଦିରରେ ହୋଲି ଖେଳିଲେ ରାମଲାଲା।