ଅସାବଧାନତା ଯୋଗୁଁ ଦେଶୀ ବନ୍ଧୁକରୁ ଫୁଟିଲା ଗୁଳି, ସ୍ତ୍ରୀ ମୃତ-ଝିଅ ଗୁରୁତର

କଳାହାଣ୍ଡି : ଅସାବଧାନତା ଯୋଗୁଁ ଦେଶୀ ବନ୍ଧୁକରୁ ଫୁଟିଲା ଗୁଳି ।  ସ୍ତ୍ରୀ ମୃତ୍ୟୁ ବରଣ କରିଥିବା ବେଳେ ଝିଅ ଗୁରୁତର ହୋଇଥିବା ଜଣାପଡ଼ିଛି । କଳାହାଣ୍ଡି ଜିଲ୍ଲାର  ଥୁଆ ମୂଳ ରାମପୁର ଥାନା ଅନ୍ତର୍ଗତ ଦୁର୍ଗମ ରଣପୁର  ଗାଁରେ ଘଟିଛି ଅଭାବନୀୟ ଘଟଣା । ରଣପୁର ଗାଁର ବନ ମାଝୀ ଗତକାଲି  ଦେଶୀ ବନ୍ଧୁକ ଜଙ୍ଗଲକୁ ଧରି ଯିବା ବେଳେ ଘରେ ସ୍ତ୍ରୀ ଜେମା ଦେଇ ମାଝୀ ଓ ନାବାଳିକା ଝିଅ ବିଦ୍ୟା ମାଝୀ ମନା […] The post ଅସାବଧାନତା ଯୋଗୁଁ ଦେଶୀ ବନ୍ଧୁକରୁ ଫୁଟିଲା ଗୁଳି, ସ୍ତ୍ରୀ ମୃତ-ଝିଅ ଗୁରୁତର appeared first on KNews Odisha.

ଅସାବଧାନତା ଯୋଗୁଁ ଦେଶୀ ବନ୍ଧୁକରୁ ଫୁଟିଲା ଗୁଳି, ସ୍ତ୍ରୀ ମୃତ-ଝିଅ ଗୁରୁତର
gun

କଳାହାଣ୍ଡି : ଅସାବଧାନତା ଯୋଗୁଁ ଦେଶୀ ବନ୍ଧୁକରୁ ଫୁଟିଲା ଗୁଳି ।  ସ୍ତ୍ରୀ ମୃତ୍ୟୁ ବରଣ କରିଥିବା ବେଳେ ଝିଅ ଗୁରୁତର ହୋଇଥିବା ଜଣାପଡ଼ିଛି । କଳାହାଣ୍ଡି ଜିଲ୍ଲାର  ଥୁଆ ମୂଳ ରାମପୁର ଥାନା ଅନ୍ତର୍ଗତ ଦୁର୍ଗମ ରଣପୁର  ଗାଁରେ ଘଟିଛି ଅଭାବନୀୟ ଘଟଣା । ରଣପୁର ଗାଁର ବନ ମାଝୀ ଗତକାଲି  ଦେଶୀ ବନ୍ଧୁକ ଜଙ୍ଗଲକୁ ଧରି ଯିବା ବେଳେ ଘରେ ସ୍ତ୍ରୀ ଜେମା ଦେଇ ମାଝୀ ଓ ନାବାଳିକା ଝିଅ ବିଦ୍ୟା ମାଝୀ ମନା କରିଥଲେ ।  ହେଲେ ବନ ନ ମାନିବାରୁ ପତ୍ନୀ ବନ୍ଧୁକ ଛଡାଉ ଥିବା ବେଳେ ଅଚାନକ ଦେଶୀ ବନ୍ଧୁକରୁ ଗୁଳି ଫୁଟିଯାଇଥିଲା ।

ଫଳରେ ସ୍ତ୍ରୀ ଜେମା ଦେଇଙ୍କ ଦେହରେ ଗୁଳି ବାଜି ସେ ଗୁରୁତର ହୋଇ ପଡିଥିଲେ ।  ଦୀର୍ଘ ସମୟ ପରେ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଭବାନୀ ପାଟଣା ଓ ପରେ ବୁର୍ଲା ନେଉଥିବା ବେଳେ ବାଟରେ ଜେମା ଦେଇ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି । ତେବେ ଝିଅ ବର୍ତ୍ତମାନ ବୁର୍ଲାରେ ଭର୍ତ୍ତି ହୋଇଛନ୍ତି । ଅନ୍ୟପଟେ ଖବର ପାଇ ଥୁଆମୂଳ ରାମପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦେଶୀ ବନ୍ଧୁକ ଜବତ କରିବା ସହ ଅଭିଯୁକ୍ତ  ବନ ମାଝିଙ୍କୁ ଅଧିକ ପଚରା ଉଚରା ଜାରି ରଖିଛି । ତେବେ ଏହି ଘଟଣା କଣ ପାଇଁ ଘଟିଛି ପୋଲିସର ତଦନ୍ତ ପରେ ଜଣାପଡ଼ିବ ।

The post ଅସାବଧାନତା ଯୋଗୁଁ ଦେଶୀ ବନ୍ଧୁକରୁ ଫୁଟିଲା ଗୁଳି, ସ୍ତ୍ରୀ ମୃତ-ଝିଅ ଗୁରୁତର appeared first on KNews Odisha.